'ନର୍କକୁ ସ୍ୱାଗତ, ବନ୍ଧୁକ ଉଠାଇ...'ପିଲାଙ୍କ ପୋଷାକରେ ଚାଇନିଜ୍ କମ୍ପାନୀର ଭାରତ ବିରୋଧୀ ଭାଷା, ନିଜ ଦେଶରେ ହେଲା ବିରୋଧ

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯ : ଚୀନର ଏକ କପଡା କମ୍ପାନୀ JNBY କୁ ପିଲାଙ୍କ ପୋଷାକରେ ଭାରତ ବିରୋଧରେ ଘୃଣ୍ୟ କଥା ଯୋଗୁଁ ନିଜ ଦେଶରେ ପ୍ରତିବାଦର ସାମ୍ନା ହେବାକୁ ପଡିଛି। ଚୀନର ଏହି ବଡ ବ୍ରାଣ୍ଡ ଭାରତ ସମ୍ପର୍କରେ ପିଲାଙ୍କ ପୋଷାକରେ ଘୃଣ୍ୟ କଥା ଲେଖିଛି। ଏଥିରେ ଭାରତୀୟଙ୍କୁ ଗୁଳି କରି ଓ 'ନର୍କକୁ ସ୍ୱାଗତ' ଭଳି କଥା ଲେଖା ହୋଇଛି।

ଚାଇନିଜ ସୋସିଆଲ ମିଡ଼ିଆରେ ଜଣେ ମା'ଙ୍କ ଅଭିଯୋଗ ପରେ କମ୍ପାନୀ କ୍ଷମା ମାଗିଛି ଏବଂ କପଡାରୁ ଏହି ସନ୍ଦେଶ ହଟାଇବାକୁ ନିଷ୍ପତ୍ତି ନେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟରେ ଏହି 'ପ୍ରିଣ୍ଟସ'କୁ ଅନୁଚିତ ଓ ଭୟଙ୍କର କୁହାଯାଉଛି। କିନ୍ତୁ କପଡାରେ ମିଳିଥିବା ଭାରତ ବିରୋଧୀ ଛବି ବିଷୟରେ ଉଲ୍ଲେଖ କରିବାକୁ ବାରଣ କରିଛି।

ମୋଗୁ ମୋଗୁ ନାମକ ମହିଳା ଚାଇନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ ତାଙ୍କ ପରିବାର ୪ ବର୍ଷର ପୁଅ ପାଇଁ ଏକ ସାର୍ଟ କିଣିଥିଲେ। ସେ ସାର୍ଟର ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କଳା ଅକ୍ଷରରେ ପ୍ରିଣ୍ଟ ହୋଇଛି। ଏହାର ଅର୍ଥ ସେ ନିକଟରେ ବୁଝି ପାରିଥିଲେ। କାରଣ ସାର୍ଟ ଶିଶୁର ଜେଜେବାପା ନେଇ ଆସିଥଲେ ଏବଂ ସେ ଇଂରାଜୀ ଜାଣନ୍ତି ନାହିଁ।

{"id":516910,"width":651,"height":488,"sizeSlug":"full","linkDestination":"none"}

ହଙ୍ଗକଙ୍ଗ ଆଧାରିତ ସାଉଁଟି ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ (SCMP) ର ଏକ ରିପୋର୍ଟ ଅନୁଯାୟୀ, ମହିଳା କହିଛନ୍ତି ଯେ, 'ନର୍କକୁ ସ୍ୱଗତ। କ୍ଷମା କରନ୍ତୁ ? ଆପଣ କାହାକୁ ସ୍ୱାଗତ କରୁଛନ୍ତି ? ନିର୍ଯ୍ୟାତନାର ଏହି ଛବି...୪ ବର୍ଷର ଜଣେ ଶିଶୁ ଏମିତି ସାର୍ଟ ପିନ୍ଧିବ। ମୁଁ ଭାବିକି ବି ଚିନ୍ତିତ ହୋଇଯାଉଛି।' ଏହି ପୋଷ୍ଟ ଭାଇରାଲ ହେବାପରେ ଅନ୍ୟ ଜଣେ ୟୁଜର୍ସ ଆଉ ଏକ ଭାରତ ବିରୋଧୀ ଛବି ଦେଖାଇଛନ୍ତି ଯେଉଁଥିରେ ଲେଖାହୋଇଥିଲା,' ପୁରା ଜାଗା ଭାରତୀୟଙ୍କ ସହ ଭର୍ତ୍ତି। ମୁଁ ବନ୍ଧୁକ ଉଠାଇ ସମସ୍ତଙ୍କୁ ଗୁଳି କରିଦେବି।'

ଏହାପରେ କମ୍ପାନୀ କ୍ଷମା ମାଗିଛି। କମ୍ପାନୀ ଲାଇଫ ଷ୍ଟାଇଲ ସେୟାରିଂ ଆପ ଶିଆହୋଙ୍ଗଶୁରେ କ୍ଷମା ମାଗିଛନ୍ତି ଓ କହିଛନ୍ତି, ଆମେ ଗ୍ରାହକଙ୍କ ତରଫରୁ ଜାହିର କରାଯାଇଥିବା ଚିନ୍ତାକୁ ନେଇ କ୍ଷମା ମାଗୁଛୁ ଯାହା ଡିଜାଇନ ଯୋଗୁଁ ହୋଇଛି। ତେବେ କପଡାରେ ପ୍ରିଣ୍ଟ ହୋଇଥିବା ଏହି ଶବ୍ଦଗୁଡିକୁ କିଭଳି ହଟାଯାଉଛି ତାହା କମ୍ପାନୀ ଦର୍ଶାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.