Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

Apps ବ୍ୟାନ୍, ଚିନ୍ତାରେ ଚୀନ: ଏବେ ଭାରତକୁ ଦେଉଛି ନିୟମ କାନୁନର ଉପଦେଶ

30/06/2020 at 3:00 PM

ବେଜିଂ ୩୦।୦୬: ଲଦାଖରେ ସାମରିକ ଶକ୍ତି ବଳରେ ନାଲି ଆଖି ଦେଖାଉଥିବା ଚୀନକୁ ଭାରତ ସାମରିକ ଶକ୍ତି ସହିତ ଆର୍ଥିକ ମୋର୍ଚ୍ଚାରେ ଘେରିଛି। ଦେଶରେ ଚାଇନା ବୟକଟ ଅଭିଯାନ ଜୋର ଧରିଛି। ଏହି କ୍ରମରେ ଗତକାଲି ଭାରତ ସରକାର ଚୀନର ୫୯ଟି ଆପ୍ଲିକେସନକୁ ନିଷିଦ୍ଧ ବା ବ୍ୟାନ କରିଛନ୍ତି। ଏହା ସହିତ ଗୁଗଲକୁ ନିଜର ପ୍ଲେ ଷ୍ଟୋରରୁ ଏସବୁ ଆପ୍ସ ହଟାଇ ଦେବାକୁ ଆଦେଶ ଦିଆଯାଇଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ଚୀନ ବିଚଳିତ ହୋଇ ପଡିଛି। ଏହା ଉପରେ ଦୁଃଖ ପ୍ରକାଶ କରି ସ୍ଥିତି ଉପରେ ନଜର ରଖିଥିବା କଥା କହିଛି। ଏ ପର୍ଯ୍ୟନ୍ତ ଗଲଓ୍ଵାନକୁ ନିଜର ବୋଲି ଦାବି କରୁଥିବା ଚୀନ ଭାରତର ଏହି ଆକ୍ସନ ପରେ ଅନ୍ତରାଷ୍ଟ୍ରୀୟ ଆଇନର ଦ୍ଵାହି ଦେବାରେ ଲାଗିଛି।

ବଢିଲା ଚୀନର ଚିନ୍ତା

ଚୀନର ବୈଦେଶିକ ମୁଖପାତ୍ର ଝାଓ ଲିଜିୟାନ ଭାରତରେ ଚୀନୀ ଆପ୍ସ ନିଷିଦ୍ଧ ହେବା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚୀନ ଏହାକୁ ନେଇ ବହୁତ ଚିନ୍ତିତ ଏବଂ ସ୍ଥିତିର ସମୀକ୍ଷା  କରାଯାଉଛି। ଉଲ୍ଲେଖଯୋଗ୍ୟ, ଦୁଇ ଦେଶ ମଧ୍ୟ ଲଦାଖରେ ଏକ ମାସରୁ ଅଧିକ ସମୟ ହେବ ବିବାଦ ଲାଗି ରହିଛି। ଗଲଓ୍ଵାନ ଉପତ୍ୟକାରେ ଚୀନୀ ସେନା ସହ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ ଯବାନ ନିହତ ହୋଇଛନ୍ତି।

ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ଆମେ କହିବାକୁ ଚାହୁଁଛୁ ଯେ, ଚୀନୀ ସରକାର ସର୍ବଦା ନିଜର ବ୍ୟବସାୟୀଙ୍କୁ ଅନ୍ତରାଷ୍ଟ୍ରୀୟ ଏବଂ ସ୍ଥାନୀୟ ନିୟମ ପାଳନ କରିବାକୁ କହି ଆସିଛି। ଭାରତ ସରକାରଙ୍କୁ ଚୀନ ସମେତ ସମସ୍ତ ଅନ୍ତରାଷ୍ଟ୍ରୀୟ ନିବେଶକଙ୍କ ଆଇନ ଅଧିକାରର ରକ୍ଷା କରିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ଗତକାଲି ଭାରତ ସରକାର ୫୯ଟି ଚାଇନା ଆପ୍ସ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଷିଦ୍ଧ  ହୋଇଥିବା ଆପ୍ସ ତାଲିକାରେ ଟିକ୍‌ଟକ୍‌, ୟୁସି ବ୍ରାଉଜର ଓ ସେୟାର ଇଟ୍‌ ସହିତ ଅନେକ ଗୁଡାଏ ଲୋକପ୍ରିୟ ଆପ୍ସ ସାମିଲ। ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ସରକାର ସେହି ୫୯ ମୋବାଇଲ ଆପ୍‌ ଉପରେ ବ୍ୟାନ୍‌ ଲଗାଇଛନ୍ତି ଯାହା ଦେଶର ସାର୍ବଭୌମତ୍ଵ ଓ ଅଖଣ୍ଡତା, ଦେଶର ରକ୍ଷା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଥିଲା।

   Related Posts