Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ବ୍ରହ୍ମପୁତ୍ର ନଦୀରେ ବଡ ବନ୍ଧ ନିର୍ମାଣ କରିବାକୁ ଯାଉଛି ଚୀନ୍, ବଢିପାରେ ଭାରତ-ବାଂଲାଦେଶର ସମସ୍ୟା

30/11/2020 at 1:13 PM

ବେଜିଂ ୩୦।୧୧: ଚୀନ୍ ଜଳ ବିଦ୍ୟୁତ୍ ପରିଯୋଜନା ନାମରେ ବ୍ରହ୍ମପୁତ୍ର ନଦୀରେ ଏକ ବିଶାଳ ବନ୍ଧ ନିର୍ମାଣ କରିବାକୁ ଯାଉଛି । ବନ୍ଧ ନିର୍ମାଣର ଦାୟିତ୍ବ ନେଇଥିବା ଚୀନ୍ ର ଏକ କମ୍ପାନୀର ମୁଖ୍ୟଙ୍କ ତଥ୍ୟ ଅନୁସାରେ ଚୀନ୍ ମିଡିଆ କହିଛି ଯେ, ଚୀନ୍ ତିବ୍ଦତରେ ବ୍ରହ୍ମପୁର ନଦୀରେ ଏକ ପ୍ରମୁଖ ବନ୍ଧର ନିର୍ମାଣ କରିବ । ଆଗାମୀ ବର୍ଷରୁ ଲାଗୁ ହେବାକୁ ଥିବା ୧୪ତମ ପଞ୍ଚବାର୍ଷିକ ଯୋଜନାରେ ଏହା ସମ୍ବନ୍ଧିତ ପ୍ରସ୍ତାବ ଉପରେ ବିଚାର କରାଯାଇସରିଛି ।

ଗ୍ଲୋବାଲ ଟାଇମ୍ସର ଖବର ଅନୁସାରେ ପାଓ୍ବାର କନଷ୍ଟ୍ରକସନ କର୍ପୋରେସନ ଅଫ୍ ଚାଇନାର ଅଧ୍ୟକ୍ଷ ୟାଙ୍ଗ ଜିୟୋଙ୍ଗ କହିଛନ୍ତି ଯେ, ଚୀନ୍ ୟାରଲୁଙ୍ଗ ଜଙ୍ଗବୋ ନଦୀ (ବ୍ରହ୍ମପୁତ୍ରର ତିବ୍ଦତୀୟ ନାମ) ର ନିମ୍ନସ୍ତରରେ ଜଳ ବିଦ୍ୟତ୍ ଉପଯୋଗ ପରିଯୋଜନା ଆରମ୍ଭ କରିବ । ଏହି ପରିଯୋଜନା ଜଳ ସଂସାଧନ ଏବଂ ଘରୋଇ ସୁରକ୍ଷାକୁ ମଜବୁତ କରିବାରେ ସହାୟକ ହୋଇପାରେ ।

ଗ୍ଲୋବାଲ ଟାଇମ୍ସ ରବିବାର ଦିନ କମ୍ୟୁନିଷ୍ଟ ୟୁଥ୍ ଲିଗ୍ ଅଫ୍ ଚାଇନାର କେନ୍ଦ୍ରୀୟ ସମିତିର ଓ୍ବି-ଚାଟ୍ ଆକାଉଣ୍ଟରେ ଦିଆଯାଇଥିବା ୧ ଲକ୍ଷ ଟଙ୍କା ସମ୍ବନ୍ଧରେ ସୂଚନା ଦେଇ ଏକ ତଥ୍ୟ ପ୍ରକାଶ କରିଛି । ଯାହା ଅନୁସାରେ ୟାଙ୍ଗ କହିଥିଲେ ଯେ, ଶାସକ କମ୍ୟୁନିଷ୍ଟ ପାର୍ଟି ଆଫ୍ ଚାଇନା (ସିପିସି) ଦେଶର ୧୪ତମ ପଞ୍ଚବର୍ଷୀୟ ଯୋଜନା (୨୦୨୧-୨୫) ପ୍ରସ୍ତୁତ କରିବା ପ୍ରସ୍ତାବରେ ଏହି ପରିଯୋଜନାକୁ ସାମିଲ କରିବା ଏବଂ ୨୦୩୫ ପର୍ଯ୍ୟନ୍ତ ଏହା ମାଧ୍ୟମରେ ଦୀର୍ଘକାଳିନୀ ଲକ୍ଷ ହାସଲ କରିବା ଉପରେ ନିଷ୍ପତ୍ତି ନେଇସାରିଛି । ଏହି ଯୋଜନା ଅନୁସାରେ ବିସ୍ତୃତ ସୂଚନା ଆଗାମୀ ବର୍ଷ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନସିପି) ଦ୍ବାରା ଔପଚାରିକ ଅନୁସମର୍ଥନ କରାଯିବା ପରେ ସାମ୍ନାକୁ ଆସିବା ଆଶା ରହିଛି ।

ବ୍ରହ୍ମପୁତ୍ର ନଦୀ ଭାରତ ଏବଂ ବାଂଲାଦେଶ ଦେଇ ପ୍ରବାହିତ ହେଉଛି । ଏମିତିରେ ଏଥିରେ ବନ୍ଧ ନିର୍ମାଣ ପ୍ରସ୍ତାବ ଯୋଗୁଁ ଉଭୟ ଦେଶର ଚିନ୍ତା ବଢିଯାଇଛି । ଚୀନ୍ ର ସମସ୍ତ ଚିନ୍ତା ଖାରଜ କରି କହିଛି ଯେ, ସେ ଉଭୟ ଦେଶର ହିତ ଉପରେ ମଧ୍ୟ ଧ୍ୟାନ ରଖିବ । ଭାରତ ସରକାର ନିୟମିତ ରୂପରେ ନିଜ ବିଚାର ଏବଂ ଚିନ୍ତା ଚୀନ୍ ଅଧିକାରୀଙ୍କୁ ଅବଗତ କରାଉଛି । ଭାରତ, ଚୀନ ଠାରୁ ଏହା ସୁନିଶ୍ଚିତ କରିବାର ଆଗ୍ରହ କରିଛି ଯେ, ନଦୀର ଉପରସ୍ତରରେ ହେଉଥିବା ଗତିବିଧିରୁ ନିମ୍ନସ୍ତର ସହ ଜଡିତ ଦେଶର ହିତକୁ କୌଣସି କ୍ଷତି ନହେଉ ।

   Related Posts