Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭ୍ୟାକ୍‌ସିନକୁ ନେଇ ଡ୍ରାଗନ୍‌ର ଧମକ, କହିଲା- ଚୀନ ଟିକା ବିନା କରୋନାକୁ ହରାଇବା ମୁସ୍କିଲ

24/12/2020 at 10:13 PM

ନୂଆଦିଲ୍ଲୀ ୨୪/୧୨: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ର ପ୍ରକୋପ ଏବେ ବି ଥମିନି। ସାରା ବିଶ୍ବରେ କରୋନା ହା ହା କାର ମଚାଇଥିବା ବେଳେ ଏବେ କେବଳ ଏକମାତ୍ର ସାହାରା ଭ୍ୟାକ୍‌ସିନ। ବିଶ୍ବର ଅନେକ ଦେଶ କରୋନା ଭ୍ୟାକସିନ୍‌ ପ୍ରସ୍ତୁତିରେ ଲାଗିଛନ୍ତି। ଭାରତ ନିଜର ସ୍ବଦେଶୀ କରୋନା ଟିକା ପ୍ରସ୍ତୁତ କରୁଥିବା ବେଳେ ଆମେରିକା, ବ୍ରିଟେନ୍‌, ଚୀନ ଭଳି ଦେଶରେ ଟିକାକରଣ ଆରମ୍ଭ ହୋଇସାରିଛି। କିନ୍ତୁ ଚୀନ କରୋନା ଟିକାକୁ ନେଇ ପ୍ରଶ୍ନ ଉଠିବା ପରେ ଡ୍ରାଗନ ବିଳିବିଳାଉଥିବା ଦେଖିବାକୁ ମିଳିଛି।

ଟିକାକୁ ନେଇ ପ୍ରଶ୍ନ ଉଠିବା ପରେ ଚୀନ ସରକାର ବିଶ୍ବକୁ ଧମକ ଦେବାକୁ ବି ପଛାଇଲେ ନାହିଁ। ଚୀନର କହିବା କଥା ହେଲା, ‘ଯଦି କରୋନାକୁ ହରାଇବାର ଅଛି ତେବେ ଚୀନର କରୋନା ଟିକା ବ୍ୟବହାର କରିବାକୁ ପଡ଼ିବ।’ ଚୀନ ନିଜର ରାଗ ବାହାର କରିବାକୁ ଚିରାଚରିତ ଢ଼ଙ୍ଗରେ ଗ୍ଲୋବାଲ ଟାଇମ୍ସର ବ୍ୟବହାର କରିଛି। ଗ୍ଲୋବାଲ ଟାଇମ୍ସରେ ଆର୍ଟିକିଲ୍‌ ମାଧ୍ୟମରେ ଚୀନ ଅନ୍ୟ ଦେଶଗୁଡ଼ିକୁ ଧମକ ଦେଇଛି।

ଗ୍ଲୋବାଲ୍‌ ଟାଇମ୍ସରେ ଲେଖାଯାଇଛି, ‘ ବ୍ରାଜିଲ୍‌ର ବୁଟନାନ ଇନ୍‌ଷ୍ଟିଚ୍ୟୁଟ୍‌ ଚୀନର ସିନୋଭାକ୍‌ କରୋନା ଭ୍ୟାକ୍‌ସିନ୍‌କୁ ୫୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦର୍ଶାଇଛି। ଏତେ କମ୍‌ ପ୍ରଭାବୀ ଭ୍ୟାକ୍‌ସିନ୍‌କୁ ଚୀନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ତେବେ ଚୀନ କମ୍ପାନୀ ପୁରା ପ୍ରକ୍ରିୟାକୁ ଅନ୍ତିମ ରୂପ ଦେବା ପୂର୍ବରୁ ତୁର୍କୀ ଓ ଇଣ୍ଡୋନେସିଆ ଭଳି ଅନ୍ୟ ଦେଶରେ ପରୀକ୍ଷଣ ଓ ବିଶ୍ଳେଷଣ କରିଛି। କିନ୍ତୁ ପଶ୍ଚିମୀ ମିଡିଆ ପାରଦର୍ଶିତାକୁ ନେଇ ତୁରନ୍ତ ପ୍ରଶ୍ନ ଉଠାଇଦେଲା।’ ଆର୍ଟିକିଲ୍‌ରେ କରୋନା ଭ୍ୟାକସିନ୍‌ ୫୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି ମଧ୍ୟ ଦାବି କରାଯାଇଛି।

ସବୁଥର ଭଳି ଏଥର ମଧ୍ୟ ଚୀନ ନିଜକୁ ଠିକ୍‌ ବୋଲି ଦର୍ଶାଇ ଅନ୍ୟ ଦେଶର ଭ୍ୟାକ୍‌ସିନକୁ ଉପରେ ପ୍ରଶ୍ନ ଉଠାଇଛି। ପ୍ରଥମେ ଆମେରିକାକୁ ଟାର୍ଗେଟ କରିଛି ଚୀନ। ଆମେରିକାର ଫାଇଜର ଟିକା କରୋନା ପାଇଁ ପ୍ରଭାବୀ ନୁହେଁ । ଫାଇଜର ଟିକା କେବଳ ଧନୀ ସମୂହଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ଚୀନ ଅଭିଯୋଗ କରିଛି।

ଚୀନ ନିଜର କରୋନା ଟିକାକୁ ଅଧିକ ପ୍ରଭାବଶାଳୀ ବୋଲି ଦାବି କରିଛି। ଏହାସହ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଥିବା ଖବର ଅନୁସାରେ, ‘ଚୀନର ସିନୋଭାକ୍‌ ଟିକା ଅଧିକ ସୁରକ୍ଷିତ। ଏହା ଧନୀ ନୁହେଁ ବରଂ ବିକାଶଶୀଳ ଦେଶଗୁଡ଼ିକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। ଏହାକୁ ସାଧାରଣ ରେଫ୍ରିଜେରଟରରେ ଷ୍ଟୋର କରାଯାଇପାରୁଛି। ଏହାର ଦାମ ମଧ୍ୟ କମ୍‌ ରହିଛି।’

   Related Posts