ଶୀତ ଋତୁରେ ମଧ୍ୟ ସୀମାରୁ ସେନା ହଟାଇବନି ଚୀନ୍, ସୈନିକଙ୍କୁ ଦେଉଛି ସ୍ୱତନ୍ତ୍ର ଶୀତୋପକରଣ

Published By : Prameya-News7 Bureau | October 31, 2020 IST

ଲେହ ୩୧।୧୦:  ଅନ୍ୟ ବର୍ଷମାନଙ୍କ ଭଳି ଚୀନ୍‌ ଆଗାମୀ ଶୀତ ଋତୁରେ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବନି। ଶୀତ ଋତୁରେ ଭାରତ ସୀମାବର୍ତ୍ତି ଅଞ୍ଚଳର ତାମାତ୍ରା ବିଯୁକ୍ତ ୪୦ ଡିଗ୍ରି ସେଲସିୟସ୍‌ରୁ ବି ଅଧିକ ହ୍ରାସ ହୋଇଥାଏ। ଏଣୁ ଏପରି ଭୌଗଳିକ ପରିସ୍ଥିତିରେ ସୀମା ସୁରକ୍ଷା ଲାଗି ସୈନିକଙ୍କୁ ଚୀନ୍‌ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେଉଥିବା ଜଣାପଡିଛି।

{"id":353909,"sizeSlug":"large"}

ଲଦ୍ଦାଖ ଓ ଏହିଭଳି ହାଇ ଅଲ୍ଟିଚ୍ୟୁଡ ଏରିଆରେ ସୈନିକଙ୍କ ଲାଗି ଚୀନ୍‌ ଏବେ ହାଇଟେକ୍‌ ଉପକରଣ ଯୋଗାଣ କରୁଛି। ଯେଉଁଥିରେ ସୈନିକଙ୍କୁ ସ୍ୱତନ୍ତ୍ର ପୋଷାକ, ଜୋତା ଓ ତମ୍ବୁ ଆଦି ଦିଆଯାଉଛି। ସେନାକୁ ଏହି ସବୁ ସାମଗ୍ରୀ କେବଳ ଶୀତ ସମ୍ଭାଳିବା ଲାଗି ନୁହେଁ ଆଗାମୀ ଦିନରେ ଯୁଦ୍ଧଲାଗି ସୀମାରେ ପ୍ରସ୍ତୁତି ନିମନ୍ତେ ଚୀନ୍‌ ଯୋଗାଇ ଦେଉଛି ବୋଲି ଚୀନ୍‌ ସେନା ମୁଖପାତ୍ର କର୍ଣ୍ଣେଲ ବୁ କିୟାନ କହିଛନ୍ତି।

{"id":353911,"sizeSlug":"large"}

ସୀମାରେ ଜାରି ପରିସ୍ଥିତିରୁ ଶୀତ ଋତୁରେ ମଧ୍ୟ ସୈନ୍ୟଙ୍କୁ ଭାରତ ସୀମାରେ ପହରା ଦେବାକୁ ପଡିପାରେ ବୋଲି  କର୍ଣ୍ଣେଲ ବୁ କହିଛନ୍ତି। ଏଣୁ ପ୍ରବଳ ହୀମପାତ ଓ ବିଯୁକ୍ତ ତାପମାତ୍ରାରେ ସେନାକୁ ସୀମାରେ ମୁତୟନ ରଖିବା ଲାଗି ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଅତ୍ୟାଧିକ ଥଣ୍ଡାରେ ସୈନିକଙ୍କ ରହଣୀ ଲାଗି ଡିସମାଉଣ୍ଟେବଲ ସେଲଫ୍ ଏନର୍ଜାଇଜଡ୍ ଇନସ୍ୟୁଲେଟେଡ କେବିନ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ଜବାନମାନଙ୍କ ନିମନ୍ତେ ସ୍ଲିପିଙ୍ଗ ବ୍ୟାଗ୍, ଡାଉନ୍ ଟ୍ରେନିଂ କୋଟ ଓ ଜୋତା ମଧ୍ୟ ଯୋଗାଇ ଦିଆଯାଇଛି।

{"id":353917,"sizeSlug":"large"}

ସେହିପରି ଥଣ୍ଡାରେ ସୈନିକଙ୍କ ଖାଦ୍ୟ ଗରମ ରଖିବା ଲାଗି ଥର୍ମାଲ ଇନସୁଲେସନ ଉପକରଣ ମଧ୍ୟ ପ୍ରଦାନ କରାଯାଇଛି।  ପାର୍ବତ୍ୟାଞ୍ଚଳରେ ଆଉଟଡୋରରେ ରଖାଯାଇ ପାରୁଥିବା ଓ ତତ୍କାଳ ଖାଦ୍ୟ ପ୍ରସ୍ତୁତିର ମଧ୍ୟ ପରୀକ୍ଷଣ ହେଉଥିବା କର୍ଣ୍ଣେଲ ବୁ କହିଛନ୍ତି। ଏହା ଛଡା ଫରୱାର୍ଡ ପୋଷ୍ଟରେ ମୁତୟନ ସୈନିକଙ୍କ ଲାଗି ଖାଦ୍ୟ ଓ ତାଜା ଫଳ ଡ୍ରୋନ ଜରିଆରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଥିବା ସୈନ୍ୟ ମୁଖପାତ୍ର କହିଛନ୍ତି ।

{"id":353924,"sizeSlug":"large"}

ସୂଚନା ଯୋଗ୍ୟଯେ, ପ୍ରତିକୂଳ ପାଗ  ଓ ଭୌଗଳିକ ଅବସ୍ଥିତି ଯୋଗୁ ଭାରତ  ଓ ଚୀନ୍‌ ଅକ୍ଟୋବର ମାସ ପରେ ଲଦ୍ଦାଖ ଓ ହାଇ ଅଲ୍ଟିଚ୍ୟୁଡ ସୀମାରୁ ସୈନ୍ୟ ପ୍ରତ୍ୟାହାର କରି ନିଅନ୍ତି। ପରେ ପାଗ ସୁଧୁରିଲେ ମେ ମାସ ବେଳକୁ ଉଭୟ ଦେଶ ନିଜନିଜ ସୈନ୍ୟ ପୋଷ୍ଟରେ ସେନା ମୁତୟନ କରନ୍ତି। ସେହି ଅନୁସାରେ ୨୦୧୯ ଅକ୍ଟୋବର ଶେଷରେ ଭାରତ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିଥିଲା। ତେବେ ମେ ମାସରେ ସୈନ୍ୟ ଫେରିବା ବେଳେକୁ ଚୀନ୍‌ ସୈନ୍ୟ ଭାରତୀୟ ସୀମା ପୋଷ୍ଟକୁ ନିଜ ଦଖଲକୁ ନେଇଯାଇଥିବା ଦେଖାଯାଇଥିଲା।  ଏ ନେଇ ଭାରତ ପକ୍ଷରୁ ଚୀନ୍‌କୁ ସୂଚିତ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ଏ ଦିଗରେ ଚୀନ୍‌ ସରକାର କୌଣସି ପଦକ୍ଷେପ ନେଇ ନଥିବା ବେଳେ ସେନା ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.