ଚାଇନା 'ବ୍ୟାଟ୍ ଓମ୍ୟାନ'ଙ୍କ ଚେତାବନୀ : 'କରୋନା ଭାଇରସ୍ ଏକ ଆରମ୍ଭ ମାତ୍ର, ପୁଣି ବ୍ୟାପିପାରେ ଆହୁରି ଭୟଙ୍କର ଭାଇରସ'

Published By : Prameya-News7 Bureau | May 26, 2020 IST

ବେଜିଙ୍ଗ ୨୬/୦୫ : ସାରା ଦୁନିଆରେ 'ବ୍ୟାଟ୍ ଓମ୍ୟାନ' ନାମରେ ପରିଚିତ ଚୀନର ପ୍ରମୁଖ ବୟୋରୋଲୋଜିଷ୍ଟ ସି ଝେଙ୍ଗଲି ସରକାରୀ ଟିଭିରେ ଏକ ସାକ୍ଷାତକାରରେ ନୂଆ ଭାଇରସ ବିସ୍ତାର ନେଇ ଚେତାବନୀ ଦେଇଛନ୍ତି | ସେ କହିଛନ୍ତି ଯେ କରୋନା ଭାଇରସ ଏକ ଆରମ୍ଭ ମାତ୍ର | ସରକାରୀ ଟିଭି 'CGTN' କୁ ସେ କହିଛନ୍ତି ଯେ ଯଦି ମାନବ ଜାତିକୁ କୌଣସି ସଂକ୍ରମଣ ରୋଗରୁ ରକ୍ଷା କରିବାର ଅଛି ତାହେଲେ ଆମକୁ ପୂର୍ବରୁ ହିଁ ସତର୍କ ରହିବାକୁ ପଡିବ | ବନ୍ୟଜନ୍ତୁଙ୍କ ଦ୍ୱାରା ବ୍ୟାପୁଥିବା ଅଜଣା ଭାଇରସ ସମ୍ପର୍କରେ ଜାଣିବା ଆବଶ୍ୟକ | ଏ ସମ୍ପର୍କରେ ଯଦି ଅଧ୍ୟୟନ ନ କରିବା, ଗବେଷଣା ନ କରିବା ତାହେଲେ ପୁଣି ଆଉ ଏକ ନୂଆ ସଂକ୍ରମଣ ଆରମ୍ଭ ହେବ |

{"id":276506,"width":578,"height":385,"sizeSlug":"large"}

ବାଦୁଡ଼ିରୁ ମିଳିଥିବା କରୋନା ଭାଇରସ ଉପରେ ଗବେଷଣା କରିଥିବା ଏହି ବୟୋରୋଲୋଜିଷ୍ଟ କରୋନା ମହାମାରୀ ବିରୋଧରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ସହଯୋଗ କରିବାକୁ କହିଛନ୍ତି | ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବୟୋରୋଲୋଜିର ଡେପୁଟି ନିର୍ଦେଶକ ଝେଙ୍ଗଲି ବୈଜ୍ଞାନିକଙ୍କ ରାଜନୀତିକୁ ଦୁଃଖଦ ବୋଲି କହିଛନ୍ତି | ସେ କହିଛନ୍ତି ଯେ ଭାଇରସ ଉପରେ ଗବେଷଣା କରିବା ପାଇଁ ଉଭୟ ବୈଜ୍ଞାନିକ ଓ ସରକାରଙ୍କୁ ପାରଦର୍ଶୀ ହେବା ଆବଶ୍ୟକ | 

{"id":276507,"width":577,"height":384,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦୁନିଆରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ମାମଲା ୫୫ ଲକ୍ଷ ୮୪ ହଜାର ୨୦୦ ରୁ ଅଧିକ ହୋଇସାରିଲାଣି | ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି | ବର୍ତ୍ତମାନ ସୁଦ୍ଧା ମୋଟ ୩ ଲକ୍ଷ ୪୭ ହଜାର ୬୦୦ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି | ଅପରପକ୍ଷରେ କରୋନା ଭାଇରସ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି | ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ବୈଦେଶିକ ମନ୍ତ୍ରୀ ମାଇକଲ କହିଛନ୍ତି ଯେ ସାରା ଦୁନିଆକୁ ପ୍ରଭାବିତ କରିଥିବା କରୋନା ଭାଇରସ ୱୁହାନ୍ ଲ୍ୟାବରୁ ବିସ୍ତାର କରିଛି | କିନ୍ତୁ ଚୀନ ଏହି ଅଭିଯୋଗକୁ ଖଣ୍ଡନ କରିଛି | ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବୟୋରୋଲୋଜି ମଧ୍ୟ ଏହି ଅଭିଯୋଗକୁ ଆଧାରଶୁନ୍ୟ ବୋଲି କହିଛି |

{"id":276508,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.