ଲଦାଖ ପରେ ଭାରତ ମହାସାଗର ଉପରେ ନଜର, ପାକିସ୍ତାନରେ ନୌସେନା ବେସ୍ ପ୍ରସ୍ତୁତିରେ ଚୀନ

Published By : Prameya-News7 Bureau | June 02, 2020 IST

ଇସଲାମାବାଦ/ବେଜିଂ ୦୨।୦୬: ଗୋଟିଏ ପଟେ ଭାରତର ଲଦାଖ ସୀମାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଦକ୍ଷିଣ ଚୀନ ସାଗରରେ ଆମେରିକାକୁ ଟକ୍କର ଦେଉଛି ଚୀନ। କେବଳ ଏତିକି ନୁହେଁ ଏବେ ପାକିସ୍ତାନ ଜରିଆରେ ଚୀନ ଭାରତ ମହାସାଗରରେ ନିଜର ପ୍ରାଧ୍ୟାନ୍ୟବିସ୍ତାର କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନର ଗ୍ଵାଦରରେ ଚୀନର ନୌସେନା ବେସ୍‌ରୁ ଏହାର ସଙ୍କେତ ମିଳିଛି। ଏହି ବେସ୍‌ ନିର୍ମାଣ ହେଲେ ଭାରତ ମହାସାଗରରେ ଚୀନର ସ୍ଥିତି ଆହୁରି ମଜବୁତ ହେବ। ନିକଟରେ ଉପଗ୍ରହ ଛବିରୁ ଜଣା ପଡିଛି, ଗତ କିଛି ବର୍ଷ ହେବ ଏଠାରେ ଅନେକ ନୂତନ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଏଥିରୁ ଗୋଟିଏ ବନ୍ଦର ଚୀନ କମ୍ପାନୀ ବିକଶିତ କରୁଛି। ଏଠାରେ ଚୀନ ସେନାର ଗତିବିଧି ମଧ୍ୟ ଦେଖିବାକୁ ମିଳିଛି।

ପାକିସ୍ତାନର ପଶ୍ଚିମ ଉପକୂଳରେ ସ୍ଥିତ ଗ୍ଵାଦର ବନ୍ଦର  ଚୀନର ବେଲ୍ଟ ଆଣ୍ଡ ରୋଡ୍‌ର ଏକ ମହତ୍ଵପୂର୍ଣ୍ଣ ଅଂଶ। ଏହା ଜରିଆରେ ଚୀନର ସାମାନ ପୂରା ଦକ୍ଷିଣ ଏସିଆ ବୁଲି ବୁଲି ଯିବା ପରିବର୍ତ୍ତେ ପାକିସ୍ତାନ ଦେଇ ପରିବହନ ହେବ। ଚୀନ ଏଠାରେ ନୌସେନା ନିର୍ମାଣ କରୁଥିବା ରିପୋର୍ଟ ୨୦୧୮ରେ ପ୍ରଥମ ଥର ସାମ୍ନାକୁ ଆସିଥିଲା। ପୋର୍ଟରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ରହିଛି ଯାହାକୁ ଚାଇନା କମ୍ୟୁନିକେସନ କନଷ୍ଟ୍ରକ୍ସନ କମ୍ପାନୀ ବ୍ୟବହାର କରୁଛନ୍ତି। ସାଧାରଣତଃ ଏହି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ରହିଥାଏ ମାତ୍ର ଏଠାରେ ଆବଶ୍ୟକତାଠୁ ଅଧିକ କିଛି ଦେଖିବାକୁ ମିଳୁଛି।

wp:core-embed/twitter {"url":"https://twitter.com/Civil_Int/status/1267527682083958785?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fworld%2Fpakistan%2Fchinas-port-compound-in-pakistan-indicates-towards-naval-base-aiming-at-indian-ocean-dominance%2Farticleshow%2F76159349.cms","type":"rich","providerNameSlug":"twitter","className":""}
https://twitter.com/Civil_Int/status/1267527682083958785?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fworld%2Fpakistan%2Fchinas-port-compound-in-pakistan-indicates-towards-naval-base-aiming-at-indian-ocean-dominance%2Farticleshow%2F76159349.cms
/wp:core-embed/twitter

ଫୋବର୍ସର ଏକ ରିପୋର୍ଟ ଅନୁଯାୟୀ ଏଠାରେ ଆଣ୍ଟି ହ୍ଵିକିଲ୍ ସଡକ, ସିକ୍ୟୁରିଟି ଫେସିଂ ଓ ଉଚ୍ଚ କାନ୍ଥ ନିର୍ମାଣ କରାଯାଇଛି। ପୋଷ୍ଟ ଓ ଗାର୍ଡ ଟାଓ୍ଵାର ମଧ୍ୟ ନିର୍ମାଣ କରାଯାଇଛି। ସେଠାରେ ଅସ୍ତ୍ର ଶସ୍ତ୍ର ସଜ୍ଜିତ ସୈନିକ ମୁତୟନ ଅଛନ୍ତି। ଏହି କମ୍ପାଉଣ୍ଡ ନିକଟରେ ଦୁଇଟି ଧାଡିରେ କୋଠା ରହିଛି। ଏହାର ଛାତ ନୀଳ ଦେଖା ଯାଉଥିବାରୁ ଅନୁମାନ କରାଯାଉଛି ଯେ, ଏହା ଚୀନର ନୌସେନାର ବାରାକ ହୋଇ ଥାଇପାରେ। କୁହାଯାଉଛି ପୋର୍ଟର ବିସ୍ତାର ଲାଗି ନିର୍ମାଣଧୀନ କାମ ଜାରି ରହିଛି।

ଏ ପର୍ଯ୍ୟନ୍ତ ଗ୍ଵାଦର ବାଣିଜ୍ୟିକ ବନ୍ଦରର ଅଧିକ ବ୍ୟବହାର ହୋଇନାହିଁ। କିଛି ବର୍ଷ ପୂର୍ବେ ଆଫଗାନିସ୍ତାନ ସହ କାରବାର ଲାଗି ଏହି ବନ୍ଦର ବ୍ୟବହାର କରିବାକୁ ରାଜିନାମା ହୋଇଥିଲା। ପ୍ରଥମ ବଡ ବ୍ୟବସାୟିକ ଜାହାଜ ଏମଭି ମାନେଟ୍‌ ଗତ ସପ୍ତାହରେ ୧୭୦୦୦ ଟନ୍ ଗହମ ନେଇ ଏଠାରେ ପହଞ୍ଚିଛି। କୁହାଯାଉଛି ବନ୍ଦର କିମ୍ବା ସମ୍ଭାବିତ ନୌସେନା ବେସ୍‌ ନିର୍ମାଣ ହେଲେ ଚୀନର ଆର୍ଥିକ ଫାଇଦା ବଢିବ। ଏହା ସହିତ ଭାରତ ମହାସାଗରରେ ଚୀନର ଉପସ୍ଥିତି ଆହୁରି ସଶକ୍ତ ହୋଇଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.