Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଚୀନର ହୀନ ଚକ୍ରାନ୍ତ: ଭାରତର ‘ତେଜସ୍’କୁ ନିଜର ଲଢ଼ୁଆ ବିମାନ ଭାବେ ଦେଖାଇଲା ସରକାରୀ ଟିଭି ଚ୍ୟାନେଲ୍‌, ପୋଲ୍‌ ଖୋଲିଦେଲେ ସୋସିଆଲ୍‌ ମିଡିଆ ୟୁଜର୍ସ

1/07/2021 at 7:56 PM

ପେଇଚିଙ୍ଗ୍‌ ୧/୦୭: ଚୀନର କମ୍ୟୁନିଷ୍ଟ ପାର୍ଟିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଡ୍ରାଗନର ଅନ୍ୟ ଏକ ହୀନ ଚକ୍ରାନ୍ତର ପର୍ଦ୍ଦାଫାସ ହୋଇଛି। ବୁଧବାର ଚୀନର ସରକାରୀ ଟିଭି ଚ୍ୟାନେଲ୍‌ ସଜିଟିଏନ୍‌  ଲଜ୍ଜାକର ସ୍ଥିତିର ସାମ୍ନା କରିଛି। ସିଜିଟିଏ୍‌ ଏକ ଭିଡିଓ ମାଧ୍ୟମରେ ଭାରତ ନିର୍ମିତ ତେଜସ୍‌ ଲଢ଼ୁଆ ବିମାନକୁ ଚୀନର ବୋଲି ଦେଖାଇଛି। ଭାରତର ତେଜସ୍‌ର ଶକ୍ତିକୁ ନିଜ ଦେଶର ଫାଇଟର ବିମାନ ଜେ-୧୦ର ଶକ୍ତି ବୋଲି ଦର୍ଶାଇଛି ସିଜିଟିଏନ୍ ।

ଅର୍ଥାତ ତେଜସ୍‌ ଟ୍ରାଏଲ୍‌ ବେଳର ଦୃଶ୍ୟ କପି କରି ଚୀନର ଜେ-୧୦ ଭିଡିଓ ସହ ଯୋଡ଼ିଛି ସିଜିଟିଏନ୍‌।ଏହା ପରେ ଲୋକେ ସୋସିଆଲ ମିଡିଆରେ ଏହାର ପୋଲ୍‌ ଖୋଲିଛନ୍ତି। ସିଜିଟିଏନ୍‌ ଟ୍ରୋଲ୍‌ ହେବା ପରେ ନିଜର ଭିଡିଓକୁ ଟ୍ବିଟରରୁ ଡିଲିଟ୍‌ କରିଥିବା ଜଣାପଡ଼ିଛି। ପ୍ରକୃତରେ ଚୀନର ଏହି ଟିଭି ଚ୍ୟାନେଲ୍‌ ନିଜ ଦେଶର ଏୟାରଫୋର୍ସ ପାଇଲଟ୍‌ ଏବଂ ଫାଇଟର ଜେଟ୍‌ର ଶକ୍ତି ବଢ଼ାଇବାକୁ ଯାଇ ଏହି ହୀନ ଚକ୍ରାନ୍ତ କରିଛି।  

ତେବେ ସେହି ଭିଡିଓରେ ଯାହା ବି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାହା ଭାରତୀୟ ଲଢ଼ୁଆ ବିମାନ ତେଜ୍‌ସ ଟ୍ରାଏଲ ବେଳର ଫୁଟେଜ୍‌ ବୋଲି ସୋସିଆଲ ମିଡିଆରେ ତଥ୍ୟ ସହ ୟୁଜର ସେୟାର କରିଛନ୍ତି। ତେଜସ୍‌ରୁ ବମ୍‌ ନିକ୍ଷେପର ଏହି ପରୀକ୍ଷଣ ୨୦୧୩ରେ ହୋଇଥିଲା। ଏହି ସମୟରେ ତେଜସ୍ ଲେଜର ଗାଇଡେଡ୍‌ ବମ୍‌ ପକାଇବା ଏବଂ ଏୟାର ଟୁ ଏୟାର ମିସାଇଲ୍‌ ଛାଡ଼ିବା ଭଳି ଦମଦାର ପ୍ରଦର୍ଶନ କରିଥିଲା। ଚୀନ ତେଜସ୍‌ର ଏହି ଭିଡିଓକୁ ଚୋରି କରି ସେୟାର କରିବା ପରେ ଟ୍ବିଟ୍‌ରରେ ୟୁଜର ଏହାର ପୋଲ୍‌ ଖୋଲିଛନ୍ତି ।

   Related Posts