Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା: ଗାଏବ ହେବାରେ ଲାଗିଛନ୍ତି ଚୀନର ସତ ଉଜାଗର କରୁଥିବା ସାମ୍ବାଦିକ

19/05/2020 at 6:16 PM

ନୂଆଦିଲ୍ଲୀ ୧୯।୦୫:  ଚୀନରେ କମ୍ୟୁନିଷ୍ଟ ସରକାର ବିରୋଧରେ ସତ କହିବା କିମ୍ବା ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିବା ବହୁତ ବଡ ଦୋଷ ହୋଇଥାଏ। ଚୀନରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏହାର ସତ୍ୟତା ସାମ୍ନାକୁ ଆଣିବା, ଜଣାଇବା ଏବଂ ଶୁଣାଉଥିବା ସାମ୍ବାଦିକ ଏବେ ଗାଏବ ହେବାରେ ଲାଗିଛନ୍ତି। କିଛି ସାମ୍ବାଦିକଙ୍କୁ ପୋଲିସ ଧରି ନେଇଛି ତ କିଛି ସାମ୍ଵାଦିକଙ୍କ ସନ୍ଧାନ ମଧ୍ୟ ମିଳୁନାହିଁ। ଜଣା ନାହିଁ ଏହି ଲୋକ ଗଲେ କୁଆଡେ। ଚୀନ ସରକାର ଏହି ସବୁ ସାମ୍ଵାଦିକ ଓ ବ୍ଲଗରୋଙ୍କ ସ୍ଵର ଦବାଇ କଣ ସତ ଲୁଚାଇବାକୁ ଚାହୁଁଛି। ଆସନ୍ତୁ ଜାଣିବା ଏହି ସବୁ ସାମ୍ବାଦିକ ଓ ବ୍ଲଗରୋଙ୍କ ବିଷୟରେ ଯେଉଁମାନେ ନିକଟରେ ଚୀନ ଲୋକଙ୍କ ସାମ୍ନାରେ ନିଖୋଜ ହୋଇ ଯାଇଛନ୍ତି।

……………………………………………………………………………………………………………………………………

୩୭ ବର୍ଷୀୟ ଝାଙ୍ଗ ଝାନଙ୍କ ପରିବାରଙ୍କୁ ସରକାର ପକ୍ଷରୁ କୁହାଯାଇଛି ଯେ, ସାଙ୍ଘାଇର ପୁଡାଙ୍ଗ ନ୍ୟୁ ଡିଷ୍ଟ୍ରିକ୍ଟର ଡିଟେନସନ ସେଣ୍ଟରରେ ଝାଙ୍ଗ ଝାନଙ୍କୁ ରଖା ଯାଇଛି। ତାଙ୍କ ଉପରେ ଝଗଡା କରିବା ଏବଂ ସମସ୍ୟା ସୃଷ୍ଟି କରିବାର ଅଭିଯୋଗ  ହୋଇଛି। ଉଲ୍ଲେଖନୀୟ ଚୀନରେ ସାଧାରଣତଃ ଏହି ଧରଣର ଆରୋପରେ ଲୋକଙ୍କୁ କଏଦ କରି ରଖାଯାଏ।

ଝାଙ୍ଗ କରୋନା ଭାଇରସ୍‌କୁ ନେଇ ଚୀନ ସରକାରଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇ ୟୁଟ୍ୟୁବ୍, ଟୁଇଟର ଓ ଅନ୍ୟ ଚୀନୀ ସାମାଜିକ ଗଣମାଧ୍ୟମରେ  ଭିଡିଓ ପୋଷ୍ଟ କରିଥିଲେ। ଏହା ପରେ ଚୀନରେ ୟୁଟ୍ୟୁବ୍ ଓ ଟୁଇଟରକୁ ବ୍ଲକ କରି ଦିଆଯାଇଥିଲା।

ଉହାନରେ ମଧ୍ୟ ଏମିତି କିଛି ସିଟିଜେନ୍ ଜର୍ଣ୍ଣାଲିଷ୍ଟଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିଛି ତ ନିଖୋଜ ଅଛନ୍ତି। କିଛି ଲୋକଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦିଆଯାଇଛି। ସେହି ସିଟିଜେନ୍ ଜର୍ଣ୍ଣାଲିଷ୍ଟ ହେଉଛନ୍ତି- ଲି ଜେହୁଆ ଓରଫ କ୍ରିସ୍ ଲି, ଚେନ୍ କ୍ଵିଶି, ଫ୍ୟାଙ୍ଗ ବିନ ଓ ଝାଙ୍ଗ ଜ୍ୟୁଝାଙ୍ଗ।

ସାମ୍ଵାଦିକ ଲି ଜେହୁଆ ଓରଫ କରିସ୍ ଲି ଦୁଇ ମାସ ପର୍ଯ୍ୟନ୍ତ ଗାଏବ ରହିବା ପରେ ଏପ୍ରିଲ ମାସର ଶେଷ ଆଡକୁ ସାମାଜିକ ଗଣମାଧ୍ୟମରେ ନଜର ଆସିଥିଲେ। ଏଥିରେ ସେ କହୁଛନ୍ତି ଯେ, ତାଙ୍କୁ କିଛି ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଥିଲା। ଏହା ପରେ ତାଙ୍କୁ ଆଇସୋଲେସନରେ ପଠାଇ ଦିଆଯାଇଥିଲା। ଲି ଜେହୁଆ ଫେବୃଆରୀର ଦ୍ଵିତୀୟ ସପ୍ତାହ ପରଠୁ ନିଖୋଜ ଥିଲେ। ମାତ୍ର ତାଙ୍କର ଏହି  ଜବାବରେ ତାଙ୍କର ଅନୁଗାମୀ ଭରସା କରି ପାରୁ ନାହାନ୍ତି।

   Related Posts