ଗଲଓ୍ବାନ ‘ସଂଘର୍ଷ’ ଚୀନ ପାଇଁ ଦେଶଭକ୍ତି, ଛୋଟ ପିଲାଙ୍କ ସ୍କୁଲ୍‌ ସିଲାବସ୍‌ରେ ହେଲା ସାମିଲ

Published By : Prameya-News7 Bureau | September 21, 2021 IST

ବେଜିଂ ୨୧/୦୯: ଗଲଓ୍ବାନ ଘାଟିରେ ଭାରତୀୟ ସେନାଙ୍କ ସହ ସଂଘର୍ଷରେ ଅନେକ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏବେ ଏହି କାହାଣୀରେ ମସଲା ଗୋଳାଇ ଛୋଟ ପିଲାଙ୍କୁ ପରଷିବ ଚୀନ୍‌। ନିକଟରେ ଚୀନ ପ୍ରାନ୍ତର ଆହ୍ନୁଇ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ଶିନଜିଆଙ୍ଗ ସୀମାରେ ମୁତୟନ ସୈନକଙ୍କ ସହ ଭିଡିଓ କନଫରେନ୍ସିଂରେ ସାକ୍ଷାତ କରିଥିଲେ। ଏହି ସମୟରେ ଚୀନ ସେନାର ବୀରତା ସମ୍ପର୍କରେ ପିଳାମାନଙ୍କୁ କୁହାଯାଇଥିଲା। ଏହା ବ୍ୟତୀତ ଭାରତୀୟ ସେନାଙ୍କ ବିରୋଧରେ ମନଗଢ଼ା କାହାଣୀ କୁହାଯାଇଥିଲା। ମଙ୍ଗଳବାର ଏହି ଭିଡିଓ କ୍ଲାସ୍‌ ସମ୍ପର୍କରେ ଚୀନର ଏକ ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶ ପାଇଛି । 

ଦେଶ ଏବଂ ସୀମାର ସୁରକ୍ଷା କେମିତି ବୀରତାର ସହ କରାଯାଏ ସେନେଇ ସ୍କୁଲ କ୍ଲାସ​ରେ ଦେଖାଯାଇଛି ବୋଲି ଉଲ୍ଲେଖ ରହିଛି । ପ୍ରକାଶିତ ଆର୍ଟିକିଲ୍‌ରେ ମଧ୍ୟ ଏହି ଦାବି କରାଯାଇଛି, ଗଲଓ୍ବାନରେ ପ୍ରାଣ ହରାଇଥିବା ସୈନିକଙ୍କ କଥା ଶୁଣି ଛୋଟ ପିଲାମାନେ ପ୍ରଭାବିତ ହୋଇଛନ୍ତି। ତେବେ ଭିଡିଓ କ୍ଲାସ୍‌ରେ କେଉଁ ବାଟାଲିୟନ ଯୋଡ଼ି ହୋଇଥିଲା ସେନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ତେବେ ଭାରତ-ଚୀନ ସୀମା ବିବାଦର ଏହି ଅଞ୍ଚଳର ପୂର୍ବ ଲଦାଖରେ ଥିବା ବେଳେ ଚୀନ ପଟୁ ସମ୍ପୂର୍ଣ୍ଣ ପାହାଡ଼ ପର୍ବତରେ ଘେରି ହୋଇ ରହିଛି। ଯାହାକି ଶିନଜିୟାଙ୍ଗ ମିଲିଟାରି କ୍ଷେତ୍ରରେ ପଡ଼ୁଛି। ଏହି ଅଞ୍ଚଳରେ ଚୀନର ବୋଷ୍ଟର୍ନ ଥିଏଟର କମାଣ୍ଡ ମୁତୟନ ହୋଇଛନ୍ତି। ଭିଡିଓ କ୍ଲାସରେ ଚୀନ ସେନାର ବୀରତା ସମ୍ପର୍କରେ ପିଲାମାନଙ୍କୁ କୁହାଯାଇଥିଲା। କେମିତି ସେମାନେ ପ୍ରାଣବଳି ଦେଇ ମଧ୍ୟ ଦେଶକୁ ସୁରକ୍ଷା କରୁଛନ୍ତି ଏବଂ ଭାରତୀୟ ଯବାନଙ୍କ ସହ ମୁକାବିଲା କରୁଛନ୍ତି ଏନେଇ କୁହାଯାଇଥିଲା । ଏହା ବ୍ୟତୀତ ଭାରତୀୟ ଯବାନଙ୍କ ଉପରେ ମଧ୍ୟ ମିଥ୍ୟା ଅଭିଯୋଗ କରି ପିଲାମାନଙ୍କ ମନ​‌ରେ ଭାରତ ବିରୋଧୀ ଭାବନା ଭରିବାକୁ ଚେଷ୍ଟା କରାଯାଇଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ିଛି।

ଚୀନ ସେନା ପିଲାମାନଙ୍କୁ କହିଥିଲା, ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରିଆସିଥିଲା। କିନ୍ତୁ ଅନ୍ୟପଟେ ଭାରତ ସରକାର ଏହି ଅଭିଯୋଗକୁ ବହୁ ପୂର୍ବରୁ ଖଣ୍ଡନ କରିଆସିଛନ୍ତି। ଦୁଇ ଦେଶ ମଧ୍ୟରେ ଗଲଓ୍ବାନ ଘାଟି ବିବାଦ ଦୁଇ ବର୍ଷ ହେଲା ଲାଗି ରହିଥିବା ବେଳେ ଚୀନ ସେନା ସୀମା ପାର କରିଥିବା ଅଭିଯୋଗ ହୋଇଥିଲା। ତେବେ ଛୋଟ ପିଲାମାନେ ସୈନିକଙ୍କୁଠୁ ପ୍ରେରଣା ନେଇପାରିବେ ବୋଲି ଏମିତି ଏକ ଭିଡିଓ କ୍ଲାସର ଆୟୋଜନ ହୋଇଥିଲା। ଏନେଇ ସ୍କୁଲର ପ୍ରିନ୍ସିପାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.