Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କରୋନା କଷ୍ଟରେ ବି ପ୍ରେମ ନିଶା ଛାଡୁନି, ଚୀନରେ ଚୁମ୍ବନ ପ୍ରତିଯୋଗିତା କରୁଛି କମ୍ପାନୀ

21/04/2020 at 6:20 PM

ନୂଆଦିଲ୍ଲୀ ୨୧।୦୪:  ବିଶ୍ଵବ୍ୟାପୀ କରୋନା ଭାଇରସ୍‌ ମହାମାରୀ ବିରୋଧରେ ଲଢେଇ ଜାରି ରଖିଛି। ଏହାର ସଂକ୍ରମଣ ପ୍ରକୋପରୁ ବର୍ତ୍ତିବା ପାଇଁ ବିଶ୍ଵର ଅନେକ ଦେଶକୁ ଲକ୍‌ଡାଉନ୍‌ରେ ରହିବାକୁ ପଡିଛି। ବିଶ୍ଵ ଅର୍ଥନୀତି ଧ୍ଵଂସ ହୋଇ ଗଲାଣି। ଏନେଇ ସମସ୍ତ ଦେଶ ଚୀନକୁ ଦାୟୀ କରିଛନ୍ତି। ଏହା ମଧ୍ୟରେ ଏମିତି ଏକ ଖବର ଆସି ପହଞ୍ଚିଛି ଯାହା ଜାଣିଲେ ଆପଣ ଆଚମ୍ବିତ ହୋଇ ପଡିବେ। ଏହି ଖବର ଆସିଛି କରୋନାର ଜନକ ଚୀନରୁ। ଏଠାରେ ଏକ କମ୍ପାନୀ ନିଜର ବେପରୁଆ କାମ ପାଇଁ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି। ଉକ୍ତ କମ୍ପାନୀ ଏକ ଚୁମ୍ବନ ପ୍ରତିଯୋଗିତା ଆୟୋଜନ କରିଛି। ଏଥିରେ ପ୍ଲେକ୍ସିଗ୍ଲାସ୍‌କୁ ମଝିରେ ରଖି ଅନେକ ଯୁବକ ଯୁବତୀ ପରସ୍ପରକୁ ଚୁମ୍ବନ ଦେଇଛନ୍ତି। ଏହା ସହିତ କମ୍ପାନୀରେ ସାମାଜିକ ଦୂରତ୍ଵ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଛି। ଏହାକୁ ନେଇ ଏବେ କମ୍ପାନୀ ସଭିଙ୍କ ଟାର୍ଗେଟରେ ରହିଛି।

ଚୀନରେ ଏହି ଚୁମ୍ବନ କାର୍ଯ୍ୟକ୍ରମ ପରିଚିତ ଫର୍ଚ୍ୟୁନ କମ୍ପାନୀ ଆୟୋଜନ କରିଛି।  କମ୍ପାନୀ ୧୦ ଯୋଡା ଦମ୍ପତ୍ତିକୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଥିଲା। ଫଟୋ ଏବଂ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, କମ୍ପାନୀରେ ସମସ୍ତ କର୍ମଚାରୀ ନୀଳ ରଙ୍ଗର ପୋଷାକ ପିନ୍ଧିଛନ୍ତି। ଅନେକ ଯୁବକ, ଯୁବତୀ ଯୋଡି ଏକ ପତଳା କାଚକୁ ମଝିରେ ରଖି ପରସ୍ପରକୁ ଚୁମ୍ବନ ଦେଉଛନ୍ତି। କ୍ରମାନ୍ଵୟରେ ପ୍ରେମୀଯୁଗଳ ଏଠାରେ ପରସ୍ପରକୁ ଚୁମ୍ବନ ଦେବାର ମଜା ଉଠାଉଛନ୍ତି।

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, କମ୍ପାନୀର  ଫ୍ୟାକ୍ଟ୍ରିରେ ଏହି ଚୁମ୍ବନ ପ୍ରତିଯୋଗିତ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଏମିତି ସମୟରେ ଆୟୋଜନ କରାଯାଇଛି ଯେବେ ଚୀନ ସହ ସମଗ୍ର ବିଶ୍ଵ କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଗମ୍ଭୀର ଅବସ୍ଥା ଦେଇ ଗତି କରୁଛନ୍ତି। କମ୍ପାନୀର ମାଲିକ କହିଛନ୍ତି ଯେ, ଚୁମ୍ବନ ସମୟରେ କାଚର ଗ୍ଲାସ୍‌ ଦମ୍ପତ୍ତିଙ୍କ ମଧ୍ୟରେ ରଖାଯାଇଥିଲା। କମ୍ପାନୀ ନିଜର ଏହି କାମକୁ ଯୁକ୍ତିଯୁକ୍ତ ଦର୍ଶାଇ କହିଛି ଯେ, ଯେମିତି ସଂକ୍ରମଣ ନବ୍ୟାପେ ସେଥିପାଇଁ ଚୁମ୍ବନ ସମୟରେ ଦମ୍ପତ୍ତିଙ୍କ ମଧ୍ୟରେ ଏକ କାଚଗ୍ଲାସ୍ ରଖାଯାଇଥିଲା। ଏବେ କମ୍ପାନୀର ଏହି କାମ ସାମାଜିକ ଗଣମାଧ୍ୟମରେ ଜୋରଦାର ଭାଇରାଲ୍ ହେଉଛି। ଏହା ସହିତ କମ୍ପାନୀକୁ ସମାଲୋଚନାର ଶିକାର  ହେବାକୁ ମଧ୍ୟ ପଡିଛି।

   Related Posts