Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଚୀନର ଷଡ଼ଯନ୍ତ୍ର : ଅରୁଣାଚଳର ସୀମାର ନିକଟତର ହେବ ଚୀନର ରେଳ ଲାଇନ୍

2/11/2020 at 10:11 AM

ବେଜିଂ ୨/୧୧: ଚୀନ ସାମରିକ ଏବଂ ରଣନୀତିକ କୌଶଳ କରି ମହତ୍ତ୍ବପୂର୍ଣ୍ଣ ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନର ନିର୍ମାଣ କରିବାକୁ ଯାଉଛି। ଏହି ରେଲଓ୍ବେ ଲାଇନ୍ ଦକ୍ଷିଣ ପଶ୍ଚିମ ପ୍ରାନ୍ତ ସିଚୁଆନର ୟାନରୁ ଆରମ୍ଭ ହୋଇ ତିବ୍ବତର ଲିଞ୍ଝି ପର୍ଯ୍ୟନ୍ତ ଯିବ। ଏହି ରେଲଓ୍ବେ ଲାଇନ୍ ହେବାରୁ ଚୀନ ଅରୁଣାଚଳ ପ୍ରଦେଶର ପାଖାପାଖି ବର୍ଡର ଯାଏଁ ହୋଇଯିବ। ଚୀନର ସରକାରୀ ପତ୍ରିକା ଗ୍ଲୋବାଲ୍ ଟାଇମ୍ସ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଟେଣ୍ଡର ପ୍ରକ୍ରିୟା ପୂରା ହେବାର ଘୋଷଣା କରିଛି।

ଚୀନ ରେଲଓ୍ବେ ଶନିବାର ଏହି ରୁଟରେ ନିର୍ମାଣ ହେବାକୁ ଯାଉଥିବା ୨ଟି ସୁଡ଼ଙ୍ଗ ଏବଂ ଗୋଟିଏ ପୋଲର ଟେଣ୍ଡର ଫଳର ଘୋଷଣା କରିଛି। ଏହା ବ୍ୟତୀତ ୟାନ-ଲିଞ୍ଝି ଲାଇନକୁ ବିଜୁଳି ଯୋଗାଣ କରୁଥିବା ଟେଣ୍ଡରିଂ ମଧ୍ୟ ଫାଇନାଲ୍ ହୋଇ ଯାଇଛି।

ଚୀନର ଏହି ନିଷ୍ପତ୍ତି ଏହା ସଙ୍କେତ ଦେଉଛି ଯେ ବେଜିଂ ଏହି ପ୍ରୋଜେକ୍ଟ ଉପରେ ଖୁବ୍ ଶୀଘ୍ର କାମ କରିବାକୁ ଯାଉଛି।

ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନ ସିଚୁଆନର ରାଜଧାନୀ ଚେଙ୍ଗଡ଼ୁରୁ ଆରମ୍ଭ ହେବ। ଏହି ରେଳ ଲାଇନ୍ ନିର୍ମାଣ ହେବା ପରେ ହ୍ଲାସା ପର୍ଯ୍ୟନ୍ତ ୪୮ଘଣ୍ଟାର ଯାତ୍ରା ମାତ୍ର ୧୩ଘଣ୍ଟାରେ ସମ୍ଭବ ହୋଇପାରିବ।

ସିଚୁଆନ-ତିବ୍ବତ ରେଲଓ୍ବେ ତିବ୍ବତରେ ଚୀନର ଦ୍ବିତୀୟ ପ୍ରୋଜେକ୍ଟ। ଏହା ପୂର୍ବରୁ ଚୀନ କିଙ୍ଘାଇ-ତିବ୍ବତ ପ୍ରୋଜେକ୍ଟ ଉପରେ କାମ କରୁଛି। ଏହି ରେଳ ଲାଇନ୍ କିଙ୍ଘାଇ-ତିବ୍ବତ  ପଠାରରୁ ହୋଇ ଅତିକ୍ରମ କରିବ।

ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନ୍ ତିବ୍ବତର ଯେଉଁଠାରେ ସମାପ୍ତ ହେବ,ସେହି ସ୍ଥାନ ଅରୁଣାଚଳ ପ୍ରଦେଶର ବର୍ଡ଼ର ଖୁବ୍ ନିକଟତର। ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ମାନୁଛି। ଚୀନ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଅଂଶ ମାନୁଛି। ଭାରତ ଚୀନର ଏହି ଦାବିକୁ କଡ଼ାକଡ଼ିଭାବେ ବିରୋଧ କରୁଛି ଏବଂ କହିଛି ଯେ ସମ୍ପୂର୍ଣ୍ଣ ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ।

ସିଚୁଆନ୍-ତିବ୍ବତ ରେଲଓ୍ବେ ଲାଇନର ଲମ୍ବ ୧୦୧୧କିଲୋମିଟର ହେବ। ଏହି ରୁଟରେ ଟ୍ରେନଗୁଡ଼ିକ ୧୨୦କିଲୋମିଟର ପ୍ରତି ଘଣ୍ଟାରୁ ଆରମ୍ଭ ହୋଇ ୨୦୦ କିଲୋମିଟର ପ୍ରତି ଘଣ୍ଟାର ବେଗରେ ଚାଲିବ। ଏହି ପ୍ରୋଜେକ୍ଟରେ ଚୀନ ୪୭.୮ ଡଲାର ଖର୍ଚ୍ଚ କରିବ।

   Related Posts