ବ୍ୟାନ୍ ଯୋଗୁ ବିଗିଡିଲା ଚୀନ୍ କମ୍ପାନୀ ଟେନସେଣ୍ଟ ହୋଲ୍ଡିଂସ୍‌ର ଭାରତ ବ୍ୟବସାୟ

Published By : Prameya-News7 Bureau | September 06, 2020 IST

ସେନଝେନ୍‌ ଭାରତ ସରକାର ସୁରକ୍ଷାଗତ କାରଣ ଦର୍ଶାଇ ନିକଟରେ ୧୧୮ଟି ଚୀନ୍‌ ମୋବାଇଲ ଆପ୍‌କୁ ଦେଶରେ ନିଷିଦ୍ଧ କରି ଦେଇଛନ୍ତି। ଏଥିରେ ଲୋକପ୍ରିୟ ଗେମ୍‌ ଆପ୍‌ ‘ପ୍ଲେୟର ଅନନୋନ୍‌ସ ବେଟେଲ ଗ୍ରାଉଣ୍ଟସ୍‌’ (ପିୟୁବିଜି) ମଧ୍ୟ ଭାରତରେ ନିଷିଦ୍ଧ ହୋଇଯାଇଛି। ଫଳରେ ଦିଗ୍ଗଜ ଚୀନ୍‌ ଆଇଟି କମ୍ପାନୀ ଟେନସେଣ୍ଟ ହୋଲ୍ଡିଂସ୍‌ ଗୁରୁତର ପ୍ରଭାବିତ ହୋଇଥିବା ଏବେ ଜଣାପଡିଛି।

{"id":326063,"width":580,"height":386,"sizeSlug":"large"}

ଲଦ୍ଦାଖର ଏଲଏସିରେ ଚୀନ୍‌ ସେନାଙ୍କ ଗୁଣ୍ଡାଗିରିକୁ ବିରୋଧ କରି ଭାରତ ସରକାର ଦୁଇଟି ପର୍ଯ୍ୟାୟରେ ୧୦୦ରୁ ଅଧିକ ଚୀନ୍‌ ମୋବାଇଲ ଆପ୍ଲିକେସନକୁ ଭାରତରେ ବ୍ୟାନ କରିଥିଲେ। ହେଲେ ଏଥିଯୋଗୁ ଚୀନ୍‌ ଯେତେ ପ୍ରଭାବିତ ହୋଇନଥିଲା ସରକାରଙ୍କ ତୃତୀୟବାର ଆପ୍‌ ବ୍ୟାନ ଯୋଗୁ  ତାଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମୋବାଇଲ ଆପ୍‌ ମାନଙ୍କର ଲୋକପ୍ରିୟତା ଆକଳନ କରୁଥିବା କମ୍ପାନୀ ଆପ୍‌ ‘ଏନି’ ସୂତ୍ରରୁ ଜଣାପଡ଼ିଛି।

{"id":326064,"width":577,"height":437,"sizeSlug":"large"}

‘ଏନି’ ଅନୁସାରେ ଜୁଲାଇ ମାସରେ ଗ୍ରାହକ ରାଜସ୍ୱ ଆୟରେ ଲୋକପ୍ରୀୟ ଚୀନ୍‌ ଆପ୍‌ ପିୟୁବିଜି ଶୀର୍ଷରେ ଥିଲା। ସବୁ ଶ୍ରେଣୀର ଶୀର୍ଷ ଆପ୍‌ଙ୍କ ଠାରୁ ମଧ୍ୟ ପିୟୁବିଜିର ଆୟ ସର୍ବାଧିକ ଥିଲା। ଏଥିରେ ଡିଜନୀ ହଟଷ୍ଟାର, ଡେଟିଂ ଆପ୍‌ ଟିଣ୍ଡର, ଅନଲାଇନ୍‌ ଏଜୁକେସନ ଆପ୍‌ ୟୁଡମି ଓ ଗୁଗଲ ୱାନ୍‌କୁ ବି ପିୟୁବିଜି ରାଜସ୍ୱ ଆୟରେ ପଛରେ ପକାଇ ଦେଇଥିଲା। ମୋବାଇଲ ଆପ୍‌ ଷ୍ଟୋରରେ ଟେନସେଣ୍ଟଙ୍କ ୭୫୮ରୁ ଅଧିକ  ଆପ୍ଲିକେସନ ଥିବା ବେଳେ ଭାରତରେ ସବୁଠାରୁ ଅଧିକ ଆୟ କରୁଥିବା ଆପ୍‌ କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ଥିଲା। ଆୟ ମାମଲାରେ ଟେନସେଣ୍ଟ ଭାରତରେ ଡିଜନୀ ଓ ଫ୍ଲେରିକ୍ସକୁ ମଧ୍ୟ ପଛରେ ପକାଇଥିଲା।

{"id":326065,"sizeSlug":"large"}

ତଥ୍ୟରୁ ଜଣା ଯାଏ ଯେ ଚଳିତ ବର୍ଷ  ଜାନୁୟାରୀରୁ ଏ ପର୍ଯ୍ୟନ୍ତ ପିୟୁବିଜି ଓ ଟେନସେଣ୍ଟ ଆୟରେ ୧ ନମ୍ବର ସ୍ଥାନରେ ରହୁଥିଲେ।  ଫେବୃଆରୀରେ ଫ୍ରିଫାୟର ପିୟୁବିଜିକୁ ପଛକୁ ଠେଲିଦେଇଥିଲା ।  ହେଲେ ମାର୍ଚ୍ଚରେ ଲୋକଡାଉନ୍‌ ଘୋଷଣା ପିୟୁବିଜି ଆୟକୁ ଦେଶରେ ବହୁଗୁଣିତ କରିଥିଲା। 

{"id":326068,"sizeSlug":"large"}

ଭାରତରେ ଏପର୍ଯ୍ୟନ୍ତ ୧୭.୫ କୋଟିରୁ ଅଧିକ ସ୍ମାର୍ଟଫୋନ ୟୁଜର ସେମାନଙ୍କ ଫୋନରେ ପିୟୁବିଜି ଡାଉନଲୋଡ କରିଛନ୍ତି। ସାରା ବିଶ୍ୱରେ ପିୟୁବିଜି ଆପ୍‌ ଡାଉନଲୋଡିଂର ୨୫ ପ୍ରତିଶତ କେବଳ ଭାରତରେ ହୋଇଛି। ପିଲାଙ୍କଠାରୁ ବୁଢା ସମସ୍ତେ ପିୟୁବିଜିର ଗ୍ରାହକ ଥିବା ବେଳେ ଟେନସେଣ୍ଟର ଲୋକପ୍ରିୟତା ମଧ୍ୟ ବଢି ବଢି ଚାଲିଥିଲା।  ତେବେ କମ୍ପାନୀ ଭାରତରୁ ମାସିକ କେତେ ଆୟ କରୁଥିଲା ତାର ଏପର୍ଯ୍ୟନ୍ତ ଅଧିକାରୀକ ତଥ୍ୟ ମିଳିନଥିଲେ ମଧ୍ୟ ଅନୁନ୍ୟ ୧୫ରୁ ୭୦ ଲକ୍ଷ ଡଲାର ନିଶ୍ଚିତ ଆୟ କରୁଥିଲା ବୋଲି ଏବେ ଆକଳନ କରାଯାଉଛି।

{"id":326066,"sizeSlug":"large"}

ପିୟୁବିଜି ଏକ ଫ୍ରିଗେମ୍‌, ହେଲେ ଏଥିରେ ଗ୍ରାହକଙ୍କୁ ଯୋଦ୍ଧାମାନଙ୍କ ଲାଗି ପୋଷାକ, ଅସ୍ତ୍ରଶସ୍ତ୍ର ଆଦି କ୍ରୟ କରିବା ଲାଗି ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା। ଯାହା କମ୍ପାନୀ ରାଜସ୍ୱ ଆୟର ମୁଖ୍ୟ ସ୍ରୋତ ଥିଲା। ଏହା ଛଡା କମ୍ପାନୀମାନେ ଗେମ୍ସର ପ୍ରାୟୋଜକ ହେଉଥିବା ଯୋଗୁ ଏଥିସହିତ ଜଡିତ ହେଉଥିବା ବ୍ରାଣ୍ଡଙ୍କ ସୂତ୍ରରୁ ମଧ୍ୟ ଆୟ ହେଉଥିଲା। ଏହା ବ୍ୟତୀତ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଗେମ୍‌ ଷ୍ଟ୍ରିମିଂରୁ ମଧ୍ୟ କମ୍ପାନୀ ବିପୁଳ ଆୟ କରୁଥିଲେ।

{"id":326069,"width":579,"height":284,"sizeSlug":"large"}

ପିୟୁବିଜିକୁ ଚୀନ୍‌ରେ ଲୋକେ ‘ଗେମ୍‌ ଫର ପିସ୍‌’ ନାମରେ ଖେଳନ୍ତି । ଚୀନ୍‌ ଓ ଅନ୍ୟ ଦେଶମାନଙ୍କରେ ଟେନସଣ୍ଟର ଆୟ ୨୦୨୦ ପ୍ରଥମ ୬ ମାସରେ ୧.୩ ବିଲିୟନ ଡଲାରରୁ ବି ଅଧିକ ଥିଲା। ଯାହା ଏବେ ଟିକଟିକ୍ ଭଳି ପ୍ରଭାବିତ ହେବ ବୋଲି ଆଶଙ୍କା କରାଗଲାଣି। ଦେଶରେ ବାଇଟ୍ ଡ୍ୟାନ୍ସର  ଟିକଟକ୍ ବ୍ୟାନ ପରେ ଚିଙ୍ଗାରୀ, ରୋପୋସୋ ଓ ମିତ୍ରୋ ଭଳି ଆପ୍‌ ମାର୍କେଟ୍‌କୁ କବଜାକୁ ନେଇ ଗଲେଣି। ଏବେ ପିୟୁବିଜି ପରେ ଦେଶୀୟ କମ୍ପାନୀମାନେ ଚୀନ୍‌ ଆପ୍‌ର ସ୍ଥାନ ହାତେଇ ନେଇପାରନ୍ତି ବୋଲି ଏବେ ଟେନସେଣ୍ଟ ହୋଲ୍ଡିଂ ଆଶଙ୍କାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.