ମିଆଁମାରର ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ, ଭାରତକୁ ପୁଣି ଥରେ ଉତ୍ତର-ପୂର୍ବରେ ବିଦ୍ରୋହର ଚିନ୍ତା : EFSAS

Published By : Prameya-News7 Bureau | July 25, 2020 IST

ଆମଷ୍ଟରଡମ୍ ୨୫/୭: ନିକଟରେ ମିଆଁମାର-ଥାଇଲାଣ୍ଡ ସୀମାରେ ମେଇ ତାଓ କ୍ଷେତ୍ରରେ ବହୁଳ ପରିମାଣରେ ବେଆଇନ୍ ଚୀନି ଅସ୍ତ୍ରଶସ୍ତ୍ର ଜବତ ପରେ ଉତ୍ତର-ପୂର୍ବ କ୍ଷେତ୍ରରେ ପୁଣି ଥରେ ବିଦ୍ରୋହ ବହ୍ନି ଆହୁରି ବଢ଼ାଇବାକୁ ଉଦ୍ୟମକୁ ନେଇ ଭାରତର ଚିନ୍ତା ବଢ଼ିଯାଇଛି। ଏକ ୟୁରୋପୀୟ ଥିଙ୍କ ଟ୍ୟାଙ୍କ ଏହି କଥା କହିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅସ୍ତ୍ରଶସ୍ତ୍ର ମିଆଁମାରର ବିଦ୍ରୋହୀ ଗୋଷ୍ଠୀ ପାଇଁ ନିଆଯାଉଥିଲା। କିନ୍ତୁ ଏହି ଘଟଣା ନୂଆ ଦିଲ୍ଲୀରେ ସିକ୍ୟୁରିଟି ସର୍କଲରେ ଚିନ୍ତା ବଢ଼ାଇ ଦେଇଛି। ଥାଇଲାଣ୍ଡ ସ୍ଥିତ ସଙ୍ଗଠନ ଏହାକୁ ଡିପ୍ଲୋ-ଆତଙ୍କବାଦ କହିଛନ୍ତି।

ମିଆଁମାର-ଥାଇଲାଣ୍ଡ ସୀମାରୁ ମିଳିଥିବା ଅସ୍ତ୍ରଶସ୍ତ୍ର ସହ ଚୀନି ଲିଙ୍କ ହେବାର ସ୍ପଷ୍ଟ କରି କୁହାଯାଇଛି ଯେ ଅସ୍ତ୍ରଶସ୍ତ୍ର ଏବେ AA (ଅରାକନ ଆର୍ମି) ଦ୍ବାରା ବ୍ୟବହାର କରାଯାଉନାହିଁ। ୟୁନାଇଟେଡ ଷ୍ଟେଟ ଆର୍ମି ଏବଂ କଚିନ ଇଣ୍ଡିପେଣ୍ଡେନ୍ସ ଆର୍ମି ଦ୍ବାରା ପ୍ରସ୍ତୁତ କରାଯାଉଥିବା ଆର୍ମି ଏପରି ନୁହେଁ। ଏହା ଅଟୋମେଟିକ୍ ଫାୟାର କରି ପାରିବ ନାହିଁ। ଜବତ କରାଯାଇଥିବା ଅସ୍ତ୍ରଶସ୍ତ୍ର ଅସଲି ଏବଂ ଏହା ଚୀନ ନିର୍ମିତ।

EFSAS କହିଛି ଯେ ଭାରତରେ ନର୍ଥ-ଇଷ୍ଟର ବିଦ୍ରୋହୀ ଯେଉଁମାନେ ବର୍ଷ ବର୍ଷ ହେବ ମିଆଁମାରରେ ଶରଣ ନେଉଥିଲେ ଏବଂ AA ଯେଉଁମାନଙ୍କ ମୂଳ ମିଆଁମାରର ରଖାଇନ୍ ଷ୍ଟେଟରେ ରହିଛି,ଦୁହେଁ ଭାରତ ପାଇଁ ସୁରକ୍ଷା ଚ୍ୟାଲେଞ୍ଜ ଦିଅନ୍ତି। ଜାତୀୟ ସୁରକ୍ଷା ପାଇଁ ବିପଦ ହେବା ସହ ସେମାନେ ଭାରତର ଆକ୍ଟ ଇଷ୍ଟ ପଲିସିରେ ମଧ୍ୟ ବାଧା ସୃଷ୍ଟି କରନ୍ତି। ଭାରତର ଆଶଙ୍କା ଆଧାରହୀନ ନୁହେଁ। ଭାରତର ଆକ୍ଟ ଇଷ୍ଟ ପ୍ରୋଜେକ୍ଟ ଚୀନର ରଣନୀତିକ ଚିନ୍ତା ଉପରେ ଭାରି ରହିଛି,ଚୀନି ଅସ୍ତ୍ରଶସ୍ତ୍ରର ଆମଦାନୀ ଏହାର ଅନୁରୂପ।

ଏହି ମାମଲାକୁ ନେଇ ଜୁଲାଇ ୨୦ତାରିଖରେ ଥାଇଲାଣ୍ଡରେ ଭାରତର ରାଜଦୂତ ସୁଚିତ୍ରା ଦୁରାଇ ତାକ ପ୍ରାନ୍ତର ଗଭର୍ଣ୍ଣର ଅନାସିତ ସମ୍ପୁନଥାରାତ ସହ ସାକ୍ଷାତ କରିଥିଲେ। ଏହି ସମୟରେ ଭାରତୀୟ ସୁରକ୍ଷା ଏଜେନ୍ସି ମିଆଁମାର ଏବଂ ଥାଇଲାଣ୍ଡରେ ନିଜ ସମକକ୍ଷଙ୍କ ସମ୍ପର୍କରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.