Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଲଦ୍ଦାଖ ହୀମପାତରେ ଚୀନ୍ ସେନା ବେହାଲ, ଷ୍ଟ୍ରେଚରରେ ବୁହାଇ ହସ୍ପିଟାଲ ପହଞ୍ଚାଉଛନ୍ତି ଭାରତୀୟ ସେନା

16/11/2020 at 4:45 PM

ଲେହ ୧୬।୧୧: ସୀମାରେ ଚୀନ୍-ଭାରତ ଗତିରୋଧ ସମାପ୍ତ ହେବାର ନାଁ ନେଉନି। ସେନା ଅଧିକାରୀସ୍ତରୀୟ ଆଲୋଚନାରେ ସହମତି ସତ୍ତ୍ୱେ ଏଯାଏଁ ସେନା ପ୍ରତ୍ୟାହାରର ରାସ୍ତା ଖୋଲିନି। ଏଥିରେ ଲଦ୍ଦାଖରେ ବର୍ଷର ପ୍ରଥମ ହୀମପାତ ଆରମ୍ଭ ହୋଇଯାଇଛି। ଫଳରେ ତାପମାତ୍ରା ବିଯୁକ୍ତ ୪ ଡିଗ୍ରି ସେଲସିୟସ୍‌ରେ ପହଞ୍ଚିଥିବା ବେଳେ ଚୀନ୍ ସୈନିକ ବେହୋସ ହୋଇ ଟଳିପଡୁଛନ୍ତି। ମାନବିକତା ଦୃଷ୍ଟିକୋଣରୁ ବେହୋସ ଚୀନ୍‌ ସୈନିକଙ୍କୁ ଷ୍ଟ୍ରେଚରରେ ବୁହାଇ ଭାରତୀୟ ସେନା ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି।

ସମୁଦ୍ର ପତନରୁ ୧୬ ହଜର ଫୁଟ ଉଚ୍ଚ ପ୍ୟୋଙ୍ଗୟୋଙ୍ଗ ଲେକ୍‌ ଉତ୍ତର ଫିଙ୍ଗର ଏରିୟାରେ ଚୀନ୍‌ ସୈନିକ ଅତ୍ୟାଧିକ ଥଣ୍ଡାରେ ଅସୁସ୍ଥ ହୋଇପଡୁଛନ୍ତି। ସୀମାରେ ଭାରତୀୟ ସେନାଙ୍କ ମୁତୟନସ୍ଥଳରୁ ମାତ୍ର ଏକ କିଲୋମିଟର ଦୂରରେ ଏହି ଘଟଣା ଘଟୁଛି। ଯେତିକି ଚୀନ ସୈନିକ ଅସୁସ୍ଥ ହେଉଛନ୍ତି ସେତିକି ସଂଖ୍ୟକ ନୂଆ ସୈନିକଙ୍କୁ ଆଣି ସେଠାରେ ଠୁଳ କରାଯାଉଛି। ହେଲେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନାହିଁ। ନୂଆ ସୈନିକ ମଧ୍ୟ ଅସୁସ୍ଥ ହୋଇପଡୁଛନ୍ତି।

ସୈନ୍ୟ ବାର୍ତ୍ତାରେ ଉଭୟ ଭାରତ ଓ ଚୀନ ଉଭୟ ପରସ୍ପରର ପୂର୍ବସ୍ଥିତିକୁ ଫେରିବାକୁ ରାଜି ହୋଇଛନ୍ତି।  ଉଭୟ ପକ୍ଷ ପରସ୍ପରକୁ ଟପ ସିକ୍ରେଟ୍ ରୋଡ ମ୍ୟାପ୍ ମଧ୍ୟ ପ୍ରଦାନ କରିଛନ୍ତି। ଏହି ମ୍ୟାପ୍‌ ଅନୁସାରେ ଚୀନ୍‌ ବର୍ତ୍ତମାନ ସ୍ଥିତିରୁ ୩୦ କିଲୋମିଟର ପଛକୁ ଫେରିବାକୁ ରାଜି ହୋଇଥିବା ବେଳେ ଯୋଜନା କାର୍ଯ୍ୟକାରୀ ହେଲେ ଭାରତୀୟ ସେନା ମୁତୟନ ସ୍ଥାନରୁ ୧୫ କିଲୋମିଟର ପଛକୁ ହଟିବେ। ଏହା ଛଡା ଉଭୟ ପକ୍ଷ ଫିଙ୍ଗର ଏରିଆ ମଧ୍ୟ ଖାଲି କରିବେ। ଉଭୟ ଦେଶଙ୍କ କୂଟନୈତିକ ଓ ସୈନ୍ୟ ନେତୃବର୍ଗ ଫାଇନାଲ ରୋଡ ମ୍ୟାପ୍‌କୁ ନେଇ ମାନସ ମନ୍ଥନ କରୁଛନ୍ତି। ତେବେ ତା ପୂର୍ବରୁ ଆଡଭାନ୍ସ ପୋଷ୍ଟରେ ମୁତୟନ ସୈନ୍ୟଙ୍କ ଉପରେ ଏବେ ଥଣ୍ଡା ପ୍ରକୋପ କରୁଛି ।

ଲଦ୍ଦାଖର ଉତ୍ତର ସବସେକ୍ଟର  ଡେପ୍ସାଙ୍ଗ ଓ ଦୌଲତ ବେଗ୍‌ ଓଲ୍ଡିରେ ଗତ ୨ ଦିନ ହେଲା ଭୀଷଣ ହୀମପାତ ହେଉଛି।  ଭୀଷଣ ଥଣ୍ଡାରେ ସ୍ଥାନୀୟ ଅଞ୍ଚଳରେ ଉପୁଜୁଥିବା ପରିସ୍ଥିତିର ପୂର୍ବ ଅଭିଜ୍ଞତାକୁ ଆଧାର କରି  ଭାରତୀୟ ସେନା ଅନେକ ପୂର୍ବରୁ ଡେପ୍ସାଙ୍ଗରେ ସୈନିକଙ୍କ ଲାଗି ଫିଲ୍ଡ ହସ୍ପିଟାଲ ଖୋଲି ସାରିଲାଣି।  ଚୀନ୍‌ ନୂଆକରି ଫିଙ୍ଗର ସିକ୍ସ ଅଞ୍ଚଳରେ ଫିଲ୍ଡ ହସ୍ପିଟାଲ ସ୍ଥାପନା କରିଥିଲେ ହେଁ ବୋହୋସ ହୋଇ ଟଳୁଥିବା ସୈନିକଙ୍କୁ ହସ୍ପିଟାଲ ପହଞ୍ଚାଇବା ଲାଗି ସେମାନଙ୍କର ସୈନ୍ୟ ବଳ ନାହିଁ।

ଚୀନ୍‌ ସୈନିକମାନେ ଫିଙ୍ଗର ଏରିଆର ଉଚ୍ଚ ଉଚ୍ଚତାରେ ଥିବା ସ୍ଥାନମାନଙ୍କରେ ସେମାନଙ୍କର ଅଗ୍ରୀମ ପୋଷ୍ଟ ସ୍ଥାପନା କରି ସୀମା ଜଗି ରହିଛନ୍ତି। ଗତ ୬ ମାସ ହେଲା ସେମାନେ ସେଠାରୁ ହଟିବାର ନାଁ ନେଉନଥିଲେ। ହେଲେ ପାଗ ପରିବର୍ତ୍ତନ ସହ ଅଚାନକ ତାପମାତ୍ରା ହ୍ରାସ ସେମାନଙ୍କ ଅବସ୍ଥା ଖରାପ କରିଦେଇଛି। ସୈନ୍ୟ ଅଧିକାରୀମାନେ ଅଧିକରୁ ଅଧିକସୈନ୍ୟ ମଗାଉଛନ୍ତି। ହେଲେ ନୂଆ ସୈନିକ ପହଞ୍ଚିବାମାତ୍ରେ ଅସୁସ୍ଥ ହୋଇପଡୁଛନ୍ତି। ବିଶେଷ କରି ତାପମାତ୍ରା ହ୍ରାସ ସହ ଅକ୍ସିଜେନ୍‌ ହ୍ରାସ ଯୋଗୁ ସୈନ୍ୟ ଅସୁସ୍ଥ ହେବା ସହ ବେହୋସ ହୋଇ ପଡୁଛନ୍ତି।

   Related Posts