Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଲଦାଖର ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରା ପଡିଲେ ଚୀନ ସୈନିକ, ମିଳିଲା ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ

19/10/2020 at 3:36 PM

ନୂଆଦିଲ୍ଲୀ ୧୯।୧୦: ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଜାରି ବିବାଦ ମଧ୍ୟରେ ଭାରତୀୟ ସେନା ଚୁମାର-ଡେମଚୋକ୍‌ ଅଞ୍ଚଳରେ ଜଣେ ଚୀନ ସୈନିକଙ୍କୁ ଧରିଛନ୍ତି।  ଚୀନ ସୈନିକଙ୍କ ନିକଟରୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ଧରା ପଡିବା ପରଠୁ ସୁରକ୍ଷାବଳ ଚୀନ ସୈନିକଙ୍କୁ ଜେରା କରିଛନ୍ତି। ଆବଶ୍ୟକ ଔପଚାରିକତା ପରେ ଚୀନ ସୈନିକଙ୍କୁ ନିଜ ଦେଶକୁ ହସ୍ତାନ୍ତର କରାଯାଇଛି।

ନ୍ୟୁଜ୍ ଏଜେନ୍ସିର ସୂତ୍ର ଅନୁଯାୟୀ ଏହି ଚୀନ ସୈନିକ ଭାରତୀୟ ସୀମାରେ ସୋମବାର ଧରା ପଡିଥିଲେ। ପିଏଲଏର ଏହି ଯବାନଙ୍କ ନାମ ଓ୍ଵାଙ୍ଗ ୟା ଲଙ୍ଗ। ପ୍ରୋଟୋକଲ ପୂରା ହେବା ପରେ ଚୀନ ସୈନିକ ଚୁସୁଲ-ମଲଡୋ ମିଟିଂ ପଏଣ୍ଟଠାରେ ନିଜ ଦେଶକୁ ଫେରିଛନ୍ତି।  ହୋଇପାରେ ଯବାନ ଅଜାଣତରେ ଭାରତୀୟ କ୍ଷେତ୍ରରେ ପ୍ରବେଶ କରି ଥାଇ ପାରନ୍ତି। ପୂରା ପ୍ରକ୍ରିୟା ପାଳନ ପରେ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସେନାଙ୍କୁ ଚୀନ ହାତରେ ହସ୍ତାନ୍ତର କରାଯାଇଛି।

ଭାରତୀୟ ସେନା ତରଫରୁ ହେଉଥିବା ପଚରାଉଚୁରାରେ ଏହା ଜାଣିବାକୁ ଉଦ୍ୟମ କରାଯାଉଛି ଯେ, ଏକାକୀ ଚୀନ ସୈନିକ ଭାରତୀୟ ସୀମାରେ କେମିତି ପଶିଲେ। କଣ ସେ ଗୁପ୍ତଚରୀ ଉଦ୍ଦେଶ୍ୟରେ ଆସିଥିଲେ ନା ରାସ୍ତା ଭୁଲି ସୀମାକୁ ଚାଲି ଆସିଥିଲେ ଏହା ସ୍ଥିର ହେବା ପରେ ସେନା ପରବର୍ତ୍ତୀ ପଦକ୍ଷେପ ନେବ। ପ୍ରୋଟୋକଲ ଅନୁଯାୟୀ ଅଜାଣତରେ ସୀମା ଅତିକ୍ରମ କରୁଥିବା ସୈନିକଙ୍କୁ ନିଜ ଦେଶକୁ ପଠାଇ ଦିଆଯାଇଥାଏ।

ଭାରତ ଓ ଚୀନ ସେନା ଏପ୍ରିଲ-ମେ ମାସରୁ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ପୂର୍ବ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖାର ଅନେକ ସ୍ଥାନରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ମୁଖ୍ୟ ଉତ୍ତେଜନାସ୍ଥଳ ମଧ୍ୟରେ ଡେମଚୋକ୍‌ ବ୍ୟତୀତ ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳ, ଦେପସାଙ୍ଗ ସାମିଲ। ସୀମାରେ ଉଭୟ ପକ୍ଷରୁ ବିପୁଳ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି। ଏମିତି ସମୟରେ ଚୀନ ସୈନିକ ଅଜାଣତରେ ସୀମା ଅତିକ୍ରମ କରିବା ବଡ ଘଟଣା ହୋଇଛି।

ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ ହୋଇନଥିବାରୁ ସର୍ବଦା ଏମିତି ଘଟଣା ଘଟୁଛି। ଭାରତ ଅଜାଣତରେ ସୀମା ଅତିକ୍ରମ କରିଥିବା ଚୀନ ନାଗରିକଙ୍କୁ  ସକୁଶଳ ସ୍ଵଦେଶ ପଠାଇଛି। ଏହି ଉତ୍ତେଜନା ମଧ୍ୟରେ ଚୀନ ନାଗରିକ ରାସ୍ତା ଭୁଲି ଯାଇଥିଲେ। ସେନା କେବଳ ସେମାନଙ୍କୁ ରାସ୍ତା ଦେଖାଇନଥିଲେ ବରଂ ଖାଦ୍ୟ ଦେବା ସହିତ ପୂରା ସମୟ ସେମାନଙ୍କର ଧ୍ୟାନ ରଖିଥିଲେ।

ପ୍ରୋଟୋକଲ ଅନୁଯାୟୀ, ଯଦି କେହି ଅଜାଣତରେ ସୀମା ଅତିକ୍ରମ କରନ୍ତି ତେବେ ପଚରାଉଚୁରା ପରେ ତାଙ୍କୁ ନିଜ ଦେଶକୁ ହସ୍ତାନ୍ତର କରାଯାଏ। ହେଲେ ଚୀନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଏ। ଗତ ମାସରେ ଅରୁଣାଚଳର ୫ ଜଣ ନିଖୋଜ ହୋଇ ଯାଇଥିଲେ। ଚୀନ ସେମାନଙ୍କୁ ଧରିଥିବା ସନ୍ଦେହ କରାଯାଉଥିଲା। ପ୍ରଥମେ ପ୍ରଥମେ ଚୀନ ମୁହଁ ଖୋଲିନଥିଲେ ବି ପରେ ସେମାନଙ୍କୁ ଛାଡିଥିଲା।

   Related Posts