Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ଚୀନର କରୋନା ଭ୍ୟାକସିନ୍ BBIBP-CorV ପ୍ରଥମ ପର୍ଯ୍ୟାୟ ସଫଳ: ପଶୁ ପକ୍ଷୀଙ୍କ ଠାରେ ପରୀକ୍ଷଣ ପରେ ମାନବୀୟ ପରୀକ୍ଷା ଆରମ୍ଭ, ହଜାରେ ଲୋକଙ୍କୁ ଦିଆଯିବ ଟୀକା

10/06/2020 at 6:27 PM

ନୂଆଦିଲ୍ଲୀ ୧୦।୦୬: ସମଗ୍ର ବିଶ୍ଵର ବୈଜ୍ଞାନିକ ଓ ଗବେଷକ କରୋନା ଭ୍ୟାକସିନ୍‌ ପ୍ରସ୍ତୁତିରେ ଜୁଟିଛନ୍ତି। ଏହି କ୍ରମରେ ଚୀନୀ ଗବେଷକ କୋଭିଡ୍-୧୯ ପାଇଁ ଏକ ଭ୍ୟାକସିନ୍ ବିକଶିତ କରିଛନ୍ତି। ଏହାକୁ ମାଙ୍କଡଙ୍କ ଶରୀରରେ ପରୀକ୍ଷଣ କରାଯାଇଛି ଏବଂ ପରିଣାମ ସକରାତ୍ମକ ରହିଛି। ଗବେଷଙ୍କ ଅନୁସାରେ ଏହି ଭ୍ୟାକସିନ୍‌ ପଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି କରିଥିଲା। ଏଥିରେ ପଶୁ ଶରୀରରେ କୌଣସି ପ୍ରତିକୂଳ ପ୍ରଭାବ ପଡିନଥିଲା।

ଏବେ ଟୀକାର ମାନବ ପରୀକ୍ଷଣ ପାଇଁ ୧୦୦୦  ଜଣଙ୍କଠାରେ ଆରମ୍ଭ ହୋଇଛି। ଏହି ସମ୍ଭାବିତ ଟୀକାକୁ BBIBP-CorV  କୁହାଯାଏ। ଏହା ଉଚ୍ଚସ୍ତରରେ ଆଣ୍ଟିବଡିକୁ ସକ୍ରିୟ କରିବାରେ କାମ କରିଥାଏ, ଯାହା ଭାଇରସ୍‌କୁ ପ୍ରଭାବହୀନ କରିବାରେ ସକ୍ଷମ। ଏଥିସହ ଏହା ଆଗାମୀ ସଂକ୍ରମଣକୁ ମଧ୍ୟ ରୋକିବାରେ ସକ୍ଷମ ଅଟେ। ମେଡିକାଲ ଜର୍ଣ୍ଣାଲ ସେଲ୍‌ରେ ଅନଲାଇନ୍‌ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଭ୍ୟାକସିନ୍‌ର ପରୀକ୍ଷଣ ମାଙ୍କଡ, ମୂଷା, ଘୁଷୁରୀ ଓ ଠେକୁଆ ଶରୀରରେ କରାଯାଇଛି।

ଗବେଷକ ନିଜର ଅଧ୍ୟୟନରେ ଉଲ୍ଲେଖ କରିଛନ୍ତି, BBIBP-CorVର କ୍ଲିନିକାଲ ଟ୍ରାଏଲ ଆଗାମୀ ପରିଣାମର ମୂଲ୍ୟାଙ୍କନ ଲାଗି ବେଶ୍ ସହାୟକ ହେବ। ଏହାକୁ ବେଜିଂ ଇନଷ୍ଟିଚ୍ୟୁୟଟ୍ ଅଫ ବାୟୋଲୋଜି ଓ ରାଜ୍ୟ ସଂଚାଳିତ ଚାଇନା ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ଗ୍ରୁପ୍ ଏକାଠି ମିଶି ବିକଶିତ କରୁଛନ୍ତି। BBIBP-CorV ଚୀନରେ ମନୂଷ୍ୟ ଶରୀରରେ ପରୀକ୍ଷଣ କରାଯିବାରେ ହେଉଛି ପଞ୍ଚମ ଭ୍ୟାକସିନ।

ବିଶ୍ଵସ୍ତରରେ ଏବେ ଭ୍ୟାକସିନ୍‌ ପ୍ରସ୍ତୁତି ଲାଗି ଦୌଡ ଆରମ୍ଭ ହୋଇ ଯାଇଛି। ଅନ୍ୟପଟେ ସ୍ଵାଭାବିକ ଜୀବନ ଆରମ୍ଭ ଲାଗି ପ୍ରସ୍ତୁତି ଆରମ୍ଭ ହେଉଛି। ଫଳରେ ସଂକ୍ରମିତ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଲକ୍‌ଡାଉନ୍‌ କୋହଳ ନେଇ ଆମେରିକାରେ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଚରମ ସ୍ଥିତିରେ ପହଞ୍ଚି ସାରିଛି। ଏବେ ଭାରତ ଓ ବ୍ରାଜିଲରେ ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ସମଗ୍ର ଦୁନିଆରେ ପ୍ରାୟ ୧୦୦ ଟୀକା ବିକଶିତ କରାଯାଉଛି। ଭାଇରସ୍‌ ପାଇଁ ଭ୍ୟାକସିନ୍‌ ପ୍ରସ୍ତୁତିରେ ସବୁଠୁ ଆଗରେ ଥିବା କମ୍ପାନୀଙ୍କ ମଧ୍ୟରେ ଏଷ୍ଟ୍ରାଜେନେକା, ଫାଇଜର, ବାୟୋଏନଟେକ, ଜନସନ ଆଣ୍ଡ ଜନସନ, ମର୍କ, ମୋଡେର୍ଣ୍ଣ, ସନୋଫି ଓ ଚୀନର କ୍ୟାନ୍ସିନୋ ବାୟୋଲୋଜି ସାମିଲ।  

   Related Posts