ଚୀନର ଅନଲାଇନ ଗୁଇନ୍ଦାଗିରି : ଟାର୍ଗେଟରେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ଭାରତୀୟଙ୍କ ନାଁ

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪।୦୯: ଭାରତ ଓ ଚୀନ୍‌ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଲାଗିରହିଛି । ସୀମାରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ସୀମାରେ ପରିସ୍ଥିତିକୁ ଗୋଲମାଳିଆ କରିବା ପାଇଁ ଚୀନ୍‌ ଅନେକ କୁଚକ୍ରାନ୍ତ କରିଚାଲିଛି । କିନ୍ତୁ ଏହି ସବୁ ଭିତରେ ଚୀନ୍‌ର ଆଉ ଏକ କଳାକାରନାମା ଧରାପଡିଛି । ଚୀନ୍‌ ନିଜ ଦେଶର କିଛି ବୈଷୟିକ କମ୍ପାନୀମାନଙ୍କ ମାଧ୍ୟମରେ ଭାରତରେ ଗୁଇନ୍ଦା ଗିରି ଆରମ୍ଭ କରିଛି । ଏହି ଗୁଇନ୍ଦା ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତ ରହିଛନ୍ତି । ସେହିପରି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ସେନା ଅଫିସର, ବଡ ବଡ଼ ଉଦ୍ୟୋଗପତିଙ୍କ ଟାର୍ଗେଟ କରିଯାଇଛି । ଏହି ଗୁଇନ୍ଦା ଗିରି ଖବର ସେତିକିବେଳେ ସାମ୍ନାକୁ ଆସିଛି , ଯେତେବେଳେ ଅନେକ ଚୀନ୍‌ କମ୍ପାନୀ ଓ ଆପ୍‌ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

{"id":329328,"width":569,"height":320,"sizeSlug":"large"}

ଜାତୀୟ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଚୀନର ଅନଲାଇନ ଗୁଇନ୍ଦାଗିରି ତାଲିକାରେ ଅଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ପ୍ରମୁଖ ନେତା, କ୍ୟାବିନେଟ୍ ମନ୍ତ୍ରୀ, ସିଏମ୍, ଭାରତର ପ୍ରଧାନ ବିଚାରପତି, CDS  ବିପିନ ରାଓ୍ୱତ, ପୂର୍ବତନ ପ୍ରଧାନମନ୍ତ୍ରୀମାନେ । ୧୦ ହଜାରରୁ ଅଧିକ ଭାରତୀୟ, ରାଜନୀତି ଠାରୁ ଆରମ୍ଭ କରି ବ୍ୟବସାୟ, ନ୍ୟାୟପାଳିକା, ଗଣମାଧ୍ୟମ, ଏପରିକି ଅପରାଧୀଙ୍କୁ ଚୀନ ଟ୍ରାକ କରୁଛି । ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ରହିଛି ।“hybrid warfare” and the “great rejuvenation of the Chinese nation,” ଟେକ୍ନୋଲୋଜି କମ୍ପାନୀ ଚୀନ ସରକାରଙ୍କ ସହ ମିଶି ଏହି ଗୁଇନ୍ଦାଗିରି କରୁଥିବା ସୂଚନା ମିଳିଛି । ଏହି କମ୍ପାନୀର ସଂପର୍କ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସହିତ ରହିଛି ।

ଖବର କାଗଜ ଅନୁଯାୟୀ, ଚୀନ୍‌ କମ୍ପାନୀଗୁଡିକ ସମସ୍ତ ବ୍ୟକ୍ତିବିଶେଷଙ୍କ ଡିଜିଟାଲ୍‌ ଜୀବନ ଶୈଳକୁ ଫଲୋ କରୁଛନ୍ତି । ଏହାସହିତ ସେମାନଙ୍କ ପରିବାର ଓ ସମର୍ଥକ କିପରି ଭାବେ କାମ କରୁଛନ୍ତି । ତାହା ଉପରେ ମଧ୍ୟ ନଜର ରଖୁଛନ୍ତି । ଚୀନ୍‌ କମ୍ପାନୀ ଏହି ସମସ୍ତ ଲୋକଙ୍କ ରିୟଲ ଟାଇମ୍‌ ଡାଟା ସଂଗ୍ରହ କରୁଛି, ଯାହାକି ଚୀନ୍‌ ସରକାରଙ୍କୁ ହସ୍ତାନ୍ତର କରିବ । ଏହି କମ୍ପାନୀ ଡାଟା ସଂଗ୍ରହ କରି, ଚୀନ୍‌ର ହ୍ରାଇବିଡ଼ ଓ୍ୱାର ନାମକ ଆଉ ଏକ କମ୍ପାନୀକୁ ହସ୍ତାନ୍ତ କରିଥାଏ । ଗୋଟିଏ ପଟେ LACରେ ଅନୁପ୍ରବେଶ କରି ଭାରତକୁ ଯୁଦ୍ଧ ପାଇଁ ଉସ୍‌କାଉଥିବା ବେଳେ ଅନ୍ୟ ପଟେ ଦେଶର ବଡ଼ ବଡ଼ ଲୋକଙ୍କ ଉପରେ ନଜର ରଖୁଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.