Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ସୀମାରେ ଉତ୍ତେଜନା ଓ ବଢୁଥିବା କରୋନା ସଂକ୍ରମଣ ଦେଖି ନିଜ ନାଗରିକଙ୍କୁ ଭାରତରୁ କାଢିବ ଚୀନ

25/05/2020 at 4:44 PM

ନୂଆଦିଲ୍ଲୀ ୨୫।୦୫: ସୀମାରେ ଉତ୍ତେଜନା ଏବଂ କରୋନାର ବଢୁଥିବା ସଂକ୍ରମଣ ମଧ୍ୟରେ ଚୀନ ନିଜର ନାଗରିକଙ୍କୁ ଭାରତରୁ ନେଇଯିବାକୁ ନିଷ୍ପତ୍ତି ନେଇଛି। ସୋମବାର ନୂଆଦିଲ୍ଲୀ ସ୍ଥିତ ଚୀନୀ ଦୂତାବାସ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଦୂତାବାସ ନିଜର ଓ୍ଵେବ୍‌ସାଇଟ୍‌ରେ ଦେଇଥିବା ନୋଟିସ୍‌ରେ କହିଛି, ଭାରତରେ ଫସିଥିବା ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ  ବିଶେଷ ବିମାନରେ ଚୀନ ଯିବାକୁ ଅନୁମତି ଦିଆଯିବ। ମାତ୍ର କେତେ ଚୀନ ନାଗରିକ ସଂପ୍ରତି ଭାରତରେ ପଢୁଛନ୍ତି କିମ୍ବା କାମ କରୁଛନ୍ତି ଏହାକୁ ନେଇ ସଠିକ୍ ତଥ୍ୟ ମିଳିପାରି ନାହିଁ।

ତେଣୁ  ବେଜିଂ ଯିବାକୁ ଇଚ୍ଛୁକ ନାଗରିକ ମେ ୨୭ ସକାଳ ସୁଦ୍ଧା ନିଜର ନାମ ପଞ୍ଜୀକୃତ କରିବାକୁ କୁହାଯାଇଛି। ଏଥିରେ ଏମିତି ଚୀନ ନାଗରିକ ସାମିଲ ଯେଉଁମାନେ ଭାରତରେ ଯୋଗ ପାଇଁ କିମ୍ବା ବୌଦ୍ଧ ସର୍କିଟ୍ ତୀର୍ଥ ଲାଗି ଆସିଥିଲେ। କିନ୍ତୁ ଏହା କୁହାଯାଇ ନାହିଁ ଯେ, ସ୍ଵତନ୍ତ୍ର ବିମାନ କେବେ ଏବଂ କେଉଁଠୁ ଚୀନ ଅଭିମୁଖେ ଉଡାଣ ଭରିବ। ଚୀନ ନିଜର ନାଗରିକଙ୍କୁ ଭାରତରୁ ସେହି ସମୟରେ କାଢିବାକୁ ନିଷ୍ପତ୍ତି ନେଇଛି, ଯେବେ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

ସୋମବାର ମନ୍ଦାରିନ ଭାଷାରେ ଦିଆଯାଇଥିବା ନୋଟିସ୍‌ରେ ଲେଖା ହୋଇଛି ଯେ, ଯେଉଁ ଲୋକ ଚୀନ  ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ନିଜର ଭଡା ଓ ୧୪ ଦିନର କ୍ଵାରେଣ୍ଟାଇନ୍‌ ଖର୍ଚ୍ଚ ଦେବାକୁ ପଡିବ। ଏହା ବ୍ୟତୀତ ଏମିତି ଲୋକଙ୍କୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ, ଯାହାଙ୍କଠାରେ କରୋନାର ଲକ୍ଷଣ ନଥିବ। କୋଭିଡ୍‌-୧୯ ସଂକ୍ରମିତଙ୍କ ନିକଟରେ ରହୁଥିବା ଲୋକ ଏବଂ ଯାହାଙ୍କ ଶରୀରର ତାପମାତ୍ରା ୩୭.୩ ଡିଗ୍ରୀରୁ ଅଧିକ ଥିବ, ସେମାନଙ୍କୁ ଯାତ୍ରା ଲାଗି ଅନୁମତି ମିଳିବ ନାହିଁ। ଲୋକଙ୍କୁ ନିଜର ଅସୁସ୍ଥତା ଲୁଚାଇବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି।

   Related Posts