Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

‘ସଂଖ୍ୟା ଆଧାର’ରେ ଚୀନର ନୌସେନା ବିଶ୍ବର ସବୁଠୁ ବଡ଼: ଆମେରିକା ରିପୋର୍ଟ

7/11/2021 at 7:17 PM

ଓ୍ବାସିଂଟନ୍‌ ୦୭/୧୧: ବିଶ୍ବରେ ଚୀନ ପାଖରେ ସବୁଠୁ ବଡ଼ ସ୍ଥଳ ସେନା ରହିଛି। ନୌସେନା ମାମଲାରେ ଡ୍ରାଗନ ମଧ୍ୟ ଶୀର୍ଷରେ। କିନ୍ତୁ ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି) ଅନୁସାରେ, ଚୀନର ନୌସେନା ସଂଖ୍ୟା ଦୃଷ୍ଟିରୁ ବିଶ୍ବରେ ସବୁଠୁ ବଡ଼ ନୌସେନା । ସଦ୍ୟତମ ରିପୋର୍ଟ କହୁଛି, ଚୀନ ପାଖରେ ପାଖାପଖି ୩୫୫ଟି ଜାହାଜ ଏବଂ ଯୁଦ୍ଧପୋତ ରହିଛି। ଏହା ମଧ୍ୟରେ ୧୪୫ଟି ପ୍ରମୁଖ ଭୂପୃଷ୍ଠ ଯୁଦ୍ଧବିମାନ ମଧ୍ୟ ସାମିଲ। ଏପରିକି ଖୁବଶୀଘ୍ର ‘ଦୀର୍ଘ ଦୂରତାର ସଠିକ୍‌ ଆକ୍ରମଣ’ ପାଇଁ ମଧ୍ୟ ଚୀନ ନୌସେନା ସକ୍ଷମ ହୋଇପାରିବ ବୋଲି ଜଣାପଡ଼ିଛି।

ଏହା ସହ ଡିଓଡି ରିପୋର୍ଟ ଦର୍ଶାଉଛି ଯେ ଚୀନର ଏୟାରଫୋର୍ସ (ପ୍ଲାଫ୍‌) ଏବଂ ପିପୁଲ୍ସ ଲିବରେସନ୍‌ ଆର୍ମୀ ନେଭି (ପ୍ଲାନ୍‌) ମିଳିତ ଭାବେ ଆଞ୍ଚଳିକ ଭାବେ ବୃହତ୍ତମ ଏବଂ ବିଶ୍ବରେ ତୃତୀୟ ବୃହତ୍ତ ଆଭିଏସନ୍‌ ଫୋର୍ସ । ଦୁଇ ସେନା ପାଖରେ ୨୮୦୦ ଏୟାରକ୍ରାଫ୍ଟ ରହିଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୨୨୫୦ ଲଢ଼ୁଆ ବିମାନ ରହିଛି। ​‌ ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ରକେଟ୍ ଫୋର୍ସ ରୋଡ୍-ମୋବାଇଲ୍ DF-26 ମଧ୍ୟବର୍ତ୍ତୀ ରେଞ୍ଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇଆରବିଏମ୍ଏସ୍‌) ର ତାଲିକା ବୃଦ୍ଧି କରିବାରେ ଲାଗିଛି ଏବଂ ଏହା ପାରମ୍ପାରିକ ତଥା ଆଣବିକ ସଠିକ୍ ଷ୍ଟ୍ରାଇକ୍ କରିବାରେ ସକ୍ଷମ ଅଟେ ।

ଚୀନ୍‌ର ଆଣବିକ କ୍ଷମତା ଉପରେ ରିପୋର୍ଟ ଦର୍ଶାଉଛି ଯେ  ଏହାର “ସ୍ଥଳ, ସମୁଦ୍ର ଏବଂ ବାୟୁ ଭିତ୍ତିକ ଆଣବିକ ବିତରଣ ପ୍ଲାଟଫର୍ମ” କୁ ବିସ୍ତାର କରିଆସୁଛି ଏବଂ ଜୈବିକ କାର୍ଯ୍ୟକଳାପରେ ମଧ୍ୟ ନିୟୋଜିତ ଅଛି । ନୌସେନା, ବାୟୁ ଏବଂ ସ୍ଥଳ ସେନାର କ୍ଷମତାକୁ ବୃଦ୍ଧି କରିବାକୁ ଚୀନ୍‌ ବିଦେଶରେ ସମରାଭ୍ୟାସ କରିବାକୁ ଆଗ୍ରହ ଦେଖାଉଛି।  କାମ୍ବୋଡିଆ, ପାକିସ୍ତାନ, ଶ୍ରୀଲଙ୍କା, ତାଜିକିସ୍ତାନ, ୟୁଏଇ, ସେଚେଲ୍ସ ଏବଂ ଅନ୍ୟାନ୍ୟ ସ୍ଥାନରେ ଚୀନ ସେନା ଅଭ୍ୟାସ କରିବାକୁ ଲକ୍ଷ୍ୟ ରଖିଛି।

ଏହା ବ୍ୟତୀତ ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ଭାରତ ସହିତ ସୀମା ବିବାଦ ହେଉ କି ଅନ୍ୟାନ୍ୟ  ସମସ୍ୟା ଚୀନ କିନ୍ତୁ ନିଜର ଯୁଦ୍ଧାସ୍ତ୍ର ପରୀକ୍ଷଣକୁ ଆହୁରି ବଢ଼ାଇଛି। ସେନା କ୍ଷେତ୍ରରେ ଚୀନ ବିଶ୍ବ ମହାଶକ୍ତି ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ବରେ ନେତୃତ୍ବ ନେବାକୁ ପ୍ରଚେଷ୍ଟା ଚଳାଇଛି ।

   Related Posts