Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁଗଲ ପ୍ଲେ ଓ ଆପଲ ଆପ୍ ଷ୍ଟୋରରୁ ବିଦା ହେଲେ ୫୯ ଚୀନ୍ ଆପ୍

2/07/2020 at 7:02 PM

ନୂଆଦିଲ୍ଲୀ ୨।୭:  ଭାରତ ସରକାର ୫୯ଟି ମୋବାଇଲ ଆପ୍‌କୁ ଦେଶରେ ନିଷିଦ୍ଧ ଘୋଷଣା କରିଛନ୍ତି। ସରକାରଙ୍କ ଏହି ଘୋଷଣା ପରେ ପରେ ଗୁଗଲ ପ୍ଲେ ଓ ଆପଲ ଆପ୍‌ ଷ୍ଟୋର ମଧ୍ୟ ଏହି ଆପ୍ ଗୁଡିକୁ  ବାହାର କରିଦେଇଛନ୍ତି। ଫଳରେ ଏପରି ଆପ୍‌ଙ୍କ ରାଜତ୍ୱ ଏବେ ଭାରତରୁ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଛି।

ଏପରି ମୋବାଇଲ ଆପ୍ଲିକେସନ ଦେଶର ସାର୍ବଭୌମତା ସାଙ୍ଗକୁ ଅଖଣ୍ଡତା ଓ ସୁରକ୍ଷା ଲାଗି ବିପଦପୂର୍ଣ୍ଣ ଥିଲେ ବୋଲି ସରକାର କହିଥିଲେ। ଦେଖୁ ଦେଖୁ ଦେଶରେ ଲୋକେ ଏଭଳି ଆପ୍ଲିକେସନ ସବୁ ନିଜ ଫୋନରୁ କାଢିଦେଇଥିବା ବେଳେ ଆପ୍‌ ଷ୍ଟୋରମାନେ ମଧ୍ୟ ନିଜ ଆଡୁ ପଦକ୍ଷେପ ନେଇଛନ୍ତି। ଫଳରେ ଭାରତରେ ଏଭଳି ଆପ୍‌ ଏବେ ଉପଲବ୍ଧ ହେଉ ନାହିଁ। ତେବେ ଗୁଗଲ ପ୍ଲେଷ୍ଚୋର ଏ ଦିଗରେ ପଦକ୍ଷେପ ନେବା ପୂର୍ବରୁ କେତେକ ଆପ୍ଲିକେସନ ନିଜ ଆଡୁ ପ୍ରତ୍ୟାହାର ହୋଇଯାଇଥିଲେ ବୋଲି ଏବେ ଜଣାପଡିଛି।

ଏ ନେଇ ଗୁଗଲ ଭାରତୀୟ ମୁଖପାତ୍ର  ଭାରତ ସରକାରଙ୍କ ଅନ୍ତରୀଣ ଆଦେଶର ଏବେ ସମୀକ୍ଷା କରାଯାଉଥିବାର କହିଛନ୍ତି। ଯେଉଁ ସବୁ ଆପ୍ଲିକେସନ ବାଧିତ ହୋଇଛି ସମ୍ପୃକ୍ତ କମ୍ପାନୀମାନଙ୍କୁ ମଧ୍ୟ ଏ ନେଇ ସୂଚିତ କରାଯାଇଥିବାର ମୁଖପାତ୍ର ସୂଚନା ଦେଇଛନ୍ତି। ଗୁଗଲ ଭଳି ଆପଲ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ତାଙ୍କ ଆପ୍‌ ଷ୍ଟୋରରୁ ନିଷିଦ୍ଧ ଆପ୍ଲିକେସନଗୁଡିକୁ ହଟାଇ ଦେଇଛନ୍ତି।  

   Related Posts