ଚୀନର ପୁଣି ଦାଦାଗିରି: ହଟ୍ ସ୍ପ୍ରିଙ୍ଗ ଓ ଗୋଗରାରୁ ପ୍ରତ୍ୟାହାର କରୁନି ସେନା

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୪: ସତ ଚେଷ୍ଟା ସତ୍ତ୍ୱେ ମାନିବାକୁ ନାରାଜ୍ ବେଇମାନ ଚୀନ । ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଏବେ ଉଗ୍ର ରୂପ ନେବାକୁ ବସିଛି । ଏବେ ପୁଣି ଡ୍ରାଗନ୍ ର ଦାଦଗିରି ଦେଖିବାକୁ ମିଳିଛି । ସୀମାନ୍ତ ଅଞ୍ଚଳରୁ ନିଜ ସୈନ୍ୟ ପ୍ରତ୍ୟାହାର ପାଇଁ ଏବେ ପଛଘୁଞ୍ଚା ଦେଉଛି ଚୀନ । ପୂର୍ବ ବର୍ଷ ଭଳି ମଧ୍ୟ ଏମିତି ଏକ ବିବାଦ ସାମ୍ନାକୁ ଆସିଥିଲା ।

ସୂଚନା ଅନୁସାରେ ଏପ୍ରିଲ ୯ରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ହେଲେ ଏଥିରୁ କିଛି ବି ନିଷ୍କର୍ସ ବାହାରିପାରିନଥିଲା । ତେବେ ଚିନ୍ତାର ବିଷୟ ବର୍ତ୍ତମାନ ସୁଦ୍ଧା ୨ ଦେଶ ମଧ୍ୟରେ ୧୧ ଥର ବୈଠକ ବସିସାରିଲାଣି । ଇଂରାଜୀ ଖବରକାଗଜ 'ଦି ଇଣ୍ଡିଆନ୍ ଏକ୍ସପ୍ରେସ' ଅନୁଯାୟୀ ଚୀନ୍ ଗୋଗ୍ରା ପୋଷ୍ଟ ହଟ୍ ସ୍ପ୍ରିଙ୍ଗ୍ସରୁ ସେନା ପ୍ରତ୍ୟାହାର କରିବାକୁ ମନା କରି ଦେଇଛି ।

ଚୀନ୍‌ର ଏହି ଧାରା ଡିପସଙ୍ଗ ସମତଳ ଅଞ୍ଚଳରେ ମଧ୍ୟ ଜାରି ରହିଛି। ଖବର ଅନୁଯାୟୀ, ହଟ୍ ସ୍ପ୍ରିଙ୍ଗସ୍ ଗୋଗ୍ରା ପୋଷ୍ଟରେ ପାଟ୍ରୋଲିଂ ପଏଣ୍ଟ ୧୫PP-17A ରୁ ସେନା ହଟାଇବା ଉପରେ ଚୀନ୍ ପ୍ରଥମେ ସହମତ ହୋଇଥିଲା । କିନ୍ତୁ ପରେ 'ଖାଲି କରିବାକୁ ମନା କରିଦେଇଥିଲା'। ସୂଚନା ମୁତାବକ୍, ଗତ ଆଲୋଚନାରେ ଚୀନ୍ ଭାରତକୁ କହିଛି ଯେ ଯାହା ହାସଲ ହୋଇଛି ସେଥିରେ ତୁମେ ଖୁସି ହେବା ଉଚିତ୍ । ଗଲୱାନ ଘାଟିରେ ସଂଘର୍ଷ ପରଠାରୁ ଭାରତ-ଚୀନ ସୀମା ବିବାଦ ଦିନକୁ ଉଗ୍ର ରୂପ ନେବାରେ ଲାଗିଛି । ସମାଧାନର ବାଟ ଏବଂ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କଥା କହୁଥିବା ଚୀନ କେବଳ ଚାଲାକି କରୁଛି ତାହା କାହାକୁ ଅଛପା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.