ଦକ୍ଷିଣ ଚୀନ ସାଗରରେ ନିଜର ଦବଦବା ଚାହୁଁଛି ଚୀନ୍: ୨୫୦ ଦୀପ ଉପରେ ରହିଛି ଡ୍ରାଗନର ନଜର

Published By : Prameya-News7 Bureau | July 05, 2020 IST

ଚୀନ୍‌୫/୬: କେବଳ ଗଲୱାନ୍ ନୁହେଁ ଚୀନର ଲୋଲୁପ ଦୃଷ୍ଟି ଦକ୍ଷିଣ ଚୀନ ସାଗରରେ ଥିବା ପାଖାପାଖି ୨୫୦ ଦ୍ବୀପ ଉପରେ ପଡିଲାଣି । ଏହା ଉପରେ ଚୀନ କବଜା କରିବାକୁ ନଜର  ରହିଛି । ଦୁନିଆର ପାଖାପାଖି ଏକ ତୃତୀୟାଂଶ ଭାଗର ବ୍ୟାପାର ଏହି ସମୁଦ୍ର ପଥ ଦେଇ ହୋଇଥାଏ । ତେଣୁ ଚୀନ୍ ଚାହୁଁଛି ଏହିସବୁ ଦୀପ ଉପରେ କବଜା କଲେ ଯାତାୟତ କରୁଥିବା ଜାହଜ ଗୁଡିକ ଉପରେ ନଜର ରଖି ପାରିବ ଏବଂ ନିଜ ଦାଦାଗିରି ଏମାନଙ୍କ ଉପରେ ଦେଖାଇ ପାରିବ । ସେପଟେ ଆମେରିକା ତାର ଯୁଦ୍ଧ ଜାହାଜକୁ ଦକ୍ଷିଣ ଚୀନ୍‌ ସାଗରେ ମୁତୟନ କରିଥିବା ବେଳେ ଡ୍ରିଲ୍‌ ବି କରିଛି।

ଦକ୍ଷିଣ ଚୀନ ସାଗରରେ ନିଜର ଦବଦବା ଚାହୁଁଛି ଚୀନ୍। ଦକ୍ଷିଣ ଚୀନ ସାଗରରେ ଥିବା ୨୫୦ ଦୀପ ଉପରେ ରହିଛି ଡ୍ରାଗନର ନଜର । କାରଣ ଏହି ଜଳପଥ ହେଉଛି ଦୁନିଆର ଏକ ତୃତୀୟାଂଶ ବ୍ୟବସାୟ ପାଇଁ ବ୍ୟବହୃତ ସାଗର ରାସ୍ତା । ପାଖାପାଖି ୩ ଟ୍ରିଲିଅନ୍ ଡଲାରର ବ୍ୟବସାୟ ଏହି ରାସ୍ତା ଦେଇ ହୋଇଥାଏ । ବିଶେଷଜ୍ଞଙ୍କ କହିବା କଥା ଚୀନର ନଜର କେବଳ ଗଲୱାନ୍‌ ଉପରେ ନାହିଁ । ଦକ୍ଷିଣ ଚୀନ ସାଗରରେ ଥିବା ଏହି ଦ୍ବୀପ ଗୁଡିକୁ କବଜା କଲେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ସବୁ ଜାହାଜ ଉପରେ ନଜର ରଖିପାରିବ । ଏହା ଉପରେ ଦାଦାଗିରି ଦେଖାଇପାରିବ ଚୀନ୍ । ଏବେଠାରୁ ଚୀନକୁ ଚେକ୍ ଦିଆନଗଲେ କରୋନା ମହାମାରୀ ପରେ ଏହିସବୁ ଦ୍ବୀପ ଉପରେ କବଜା କରିନେବ । ସେପଟେ ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍‌ ଦକ୍ଷିଣ , ଉତ୍ତର ଏବଂ ପୂର୍ବ ତଟରେ ନିଜର ନୌସେନାର ଶକ୍ତି ପ୍ରଦର୍ଶନ କରିଛି । ଗ୍ଲୋବାଲ୍‌ ଟାଇମ୍‌ସ ଅନୁସାରେ ଏହି ଯୁଦ୍ଧାଭ୍ୟାସରେ 054 -A ଏବଂ 052-D ଗାଇଡେଡ୍‌ ମିସାଇଲ ଡେଷ୍ଟ୍ରୟର୍ସ ପ୍ରଦର୍ଶନ ସହ ବ୍ୟବହାର କରାଯାଇଛି। ଏହାଦ୍ବାରା ଚୀନ୍‌ ଭାରତ ଏବଂ ବିଶ୍ବକୁ ତାର ନୌସେନା ଶକ୍ତି ଦେଖାଇବାକୁ ଚାହିଁଛି ।

ଚୀନ୍‌ ଭାରତୀୟ ଭୂଭାଗରେ ବିସ୍ତାରବାଦୀ ଇଚ୍ଛାକୁ ଚରିତାର୍ଥ କରିବାକୁ ଚାହୁଁଥିବା ବେଳେ ଏବେ ଜଳପଥରେ ଏହି ଇଚ୍ଛାକୁ ଆଗକୁ ବଢାଇବାକୁ ଚାହୁଁଛି । ଚୀନ ଦକ୍ଷିଣ ସାଗର ଉପରେ ନିଜର ପ୍ରଭୃତ ଜାହିର କରିବାକୁ କିଛି ଦିନ ହେଲା ଚେଷ୍ଟା ଚଲାଇଛି । ହେଲେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ଏହି ପ୍ରସଙ୍ଗରେ ଚୀନକୁ ଝଟକା ଲାଗିଥିଲା । ଜାପାନ , ଭିଏତନାମ୍‌ ଚୀନ ସାଗରରେ ଚୀନର ଅବସ୍ଥିତିକୁ ବିରୋଧ କରିଆସୁଛନ୍ତି । ସେପଟେ ଚୀନ୍‌କୁ ଚେକ୍‌ ଦେବାକୁ ମିସାଇଲ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିଥିବା ଆମେରିକାର ୨ ଯୁଦ୍ଧ ଜାହାଜ ୟୁଏସ୍‌ଏସ୍‌ ନିମିଜ୍‌ ଓ ୟୁଏସ୍‌ଏସ୍‌ ରୋନାଲ୍ଡ ରେଗାନ୍‌ ଦକ୍ଷିଣ ଚୀନ୍‌ ସାଗରରେ ଅଭ୍ୟାସ କରିଛନ୍ତି । ଏହା ସହ ଆମେରିକାର ଅନ୍ୟ ୩ ଏୟାର କ୍ରାଫ୍ଟ କ୍ୟାରିଅର ଭାରତ ଓ ପ୍ରଶାନ୍ତ ମହାସାଗରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ତେଣୁ ଦକ୍ଷିଣ ଚୀନ୍‌ ସାଗରରେ ଥିବା ଏହି ଦ୍ବୀପ ଗୁଡିକ ଉପରେ ଚୀନ କବଜା କରିବା ଏତେ ସହଜ ହେବନାହିଁ ।

ସେପଟେ ଚୀନ୍‌କୁ ସମର୍ଥନ କରି ନିଜ ଦେଶରେ ସମାଲୋଚନାର ଶିକାର ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନ ବିଦେଶ ବିଭାଗ କହିଛି ଯଦି ପାକିସ୍ତାନ ଚୀନ୍‌କୁ ସମର୍ଥନ କରିବା ଛାଡିବ ନାହିଁ ତେବେ ତାକୁ ବୈଷୟିକ ଓ ବାଣିଜ୍ୟକ ସ୍ତରରେ ବିଦ୍ରୋହର ସାମ୍ନା କରିବାକୁ ପଡିବ । ଭାରତ ଚୀନ୍‌ ମଧ୍ୟରେ ଉତ୍ତେଜନା ଏବଂ କରୋନା ପାଇଁ ତଥ୍ୟ ଲୁଚାଇଥିବା କାରଣରୁ ଚୀନକୁ ଆନ୍ତର୍ଜାତୀୟ ସ୍ତରରେ ବହୁ ସମାଲୋଚନା ହେବାକୁ ପଡିଛି । ଚୀନ ସହ ପାକିସ୍ତାନ ଦୋସ୍ତି ବଢାଇଲେ ବିଶ୍ବ ଆର୍ଥିକ ଶକ୍ତି ରାଷ୍ଟ୍ରଙ୍କ ଖରାପ ନଜାରରେ ଆସିବ ଆଉ ପାକିସ୍ତାନକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.