ଭାରତର ସୀମାରେ ଚୀନ୍‌ ସେନାର ଅନୁପ୍ରବେଶ ଉଦ୍ୟମ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦।୦୧: ଡୋକଲାମ ବିବାଦ ପରେ ପୁଣି ଚୀନ ସୈନିକମାନଙ୍କ ସହ ଭାରତୀୟ ସେନାରେ ଅନୁପ୍ରେବଶ ଉଦ୍ୟମ କରିଥିବାର ଖବର ସାମ୍ନାକୁ ଆସିଛି । ଭାରତୀୟ ସୀମାରେ ବାରମ୍ବାର ଚୀନ ସୈନିକମାନେ ଅନୁପ୍ରବେଶ କରୁଛନ୍ତି । କେନ୍ଦ୍ର ଶାସିତ ରାଜ୍ୟ ଲଦାଖରେ ଡିସେମ୍ବର ଶେଷ ସପ୍ତାହରେ ଅନୁପ୍ରବେଶ କରିଥିବାର ସୂଚନା ରହିଛି । କିନ୍ତୁ ଏଥର ଚୀନ ସୈନ୍ୟମାନେ ଅନୁପ୍ରେବଶ ପାଇଁ ନୂତନ ପଥ ଅପଣାଇଛନ୍ତି । ଭାରତର ମେଷପାଳକମାନଙ୍କୁ ଅଟକାଇବା ପାଇଁ ଚୀନ ନିଜ ଦେଶର ମେଷପାଳକମାନଙ୍କୁ ଆଗକୁ ପଠାଇଛି । ଚୀନର ଅନୁପ୍ରବେଶ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

{"id":213804,"sizeSlug":"large"}

ଚୀନ ସୀମାକୁ ଲାଗିଥିବା ଅଞ୍ଚଳ ବା Line of Actual Control (LAC)ରେ ଚୀନ ସେନା ଲଦାଖର ଚତୁର ଅଞ୍ଚଳରେ ଅନୁପ୍ରବେଶ କରିଛି । ଚୀନ ସେନାବାହିନୀ ମେଷାପାଳକମାନଙ୍କ ସହଯୋଗରେ ସୀମାରେ ଅନୁପ୍ରେବଶ ପାଇଁ ଉଦ୍ୟମ କରିଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ଭାରତୀୟ ମେଷପାଳକମାନଙ୍କୁ ନିଜ ସୀମାରେ ପ୍ରବେଶ କରିବାକୁ ଚୀନ ସବୁବେଳେ ଅନିଚ୍ଛା ପ୍ରକାଶ କରୁଥାଏ , କିନ୍ତୁ ବର୍ତ୍ତମାନ ସେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଚୀନର ମେଷପାଳକମାନଙ୍କ ସହଯୋଗ ନେଉଛନ୍ତି ।

{"id":213805,"width":582,"height":321,"sizeSlug":"large"}

ଲଦାଖର ଚତୁର ଅଞ୍ଚଳରେ ଥିବା ସେକ୍ଟରରେ ଏହି ଘଟଣା ଘଟିଛି । ଏହିସବୁ ସ୍ଥାନରେ ଭାରତୀୟ ମେଷପାଳକମାନେ ନିଜ ମେଷମାନଙ୍କୁ ଚରାଇବାକୁ ନେଇଥାନ୍ତି । ସେହିସମୟରେ ଚୀନ ସେନା ଭାରତୀୟ ମେଷପାଳକମାନଙ୍କୁ ଅଟକାଇ ଥିଲା , କିନ୍ତୁ କିଛି ସମୟ ପରେ ଚୀନ ପଟରୁ ଆସୁଥିବା ମେଷପାଳକମାନେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ଯାହାକି ଚୀନ ସେନା ସହଯୋଗ କରିଥିଲା ।  

{"id":213806,"sizeSlug":"large"}

ଇଣ୍ଡୋ-ତିବଦ୍ଧତ ସୀମା ପୋଲିସ (ITBP)ର  ଯବାନମାନେ ସୀମାରେ ଏହି ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ଏହାପରେ ଭାରତୀୟ ମେଷପାଳକମାନଙ୍କ ଆଶ୍ବସନା ଦିଆଗଲା ଯେ, ସେମାନଙ୍କର ଏହି ପ୍ରସଙ୍ଗ ଚୀନ ସେନା ସହିତ ହେବାକୁ ଥିବା ଫ୍ଲାଗ ବର୍ଡର ବୈଠକରେ ଏହି ପ୍ରସଙ୍ଗ ଉଠାଯିବା ଏବଂ ଏହାର ସମାଧାନ ମଧ୍ୟ କରାଯିବ ।  

{"id":213807,"sizeSlug":"large"}
476314517

ଚୀନ ସେନା ବହୁ ଦିନ ହେଲା Line of Actual Control (LAC)ର  ଭୂମିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ନା-ପାକ ଷଡଯନ୍ତ୍ର କରୁଆସୁଛି । ସେଥିପାଇଁ ପ୍ରତିଦିନ ନୂଆ-ନୂଆ ରାସ୍ତାର ଆଶ୍ରୟ ନେଉଛି  । ୨୦୧୯ରେ ଚୀନ ସେନା ବାହିନୀ କେତେଥର ଭାରତର ଲଦାଖ ଅଞ୍ଚଳରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଛି ।

{"id":213808,"sizeSlug":"large"}

ଲଦାଖକୁ ଲାଗି ଥିବା ଦୁଇଦେଶର ସୀମା ମଧ୍ୟରେ କୌଣସି ପ୍ରକାରର ତାର ବା ନିଦର୍ଶନ ନାହିଁ । ସେଥିପାଇଁ ଦୁଇଦେଶ ମଧ୍ୟରେ ସଦାସର୍ବଦା ଏହି ଅଞ୍ଚଳରେ ସୀମାକୁ ନେଇ ବିବାଦ ଦେଖାଦେଇଛି । ପ୍ରାୟତଃ ଦେଖାଯାଏ ଚୀନ ସବୁବେଳେ ଏହି ସ୍ଥାନରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.