ଫୋନ୍ ଗ୍ରାହକଙ୍କୁ ଫେସ ସ୍କାନ୍ କରିବାକୁ ଆଦେଶ ଦେଲା ଚାଇନା

Published By : Prameya-News7 Bureau | December 03, 2019 IST

ପେଇଚିଙ୍ଗ ୩/୧୨: ଚୀନ ଟେଲିକମ୍ ଅପରେଟରଙ୍କୁ କହିଛି ଯେ ସେମାନେ ଫୋନ୍ ବ୍ୟବହାର କରୁଥିବା ନୂଆ ଗ୍ରାହକଙ୍କ ରେଜିଷ୍ଟେସନ କରିବା ସମୟରେ ତାଙ୍କ ଫେସକୁ ସ୍କାନ୍ କରନ୍ତୁ। ସେପ୍ଟେମ୍ବର ମାସରେ ଚୀନର ଉଦ୍ୟୋଗ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସାଇବର ସୁରକ୍ଷା ଅନୁସାରେ ନୋଟିସ୍ ଜାରି କରି ଅସଲି ନାଁ ରେ ରେଜିଷ୍ଟେସନ୍ କରିବା ଜରୁରୀ ବୋଲି କହିଥିଲା। ଏ​‌ବେ ଏହି ନୂଆ ନୋଟିଫିକେସନ ଜାରି କରି ନୂଆ ଫୋନ୍ ଗ୍ରାହକଙ୍କ ଫେସ୍ ସ୍କାନକୁ ଅନିବାର୍ଯ୍ୟ କରାଯାଇଛି। ଚୀନର ସୋଶିଆଲ ମିଡିଆରେ ଫେସ୍ ସ୍କାନିଙ୍ଗ ସମ୍ବନ୍ଧୀୟ ସରକାରଙ୍କ ଆଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

{"id":193308,"sizeSlug":"large"}

କେତେକ ଲୋକ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଯେ ବାୟୋମେଟ୍ରିକ୍ ଡିଟେଲକୁ ଲିକ କରାଯାଇପାରିବ କିମ୍ବା ଏହାକୁ ବିକି ଦିଆଯାଇପାରିବ। ଅପରପକ୍ଷରେ କେତେକ ଲୋକ ଏହି ପଦକ୍ଷେପକୁ ସ୍ବାଗତ କରୁଛନ୍ତି। ସେପ୍ଟେମ୍ବର ମାସରେ ନୋଟିସରେ ଟେଲିକମ୍ ଅପରେଟରଙ୍କୁ କୁହାଯାଇଥିଲା ଯେ ସେମାନେ ନୂଆ ଫୋନ୍ ନମ୍ବର ଆକ୍ଟିଭେଟ କରିବା ପୂର୍ବରୁ ପ୍ରଥମେ ଲୋକଙ୍କ ପରିଚୟକୁ ଭେରିଫାୟ କରିବା ପାଇଁ ଆର୍ଟିଫିସିଆଲ୍ ଏବଂ ଅନ୍ୟ ପଦ୍ଧତି ଅବଲମ୍ବନ କରନ୍ତୁ।

{"id":193309,"sizeSlug":"large"}

ଚାଇନା ୟୁନିକମ୍ କଷ୍ଟମର ସର୍ଭିସର ଜଣେ ପ୍ରତିନିଧି ନ୍ୟୁଜ ଏଜେନ୍ସିର ଏଏଫପିଙ୍କୁ କହିଥିଲେ ଯେ ନୂଆ ଫୋନ୍ ୟୁଜର୍ସଙ୍କୁ ଏବେ ରେଜିଷ୍ଟେ୍ରସନ ସମୟରେ ଫେସ୍ ସ୍କାନ୍ କରାଇବାକୁ ପଡ଼ିବ। ତାଙ୍କୁ ନିଜ ମୁଣ୍ଡ ହଲାଇବାକୁ ପଡ଼ିବ ଏବଂ ଆଖି ପତାକୁ ଉପର ତଳ କରି ରେକର୍ଡ଼ କରିବାକୁ ପଡ଼ିବ।

{"id":193310,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.