ଚୀନରେ ହେବ 'ମେକ୍ ଇନ୍ ଓଡ଼ିଶା' ରୋଡ୍ ଶୋ

Published By : Prameya-News7 Bureau | August 13, 2018 IST

ଭୁବନେଶ୍ୱର ୧୩/୮ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଚିନର ଫୁଜିଅନର ଏକ ପ୍ରତିନିଧି ଦଳ । ଓଡିଶାରେ ପ୍ରାଥମିକ ସ୍ତରରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଫୁଜିଅନ ଦଳ । ତେବେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୩୧ ତାରିଖରେ ଏକ ପ୍ରତିନିଧି ଦଳ ଚୀନ ଗସ୍ତରେ ଯିବ । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ରାଜ୍ୟରେ ପୁଞ୍ଜି ନିବେଶ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଚୀନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିଲେ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆସନ୍ତା ୩୧ ତାରିଖରେ ଏକ ପ୍ରତିନିଧି ଦଳ ଚୀନ ଗସ୍ତରେ ଯିବ । ଚୀନ ଗସ୍ତରେ ଯିବାକୁଥିବା ଏହିଟିମ୍ ରେ ରହିବେ ୬ରୁ ୭ଜଣ ପ୍ରିତିନିଧି ବୋଲି ସୂଚନା ଦେଇଛନ୍ତି ଅନନ୍ତ ଦାସ । ଚୀନରେ ଏକ ‘ମେକ୍ ଇନ୍ ଓଡିଶା’ ରୋଡ ଶୋର ମଧ୍ୟ ଆୟୋଜନ କରାଯିବ ବୋଲି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.