ଚୀନରେ ପରିବାର ନିୟନ୍ତ୍ରଣ, ୫ ବର୍ଷ ପରେ ପ୍ରତି ବର୍ଷ ୧ କୋଟି ଲେଖାଏଁ କମିବ ଜନସଂଖ୍ୟା, ଏବେ ବେଶୀ ବୁଢ଼ା !

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯/୪: ଲୋକସଂଖ୍ୟା ମାମଲାରେ ବିଶ୍ବ​ରେ  ଚୀନ ଏକ ନମ୍ବର। ଚୀନରେ ଲୋକସଂଖ୍ୟା ୧୪୦ କୋଟି ପାର କରିଥିବା ବେଳେ ଏବେ ଡ୍ରାଗନର ଆଉ ଏକ ପ୍ଲାନ ସମସ୍ତଙ୍କୁ ଚକିତ କରିଛି। ଚୀନ ବିଶେଷଜ୍ଞଙ୍କ ମତରେ ଆଗାମୀ ୫ ବର୍ଷ ପରେ ଦେଶରେ ପ୍ରତି ବର୍ଷ ଏକ କୋଟି ଲୋକ କମ୍‌ ହୋଇଯିବେ। ପ୍ରତି ବର୍ଷ ଏତେ ସଂଖ୍ୟକ ଲୋକ କମ୍‌ ହେବା ନେଇ ଚୀନର ଗୁଆଁଗଡୋଙ୍ଗୋ ଆକାଡେମୀ ଅଫ ପପୁଲେସନ୍‌ ଡେଭେଲପମେଣ୍ଟର ନିର୍ଦେଶକ କହିଛନ୍ତି। ଡୋଙ୍ଗ ୟୁଝୋଙ୍ଗଙ୍କ ମତରେ ଆଗାମୀ କିଛି ବର୍ଷ ମଧ୍ୟରେ ଚୀନର ଲୋକସଂଖ୍ୟା କମିବା ଆରମ୍ଭ କରିବ।

୨୦୧୯ରେ ଦେଶରେ କେବଳ ୧.୪୬ କୋଟି ପିଲା ଜନ୍ମ ନେଇଛନ୍ତି। ଯାହାକି ୧୯୪୯ ପରେ ଏହା ସବୁଠୁ କମ୍‌ ଜନ୍ମ ହାର ରହିଛି । ୨୦୧୮ ତୁଳନାରେ ୨୦୧୯ରେ ୫.୮୦ ଲକ୍ଷ ପିଲା କମ୍‌ ଜନ୍ମ ନେଇଛନ୍ତି ବୋଲି ସେ କହିଛନ୍ତି। ତେବେ ଚୀନ ସରକାରଙ୍କ ପଖରୁ ଏହି ଡାଟାକୁ ସାର୍ବଜନୀନ କରାଯାଉ ନାହିଁ। ୨୦୧୯ରେ ଥିବା ଜନ୍ମ ହାର ଜଣାପଡ଼ିଥିବା ବେଳେ ୨୦୨୦ରେ କେତେ ପିଲା ଜନ୍ମ ନେଇଛନ୍ତି ସେନେଇ ଚୀନ ତଥ୍ୟ ପ୍ରକାଶ କରୁନାହିଁ।

wp:embed {"url":"https://twitter.com/Reuters/status/1384056720058568707","type":"rich","providerNameSlug":"twitter","responsive":true,"className":""}
https://twitter.com/Reuters/status/1384056720058568707
/wp:embed

ନିଜ ଦେଶର ଲୋକସଂଖ୍ୟାକୁ ନେଇ ଚୀନ ପ୍ରତିବର୍ଷ ଫେବୃଆରିରେ ଡାଟା ଜରି କରୁଥିବା ବେଳେ ଏବେ ସୁଦ୍ଧା ଗତବର୍ଷର  ଜନ୍ମ ହାର ସମ୍ପର୍କରେ ଜଣାପଡ଼ିନାହିଁ। ଗୋଟିଏ ପଟେ ଜନ୍ମ ହାର କମୁଥିବା ବେଳେ ଦେଶରେ ବୃଦ୍ଧମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଚୀନ ଏହା ପୂର୍ବରୁ ନିଜର ଏକ ପୂରୁଣା ନୀତିକୁ ୨୦୧୬ରେ ସମାପ୍ତ କରିଥିଲା। ଯେଉଁଥିରେ ବଡ଼ ପରିବାର ପାଇଁ ଅନୁମତି ନଥିଲା। କରୋନା ମହାମାରୀ ଯୋଗୁ ଆସିଥିବା ଆର୍ଥିକ ସ୍ଥିରତା ପାଇଁ ଚୀନରେ ଲୋକସଂଖ୍ୟା କମୁଥିବା କୁହାଯାଉଛି। କିନ୍ତୁ ଚୀନର ପବ୍ଲିକ୍‌ ସିକ୍ୟୁରିଟି ମନ୍ତ୍ରାଳୟ ଡାଟାକୁ ଦେଖିଲେ ଦେଶରେ ଗତବର୍ଷ ୧୫ ପ୍ରତିଶତ ଜନ୍ମ ହାର କମିଥିବା  ଜଣାପଡ଼ିଛି। ଏହାର ଅର୍ଥ ଏକ କୋଟିରୁ ସାମାନ୍ୟ ଅଧିକ ପିଲା ଜନ୍ମ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.