ପୁଣି ଥରେ କମାଲ କଲା ଚୀନ : ରେଳ ଧାରଣା ବିନା ଚାଲିଲା ଟ୍ରେନ୍

Published By : Prameya-News7 Bureau | July 06, 2019 IST

ନୂଆଦିଲ୍ଲୀ ୬/୭: ଚୀନ ସବୁବେଳେ କିଛି ନା କିଛି ନୂଆ କରିଥାଏ। ଏବେ ଚୀନ ପୁଣି ଥରେ ସମସ୍ତଙ୍କୁ ଚକିତ କରି ଦେଇଛି।

{"id":131055}

ଚୀନ ଏକ ଏପରି ଟ୍ରେନ୍ ପ୍ରସ୍ତୁତ କରିଛି ଯାହା ବିନା ରେଳ ଧାରଣାରେ ଚାଲିବ। ଚୀନ ଗତ ଥର ରେଳ ଧାରଣା ବିନା ପ୍ରଥମ ସ୍ମାର୍ଟ ଟ୍ରେନ୍ ଚଲାଇ ରେକର୍ଡ଼ କରିଥିଲା।

{"id":131056}

ଚୀନର ଏହି ପ୍ରଥମ ସ୍ମାର୍ଟ ଟ୍ରେନ୍ ଏକ ଭାର୍ଚୁଆଲ୍ ରେଳ ଧାରଣାରେ ଚାଲିବ। ଏହି ଲାଇନକୁ ଏହି ଦେଶର ରାସ୍ତା ଉପରେ ବିଛାଯାଇଛି। ଚୀନର ଝୁଜୋ ଅଞ୍ଚଳରେ ଏହାକୁ ପ୍ରସ୍ତୁତ କରାଯାଇଛି ଏବଂ ଏଠାରେ ଏହାର ପ୍ରାରମ୍ଭିକ ପରୀକ୍ଷଣ ମଧ୍ୟ କରାଯାଇଛି।

{"id":131057}

ଏହି ରେଳଗାଡ଼ି ବିନା ଟ୍ରାକରେ ଚାଲିଥାଏ। ଏହା ପରମ୍ପରାଗତ ରେଳଗାଡ଼ି ତୁଳନାରେ ଭିନ୍ନ ଏବଂ ଏହା ଏକା ଥରକେ ୩୦୦ଯାତ୍ରୀଙ୍କୁ ନେଇଥାଏ।

{"id":131058}

ଏହାର ବେଗ ପ୍ରତି ଘଣ୍ଟାକୁ ୭୦କିଲୋମିଟର। ଏହାର ବିଶେଷତ୍ବ ହେଉଛି ଏଥିରେ ୩ଟି କୋଚ୍ କରାଯାଇଛି। ଏଗୁଡ଼ିକ ମେଟ୍ରୋ ଭଳି ଯୋଡ଼ାଯାଇଛି ଯାହା ଦ୍ବାରା ସ୍ମାର୍ଟ ଟ୍ରେନ୍ ଭିତରେ ମଧ୍ୟ ଯାତ୍ରୀ ଗୋଟିଏ କୋଚରୁ ଅନ୍ୟ କୋଚକୁ ଯାଇ ପାରିବେ।

{"id":131059}

ଏହି ସ୍ମାର୍ଟ ରେଳଗାଡ଼ିକୁ ଭବିଷ୍ୟତର ଟ୍ରାନ୍ସପୋର୍ଟ କୁହାଯାଉଛି। ଏହି ରେଳଗାଡ଼ି ବ୍ୟବସ୍ଥାକୁ ସହର ପାଇଁ କରାଯାଇଛି। ଏହାକୁ ଅଟୋନୋମସ୍ ରେଳ ରାପିଡ ଟ୍ରାନସିଟ କୁହାଯାଉଛି। ଏହାକୁ ଚୀନ ରେଳ କର୍ପୋରେସନ ପ୍ରସ୍ତୁତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.