ଚାଇନା ଲଞ୍ଚ କଲା ପ୍ରଥମ ମହିଳା ରୋବୋର୍ଟ ନ୍ୟୁଜ ଆଙ୍କର : ଭିଡିଓ ଭାଇରାଲ

Published By : Prameya-News7 Bureau | February 25, 2019 IST

ଚାଇନା ନୂଆ ନୂଆ ଜିନିଷ ବାହାର କରିବା କ୍ଷେତ୍ରରେ ସବୁବେଳେ ଅନ୍ୟ ଦେଶଠାରୁ ଆଗରେ ଥାଏ। ଚାଇନା ୨୦୧୮ରେ ବିଶ୍ବର ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ପୁରୁଷ ନ୍ୟୁଜ ଆଙ୍କର ଲଞ୍ଚ କରିଥିଲା। ଏବେ ଚାଇନା ବିଶ୍ବର ପ୍ରଥମ ମହିଳା ନ୍ୟୁଜ ଆଙ୍କର ଲଞ୍ଚ କରି ପୁଣି ଥରେ ହଇଚଇ ସୃଷ୍ଟି କରିଛି। ଏହି ଆଙ୍କରଙ୍କ ନାଁ ଶିନ ଶାଓମିଙ୍ଗ୍ ରଖାଯାଇଛି।

ଏହି ରୋବୋଟ୍ କିଭଳି ଭାବରେ ସମାଚାର ପଢ଼ୁଛନ୍ତି ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ଏହା ଅନୁମାନ ଲଗାଇବା କଷ୍ଟସାଧ୍ୟ ହୋଇପଡ଼ିଛି ଯେ ଏହା ରୋବୋଟ୍ ନା ଜଣେ ସତସତିକା ମହିଳା ସମାଚାର ପାଠିକା। ସୂଚନା ଅନୁସାରେ ରୋବୋର୍ଟ ଆଙ୍କର ଶାଓମିଙ୍ଗ୍ ମଙ୍ଗଳବାର ଚାଇନାର ସରକାରୀ ସମାଚାର ଏଜେନ୍ସି ଶିହ୍ନୁଆ ଚ୍ୟାନେଲରେ ସମାଚାର ପଢ଼ିଥିଲେ। ୨୦୧୯ ମାର୍ଚ୍ଚରେ ଚାଇନାରେ ହେବାକୁ ଥିବା ଦ୍ବିପାକ୍ଷିକ ବୈଠକରେ ମହିଳା ରୋବୋର୍ଟ ଶାଓମିଙ୍ଗ୍ ଅଂଶ ଗ୍ରହଣ କରିବେ।

wp:core-embed/youtube {"url":"https://www.youtube.com/watch?v=_kDulEBXq_Y#action=share","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=_kDulEBXq_Y#action=share
/wp:core-embed/youtube

ରୋବୋର୍ଟଙ୍କ ଜରିଆରେ ଅନେକ କାମ କରାଇବାର ପଦ୍ଧତି ବିକଶିତ ହୋଇ ସାରିଲାଣି। ଧୀରେ ଧୀରେ ଏହି ରୋବୋର୍ଟ ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଲାଗିଛନ୍ତି। ଏହା ଏକ ଚିନ୍ତାର ବିଷୟ ହେବ କାରଣ ଏହା ଦ୍ବାରା ମନୁଷ୍ୟର ମହତ୍ତ୍ବ କମିଯିବ ଏବଂ ଯଦି ରୋବୋର୍ଟ ସବୁ କାମ କରିବାକୁ ଲାଗିବେ ତେବେ ବ୍ୟକ୍ତିଙ୍କ ଜୀବନ ଯାପନ ଶୈଳୀରେ ସମସ୍ୟା ଉପୁଜିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.