Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନର ଵାୟରୋଲୋଜିଷ୍ଟଙ୍କ ଦାବି, ଦୁଇଟି ବାଦୁଡିର ଜିନ୍‌କୁ ମିଶାଇ ଲ୍ୟାବ୍‌ରେ ତିଆରି କରାଯାଇଛି କରୋନା ଭାଇରସ୍

16/09/2020 at 12:44 PM

ନୂଆଦିଲ୍ଲୀ ୧୬/୦୯ : କରୋନା ଭାଇରସ ପ୍ରାକୃତିକ ନା କୌଣସି ଲ୍ୟାବରେ ମନୁଷ୍ୟକୃତ ସେ ମାମଲାରେ ସାରା ଦୁନିଆର ବୈଜ୍ଞାନିକଙ୍କ ରାୟ ଭିନ୍ନ ଭିନ୍ନ । ବର୍ତ୍ତମାନ ଚୀନର ପ୍ରସିଦ୍ଧ ଵାୟରୋଲୋଜିଷ୍ଟ ଡ.ଲି-ମେଙ୍ଗ୍ ୟାନ୍ ଦାବି କରି କହିଛନ୍ତି ଯେ, ଦୁଇଟି ବାଦୁଡ଼ିର ଜେନେଟିକ ମ୍ୟାଟେରିଆଲକୁ ମିଶାଇ କରୋନା ଭାଇରସ ତିଆରି କରାଯାଇଛି । ଡ.ୟାନ୍ କରୋନା ଭାଇରସ୍ ସମ୍ବନ୍ଧିତ ଏକ ରିପୋର୍ଟ ପ୍ରକାଶିତ କରିଛନ୍ତି । ହଙ୍ଗକଙ୍ଗ୍ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥରେ କଥିତ ଭାବେ ଗବେଷଣା କରିସାରିଥିବା ଡ.ୟାନ୍ ଦାବି କରିଛନ୍ତି ଯେ କରୋନା ଭାଇରସ୍ ଲ୍ୟାବରେ ତିଆରି କରାଯାଇଛି ଯାହାର ପ୍ରମାଣ ଅଛି । ୟାନ୍ ନିଜ ଦାବି ସମର୍ଥନରେ ଅନେକ ପ୍ରମାଣ ମଧ୍ୟ ପେଶ କରିଛନ୍ତି ।

ଡ.ୟାନଙ୍କ ଦାବି ଯେ ଯାଞ୍ଚରେ ଜଣାପଡିଛି ଯେ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନକୁ ବଦଳାଇ ତାକୁ ସହଜ କରାଯାଇଛି ଯେପରିକି ତାହା ହ୍ୟୁମାନ୍ ସେଲରେ ଲାଗି ରହିବ । ତେବେ ୟାନଙ୍କ ଏହି ଦାବି ଏବେ ମଧ୍ୟ ପ୍ରଶ୍ନ ଘେରରେ ରହିଛି କାରଣ ଏହି ଗବେଷଣା କୌଣସି ବୈଜ୍ଞାନିକ ଜର୍ଣ୍ଣାଲରେ ପ୍ରକାଶିତ ହୋଇନାହିଁ ଏବଂ କେହି ଏହାର ସମୀକ୍ଷା ମଧ୍ୟ କରିନାହାନ୍ତି । 

ଅନେକ ବୈଜ୍ଞାନିକ ଡ.ୟାନଙ୍କ ଏହି ଦାବିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବୈଜ୍ଞାନିକ ଏହି ରିପୋର୍ଟକୁ ଅପ୍ରମାଣିତ କହିଛନ୍ତି ଏବଂ ଏହାକୁ ବିଶ୍ୱାସନୀୟ ନୁହେଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ପ୍ରମାଣପତ୍ରରେ ଏହା ପୂର୍ବରୁ ପ୍ରମାଣିତ ହୋଇଛି ଯେ କରୋନା ଭାଇରସର ଜନ୍ମ ବାଦୁଡ଼ିରୁ ହୋଇଛି ଏବଂ ଏହାକୁ ମନୁଷ୍ୟଙ୍କ ପାଇଁ ତିଆରି କରାଯାଇଥିବା କୌଣସି ପ୍ରମାଣ ନାହିଁ ।

ଡ.ୟାନ କିଛି ଦିନ ଆଗରୁ କହିଥିଲେ ଯେ ସେ ଏହାର ପ୍ରମାଣ ପେଶ୍ କରିବେ ଏବଂ କରୋନା ଭାଇରସ୍ ମଣିଷଙ୍କ ପାଇଁ ତିଆରି କରାଯାଇଥିବା ମଧ୍ୟ ପ୍ରମାଣ କରିବେ ବୋଲି କହିଥିଲେ । ସେ କହିଛନ୍ତି, ପେଇଚିଙ୍ଗଙ୍କୁ କରୋନା ଭାଇରସ୍ ସେତେବେଳେ ଜଣାପଡି ଯାଇଥିଲା ଯେତେବେଳେ ମହାମାରୀ ବିସ୍ତାର କରିନଥିଲା । ଏହାପରେ ସେ ନିଜ ଜୀବନ ବଞ୍ଚାଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ନିକଟରେ ସେ Loose Women କୁ ଆସି କହିଥିଲେ ଯେ ଚୀନ ସରକାର ସରକାରୀ ଡାଟାବେସରୁ ତାଙ୍କର ସବୁ ତଥ୍ୟ ହଟାଇ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ବୁହାନ ମାର୍କେଟରୁ କରୋନା ଭାଇରସ୍ ଆରମ୍ଭ ହୋଇଥିବା ମିଛ ଖବର । ବୁହାନ ମାର୍କେଟ୍ କେବଳ ଛଳନା, ଭାଇରସ ପ୍ରାକୃତିକ ନୁହେଁ ବୋଲି ସେ କହିଛନ୍ତି ।

ଯେତେବେଳେ ଡ.ୟାନଙ୍କୁ ପଚାର ଯାଇଥିଲା ଯେ ଭାଇରସ କେଉଁଠାରୁ ଆସିଲା, ସେ ଜବାବ ଦେଇଥିଲେ ବୁହାନ ଲ୍ୟାବରୁ । ଜିନୋମ ସିକ୍ୱେନ୍ସ ମଣିଷର ଫିଙ୍ଗର ପ୍ରିଣ୍ଟ ଭଳି । ଏହି ଆଧାରରେ ଏହାକୁ ଚିହ୍ନଟ କରାଯାଇ ପାରିବ । ଏହାସହ ଡାଟାବେସରୁ ସମସ୍ତ ତଥ୍ୟ ହଟାଇ ଦିଆଯାଇଥିବା ମଧ୍ୟ ସେ କହିଛନ୍ତି । କରୋନା ଭାଇରସ ଉପରେ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ସେ ଜଣେ ବୋଲି ସେ କହିଛନ୍ତି ।

   Related Posts