ଏହି ଧନିକଙ୍କ କମ୍ପାନୀରେ ନିବେଶକଙ୍କର ବୁଡ଼ିଗଲା ୧୭୦ ବିଲିୟନ ଡଲାର, ସମ୍ପତ୍ତିରେ ଆଡାନୀଙ୍କୁ ଦେଉଥିଲେ ଟକ୍କର

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯।୭: ଦିଗ୍ଗଜ ଟେକ୍‌ କମ୍ପାନୀ ‘ଟେନସେଣ୍ଟ’ର ନିବେଶକଙ୍କ ଲାଗି ଜୁଲାଇ ଏକ ଅଶୁଭ ମାସ କୁହାଯାଇପାରେ। ଗୋଟିଏ ମାସରେ କମ୍ପାନୀର ସେୟାର ମୂଲ୍ୟରେ ୨୩ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ଫଳରେ କମ୍ପାନୀରେ ନିବେଶ କରିଥିବା ଲୋକଙ୍କ ୧୭୦ ବିଲିୟନ ଡଲାରର ନିବେଶ ବୁଡ଼ି ଯାଇଥିବା ବେଳେ କମ୍ପାନୀ ମାଲିକଙ୍କ ମୋଟ ସମ୍ପତ୍ତିର ପରିମାଣ ମଧ୍ୟ ହ୍ରାସ ହୋଇଛି।

{"id":487756,"sizeSlug":"large","linkDestination":"none"}

ବ୍ଲୁମବର୍ଗ ତଥ୍ୟ ଅନୁସାରେ ସାରା ବିଶ୍ୱରେ ଥିବା ଟେକ୍‌ କମ୍ପାନୀଙ୍କ ମଧ୍ୟରେ ଚୀନ୍‌ର ଟେନସେଣ୍ଟ ସବୁଠୁ ଖରାପ ପ୍ରଦର୍ଶନ କରିଛି। ଏହା ଏକ ଚୀନା କମ୍ପାନୀ ହୋଇଥିବା ବେଳେ ଜୁଲାଇରେ କ୍ଷତି କରିଥିବା ଶୀର୍ଷ ୧୦ ଟେକ୍‌ କମ୍ପାନୀଙ୍କ ସୂଚୀରେ ଚୀନ୍‌ର ୯ଟି କମ୍ପାନୀ ଅଛନ୍ତି। ତେବେ ଏଥିଲାଗି ଏବେ ଚୀନ ସରକାରଙ୍କୁ ଦାୟି କରାଯାଉଛି। ସରକାର ଡାଟା ସିକ୍ୟୁରିଟି ଓ ଫାଇନାନସିଆଲ ଷ୍ଟାବିଲିଟି ଲାଗି ନେଇଥିବା ପଦକ୍ଷେପ ଏହି କମ୍ପାନୀଙ୍କ ଲାଗି ଏବେ କ୍ଷତିର କାରଣ ପାଲଟିଛି।

{"id":487757,"sizeSlug":"large","linkDestination":"none"}

ଜୁଲାଇ ପ୍ରଥମ ସପ୍ତାହରେ ସମ୍ପତ୍ତି ମାମଲାରେ ଟେନସେଣ୍ଟ ମାଲିକ ମା ହୁଆତେଙ୍ଗ ଏସିଆରେ ଗୌତମ ଆଡାନୀଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ହୁଆତେଙ୍ଗଙ୍କ ମୋଟ ସମ୍ପତ୍ତି ଆଡାନୀଙ୍କ ସମ୍ପତ୍ତିଠାରୁ ୯ ବିଲିୟନ ଡଲାର ତଳକୁ ଖସିଛି। ବ୍ଲୁମବର୍ଗ ବିଲିୟୋନେୟାର ଇଣ୍ଡେକ୍ସରେ ମା ହୁଆତେଙ୍ଗଙ୍କ ମୋଟ ସମ୍ପତ୍ତିର ପରିମାଣ ୪୫.୯ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ବିଶ୍ୱର ଶୀର୍ଷ ଧନିକଙ୍କ ସୂଚୀର ୩୦ତମ ସ୍ଥାନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.