Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବୁହାନ୍ ସହିତ କରୋନା ଭାଇରସ୍ ଲିଙ୍କ୍‌କୁ ଅସ୍ବୀକାର କଲେ ଚୀନର ‘ବ୍ୟାଟ୍ ୱିମ୍ୟାନ୍’‌ : କହିଲେ, ଟ୍ରମ୍ପ କ୍ଷମା ମାଗନ୍ତୁ

29/07/2020 at 1:10 PM

ଚୀନ୍‌ର “ବ୍ୟାଟ୍ ମହିଳା” ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କ୍ଷୁବ୍ଧ ହୋଇ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ତାଙ୍କ ଦେଶକୁ କ୍ଷମା ମାଗନ୍ତୁ କାରଣ ସେ କରୋନା ଭାଇରସ୍ ୱୁହାନ୍ ଲ୍ୟାବ୍ ସହିତ ଜଡିତ ଥିବା କଥାକୁ ଅସ୍ୱୀକାର କରିଛନ୍ତି । ବୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଡେପୁଟି ଡାଇରେକ୍ଟର ଶି ଜେଙ୍ଗଲି ସାଇନ୍ସ ମାଗାଜିନରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ସେ ଏବଂ ତାଙ୍କ ସହକର୍ମୀମାନେ ଏହି ରୋଗର ସମ୍ମୁଖୀନ ହୋଇଥିଲେ ଯେତେବେଳେ ସହରରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ସେ କହିଛନ୍ତି ଯେ ଏହା ପୂର୍ବରୁ ଲ୍ୟାବରେ ଏହି ଭାଇରସ ସମ୍ପର୍କରେ କୌଣସି ଅଧ୍ୟୟନ କରିନଥିଲା କି ସେମାନେ ଏହି ଭାଇରସ ଆଗରୁ ଦେଖିନଥିଲେ ।

“କିନ୍ତୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ବୁହାନ୍ ଇନଷ୍ଟିଚ୍ୟୁଟରୁ  SARS-CoV-2 ଲିକ୍ ହୋଇଛି | ଜୁଲାଇ ୨୪ ତାରିଖରେ ପ୍ରକାଶିତ ଏକ ଆର୍ଟିକଲରେ ସେ କହିଥିଲେ ଯେ, ଏହା ସମ୍ପୂର୍ଣ ବିରୋଧୀ ଏବଂ ତାଙ୍କର ଏକାଡେ଼ମିକ କାର୍ଯ୍ୟ ତଥା ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ ଏବଂ ସେଥିପାଇଁ ତାଙ୍କୁ କ୍ଷମା ମାଗିବା ଉଚିତ ।

ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ବିଗିଡିଯିବାରୁ କରୋନା ଭାଇରସର ଉତ୍ପତ୍ତି ଏକ ରାଜନୀତିକ ପ୍ରସଙ୍ଗ ହୋଇଯାଇଛି । କୋଭିଡ -୧୯ କୁ ବାରମ୍ବାର “ଚାଇନା ଭାଇରସ” ବୋଲି କହୁଥିବା ଟ୍ରମ୍ପ ଏବଂ ଆମେରିକାର ବୈଦେଶିକ ସଚିବ ମାଇକେଲ ପୋମ୍ପିଓ ବୁହାନ ଲ୍ୟାବ ଏବଂ କରୋନା ଭାଇରସ ମଧ୍ୟରେ ଲିଙ୍କ୍ ଥିବା କହିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ଉତ୍ପତ୍ତି ବିଷୟରେ ଅନୁଧ୍ୟାନ କରିବା ପାଇଁ ଚୀନକୁ ଏକ ଗବେଷକ ଦଳ ପଠାଉଛନ୍ତି | ବ୍ୟାଟ୍ସୱିମେନ୍ ଯିଏ କରୋନା ଭାଇରସ୍ ଉପରେ କାମ କରୁଛନ୍ତି ସେ ପୂର୍ବରୁ ହିଁ ଭାଇରସ୍ ଏବଂ ଲ୍ୟାବ ମଧ୍ୟରେ ଥିବା କୌଣସି ଲିଙ୍କକୁ ଖାରଜ କରିଛନ୍ତି |

ସେ କହିଛନ୍ତି ଯେ ଲ୍ୟାବରେ ବାଦୁଡ଼ିରେ ଭାଇରସ ପରିଲକ୍ଷିତ ହୋଇଛି କିନ୍ତୁ SARS-CoV-୨ ସହିତ ସଂଯୋଜିତ ନୁହେଁ | ବାଦୁଡ଼ିରେ ମିଳିଥିବା ଭାଇରସ SARS-CoV-2.ସହ ପ୍ରାୟତ ସମାନ ଥିବାରୁ RaTG13, ସହିତ ସମ୍ଭବତଃ ଲିଙ୍କ ଥିବା ନେଇ ସନ୍ଦେହ କରାଯାଉଛି | ସେ କହିଛନ୍ତି ଯେ କରୋନା ଭାଇରସ ବାଦୁଡ଼ି ଶରୀରରେ ଉତ୍ପନ୍ନ ହୋଇ ମଣିଷ ଶରୀରକୁ ସିଧା ସଳଖ ହେଉ କିମ୍ବା ଆଉ କୌଣସି ପ୍ରକାରେ ସଂକ୍ରମିତ କରିଥିବ | ଲ୍ୟାବ ଭାଇରସରୁ RNA ର ଅଂଶବିଶେଷ ପାଇଛି jaha ବୁହାନର ସି-ଫୁଡ ମାର୍କେଟରୁ ମିଳିଛି କିନ୍ତୁ ଫ୍ରୋଜେନ୍‌ ଅନିମଲ ମିଟରେ ଏହା ମିଳିନି ବୋଲି ସେ କହିଛନ୍ତି |

   Related Posts