Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ସୀମା ବିବାଦ ଶେଷ ପାଇଁ ଚୀନ ରଖିଲା ସର୍ତ୍ତ, ଭାରତ କହିଲା- ଦୁଇ ଦେଶର ସେନା ଏକାସାଙ୍ଗରେ ପଛକୁ ହଟନ୍ତୁ

17/10/2020 at 11:06 AM

ନୂଆଦିଲ୍ଲୀ ୧୭/୧୦: ପୂର୍ବ ଲଦାଖରେ ସୀମା ବିବାଦ ଶେଷ କରିବା ଆଲୋଚନା ଚୀନକୁ ପସନ୍ଦ ଆସୁନାହିଁ। ସେ ସର୍ତ ରଖିଛି ପ୍ରଥମେ ଭାରତୀୟ ସେନା ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରୁ ଆଡଭାନ୍ସ ପୋଜିସନରୁ ଫେରନ୍ତୁ। ଭାରତ ମଧ୍ୟ ଚୀନକୁ ଛାଡି ନାହିଁ।  ଭାରତ ସର୍ତ ରଖି କହିଛି ସେନା ଯଦି ହଟିବେ ଦୁଇ ପକ୍ଷରୁ ହଟିବେ। ଏକତରଫା ଆକସନ ଗ୍ରହଣ କରାଯିବ ନାହିଁ। ଭାରତ ଚୀନର ଅତିଆକ୍ରମଣ ଜବାବ ଦେବା ପାଇଁ ସାତଟି ସ୍ଥାନରେ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିଛି।

ଭାରତ ଚୀନ ମଧ୍ୟରେ କୋର କମାଣ୍ଡର ସ୍ତରରେ ସାତ ରାଉଣ୍ଡ ଆଲୋଚନା ହୋଇଛି। ଏହା ସହ ଚୀନର ରାଜନୈତିକ ଚାଲକୁ ନେଇ ମଧ୍ୟ ଭାରତ ସତର୍କ ରହିଛି। ମସ୍କୋରେ ଦୁଇ ଦେଶର ରକ୍ଷା ମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କ ଆଲୋଚନାରେ ଚୀନ ତା ଚିନ୍ତାଧାରାରେ କିଛି ପରିବର୍ତନ ଆଣିପାରିଲା ନାହିଁ।

ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି ଏବେ ବି ଏଲଏସିରେ ସ୍ଥିତି ସେଭଳି ରହିଛି। ମାତ୍ର ଧୀରେ ଧୀରେ ଥଣ୍ଡା ବଢୁଛି । ସେଠାରେ ତାପମାତ୍ରା ଏବେ ମାଇନସ ୧୦ ଡିଗ୍ରୀରେ ପହଞ୍ଚିଛି। ନଭେମ୍ବର- ଡିସେମ୍ବରରେ ଏହା ମାଇନସ ୩୦ରୁ ଖସି ମାଇନସ ୪୦ ହୋଇଯିବ। ଏବେ ଅବଶ୍ୟ ଚୀନ ତାର ଯବାନଙ୍କ ସଂଖ୍ୟା କମ୍‌ କରିଛି। ଡେପସୋଙ୍ଗରେ ଚୀନ ସୈନିକ ଭାରତୀୟ ସୈନିକଙ୍କ ପେଟ୍ରୋଲିଂକୁ ଅଟକାଇ ରଖିଛି।

   Related Posts