ଏଭରେଷ୍ଟରେ ବିଭାଜନ ରେଖା ଟାଣିବ ଚୀନ୍! କହିଲା କରୋନା ରୋକିବାକୁ ପଦକ୍ଷେପ

Published By : Prameya-News7 Bureau | May 10, 2021 IST

ବେଜିଂ: ହିମାଳାୟର ଶୀର୍ଷ ମାଉଣ୍ଟ ଏଭରେଷ୍ଟ ଏବେ ଦୁଇ ଭାଗରେ ବିଭକ୍ତ ହେବ। ଗୋଟିଏ ପାର୍ଶ୍ୱ ଚୀନ୍‌ ଓ ଅନ୍ୟ ପାର୍ଶ୍ୱଟି ହେବ ନେପାଳର। ଏଥିଲାଗି ଚୀନ୍‌ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ଯାଉଥିବା ଜାତୀୟ ଗଣମାଧ୍ୟମ ସିହ୍ନୁଆ ସୂତ୍ରରୁ ଜଣାପଡିଛି। ତେବେ ଏଭରେଷ୍ଟରେ କିପରି ବିଭାଜନ ରେଖା ଟାଣିବ ସେନେଇ ବିଶେଷ ସୂଚନା ମିଳିନାହିଁ।

{"id":450822,"width":837,"height":571,"sizeSlug":"large","linkDestination":"none"}

ଏଭରେଷ୍ଟ ବିଭାଜନ କରି ନେପାଳ ପର୍ବତାରୋହୀଙ୍କ ପକ୍ଷରୁ ହେବାକୁ ଥିବା କରୋନା ସଂକ୍ରମଣ ଆଶଙ୍କା ଦୂର କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚୀନ୍‌ କହିଛି। ତେବେ ଏଭାରେଷ୍ଟ ବିଭାଜନ ନେଇ ନେପାଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସି ନାହିଁ। ତୀବ୍ବତୀୟ ପର୍ବତାରୋହୀ ସମୂହଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ ହେବ। ଏଥିରେ ହିମାଳୟର ଶୃଙ୍ଗରେ ପହଞ୍ଚିବା ପୂର୍ବରୁ ସୀମା ରେଖା ନିର୍ଦ୍ଧାରିତ ହେବ। ଯେପରି ଉତ୍ତରପାର୍ଶ୍ୱରୁ ପର୍ବତାରୋହଣକାରୀ ଦକ୍ଷିଣ ପାର୍ଶ୍ୱକୁ ନ ଯାଆନ୍ତି କି ସେପଟରୁ ଆସିଥିବା ପର୍ବତାରୋହୀଙ୍କ ସଂସ୍ପର୍ଶରେ ନ ଆସନ୍ତି ସେଥିଲାଗି ପଦକ୍ଷେପ ନିଆଯିବ।

{"id":450823,"sizeSlug":"large","linkDestination":"none"}

ତେବେ ହିମାଳୟ ଶିଖରରେ ଚୀନ୍‌ କେଉଁଥିରେଏହି ସୀମାରେଖା ନିର୍ମାଣକରିବ ସେ ନେଇ କୌଣସିସ୍ପଷ୍ଟ ସୂଚନା ମିଳିନାହିଁ। ଉଲ୍ଲେଖ ଯୋଗ୍ୟଯେ କରୋନା ଭାଇରସ ମହାମାରୀ ଲାଗି ଗତବର୍ଷ ଉଉଭୟ ଚୀନ୍‌ ଓ ନେପାଳ ପର୍ବତାରୋହଣ ଉପରେ ରୋକ ଲଗାଇଥିଲେ। ତେବେ ନେପାଳ ଚଳିତବର୍ଷ ନିଜ ପାର୍ଶ୍ୱରୁ ୪୦୮ ଜଣ ପର୍ବତାରୋହୀଙ୍କୁ ହିମାଳୟ ଆରୋହଣ ଲାଗି ଅନୁମତି ପ୍ରଦାନ କରିଛି। ସେପଟେ ଚୀନ୍‌ ମଧ୍ୟ ନିଜ ପଟରୁ ଚଳିତବର୍ଷ ୨୧ ଜଣ ପର୍ବତାରୋହୀଙ୍କୁ ଅନୁମତି ଦେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.