ଦୀର୍ଘ ତିନିମାସ ପରେ ଅଚାନକ ଦୁନିଆ ସାମ୍ନାରେ ପ୍ରକଟ୍ ହେଲେ ଅଲ୍ଲିବାବାର ସଂସ୍ଥାପକ ଜ୍ୟାକ୍ ‌ମା, ଦେଲେ ଏହି ସନ୍ଦେଶ

Published By : Prameya-News7 Bureau | January 20, 2021 IST

ବେଜିଂ, ୨୦/୦୧: ଚୀନ୍‌ର ତୃତୀୟ ଧନୀ ବ୍ୟକ୍ତି, କୋଟି କୋଟି ଲୋକଙ୍କ ପ୍ରେରଣାର ଉତ୍ସ କୁହାଯାଉଥିବା ଅଲ୍ଲିବାବାର ସଂସ୍ଥାପକ ଜ୍ୟାକ୍ ମା ଅଚାନକ୍ ଏବେ ଲୋକଙ୍କ ସାମ୍ନାକୁ ଆସିଛନ୍ତି । ଚାରିଆଡ଼ୁ ଚାପ ପଡ଼ିବା ପରେ ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ ଜ୍ୟାକ୍‌ମାଙ୍କର ଏକ ଭିଡିଓ ଜାରି କରିଛି । ଗ୍ଲୋବାଲ୍ ଟାଇମ୍ସର ତଥ୍ୟ ଅନୁସାରେ ଜ୍ୟାକ୍ ‌ମା ବୁଧବାର ଚୀନର ୧୦୦ ଜଣ ଗ୍ରାମୀଣ ଶିକ୍ଷକଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ । ଜ୍ୟାକ୍ ମା ଶିକ୍ଷକଙ୍କୁ କହିଛନ୍ତି ଯେ, କରୋନା ଭାଇରସ ସମାପ୍ତ ହେବା ପରେ ପୁଣି ଥରେ ଆମେ ଏକାଠି ହେବା।

ଗ୍ଲୋବାଲ୍ ଟାଇମ୍ସ ଜ୍ୟାକ୍ ମାଙ୍କୁ ଇଂଲିସ୍ ଶିକ୍ଷକରୁ ଉଦ୍ୟୋଗୀ ହୋଇଛନ୍ତି ବୋଲି କହିଛି । ଅଲିବାବା କମ୍ପାନୀରୁ ଜ୍ୟାକ୍ ‌ମା ନିଜର ପରିଚୟ ତିଆରି କରି ନାହାନ୍ତି । ସେ ତାଙ୍କ ଉଦ୍ୟମରେ ହିଁ ନିଜକୁ ପ୍ରତିଷ୍ଠା କରିଛନ୍ତି । ଚୀନ୍ ବଜାର ଏବେ ସର ଗରମ ରହିଛି । କାରଣ ଜ୍ୟାକ୍ ମାଙ୍କ ପ୍ରତିଷ୍ଠିତ କମ୍ପାନୀ ନିୟନ୍ତ୍ରଣକୁ ଚୀନ୍ ସରକାର ନିଜ ହାତକୁ ନେବେ ବୋଲି ଗୁଜବ୍ ପ୍ରଚାରିତ ହୋଇଥିଲା ।

ଏହି ସବୁ ଆଲୋଚନା ପରଠୁ ଜ୍ୟାକ୍ ମାଙ୍କ ପାଇଁ ମୁସ୍କିଲ ବଢିବାରେ ଲାଗିଥିଲା। ଗତ ଦୁଇ ମାସ ହେବ ସେ ଗାଏବ ରହିଥିଲେ। ତାଙ୍କ ଅନୁପସ୍ଥିତିକୁ ନେଇ ଜିନପିଙ୍ଗ ସରକାରଙ୍କ ଉପରେ ପ୍ରଶ୍ନ ଉଠିଥିଲା। ଜିନପିଙ୍ଗ୍‌ଙ୍କ ଉପରେ ଏଥିପାଇଁ ପ୍ରଶ୍ନ ଉଠୁଥିଲା ଯେ ଜ୍ୟାକ୍  ମା ଚୀନ ସରକାରଙ୍କୁ ସମାଲୋଚନା କରି ଆସିଛନ୍ତି। ଏହାକୁ ନେଇ ଡ୍ରାଗନ  ଅସନ୍ତୁଷ୍ଟ ହୋଇଥିଲା। ଗତ ବର୍ଷ ଅକ୍ଟୋବର ମାସରେ ଜ୍ୟାକ୍ ମା ଚୀନ୍ ସରକାରଙ୍କ ସୁଧ ନିୟନ୍ତ୍ରକ ଏବଂ ଆର୍ଥିକ ନିୟାମକଙ୍କୁ କଡ଼ା ସମାଲୋଚନା କରିଥିଲେ । ଯାହାକୁ ଆଧାର କରି ଲୋକମାନେ ଚୀନ୍ ସରକାରଙ୍କ ଉପରେ ସନ୍ଦେହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.