Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଆମେରିକାକୁ ଚେତାବନୀ ଦେଲା ଚୀନ୍‌, ବିଛିନ୍ନତାବାଦୀଙ୍କୁ ସମର୍ଥନ ଦେବା ବନ୍ଦ କର ନଚେତ୍‌…

22/02/2021 at 5:50 PM

ନୂଆଦିଲ୍ଲୀ, ୨୨/୦୨: ବିଛିନ୍ନତାବାଦୀ ଅଞ୍ଚଳଗୁଡ଼ିକୁ ସମର୍ଥନ, ଚୀନ୍‌ରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟି ଏବଂ ଏହା ସହିତ ଜଡ଼ିତ ଏକ ରାଜନୈତିକ ପ୍ରଣାଳୀକୁ ବଦ୍‌ନାମ କରିବାକୁ ନେଇ ଚୀନ୍‌ ଶକ୍ତିଶାଳୀ ଆମେରିକାକୁ ଚେତାବନୀ ଦେଇଛି । ଚୀନ୍‌ ଏନେଇ କହିଛି ଯେ, ତାଇୱାନ, ତିବତ, ହଂକଂ ଏବଂ ସିନାଜିଆଙ୍ଗରେ ବିଛିନ୍ନତାବାଦୀ ଦଳଙ୍କୁ ସମର୍ଥନ କରୁଛି । ତେଣୁ ଏଥିରୁ ନିବୃତ୍ତ ରହିବା ପାଇଁ ସେ ଆମେରିକାକୁ ଅପିଲ୍‌ କରିଛି ।

ଚୀନ୍‌-ଆମେରିକା ସମ୍ପର୍କକୁ ନେଇ ଆୟୋଜିତ ବାର୍ଷିକ ଲୋଟିଙ୍ଗ୍‌ ଫୋରମ୍‌ରେ ଚୀନ୍‌ର ବିଦେଶ ମନ୍ତ୍ରୀ ବାଙ୍ଗ ୟି କହିଛନ୍ତି ଯେ, ବାଇଡେନ୍‌ ପ୍ରଶାସନ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି କିଠିନ ନୀତିଗୁଡ଼ିକ ଉପରେ ବିଚାର କରିବା ଉଚିତ୍‌ ଯେଉଁଥିରେ ସେ ଚୀନ୍‌ର ବଢ଼ୁଥିବା ପ୍ରଭାବ ଉପରେ ଲଗାମ୍‌ ଲାଗାଇବା ପାଇଁ ନିୟମ ପ୍ରଣୟନ କରିଥିଲେ ।

ବାଙ୍ଗ ପୁଣି ଏଥିରେ କହିଛନ୍ତି ଯେ, ଆମର ଲକ୍ଷ ଆମେରିକାକୁ ଚ୍ୟାଲେଞ୍ଜ ଦେବା କି ଏଥିରୁ ତାଙ୍କୁ ହଟାଇବା ନୁହେଁ । ଆମେ ଶାନ୍ତିପୂର୍ଣ୍ଣ ଅସ୍ତିତ୍ୱର ସହ ଚାଲିବା ପାଇଁ ପ୍ରସ୍ତୁତ ରହିଛୁ ଏବଂ ଆମେରିକା ସହ ବୁଝାମଣା ଓ ମିଳିତ ଭାବେ ବିକାଶ କରିବାକୁ ଚାହୁଁଛୁ । ଏଥିସହିତ ଆମେ ଚାହୁଁଛୁ ଯେ ଆମେରିକା ଆମର ରାଷ୍ଟ୍ରିୟ ପ୍ରତିଷ୍ଠା ଏବଂ ବିକାଶର ଅଧିକାରକୁ ସମ୍ମାନ କରିବ । ଆମେରିକା ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଏବଂ ଏହା ସହିତ ଜଡ଼ିତ ଏକ ରାଜନୈତିକ ପ୍ରଣାଳୀକୁ ବଦ୍‌ନାମ କରିବା ଓ ଚୀନ୍‌ ବିରୋଧରେ କିଛି ଖରାପ ଶବ୍ଦର ପ୍ରୟୋଗ ଠାରୁ ଦୂରେଇ ରହିବାକୁ ସେ ଅନୁରୋଧ କରିଛନ୍ତି ।

   Related Posts