Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଭାରତକୁ ଚୀନର ଧମକ, ପଛକୁ ନ ହଟିଲେ ଆରମ୍ଭ ହେବ ଯୁଦ୍ଧ!

16/09/2020 at 1:12 PM

ନୂଆଦିଲ୍ଲୀ ୧୬/୦୯: ପୁଣି ଥରେ ଭାରତକୁ ଧମକ ଦେଇଛି ଚୀନ । ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ସୀମାରେ ଏବେ ୧୯୬୨ ମସିହାର ପରସ୍ଥିତି ସୃଷ୍ଟି ହୋଇଛି। ଯଦି ଭାରତ ପଛକୁ ନ ହଟିଲେ ଓ କୂଟନୈତିକ ଚେଷ୍ଟା ବିଫଳ ହେଲେ ପିଏଲଏର ବଳରେ ଭାରତକୁ ପଛକୁ ହଟାଇବାକୁ ଉଦ୍ୟମ କରାଯିବ।

ତେବେ ଗତକାଲି ଲଦାଖରେ ଭାରତୀୟ ସେନାଙ୍କ ପ୍ରସ୍ତୁତି ସାମ୍ନାକୁ ଆସିବା ପରେ ଗ୍ଳୋବାଲ ଟାଇମ୍ସ ଏଭଳି କହିଛି।ଭାରତର ସାମର୍ଥ୍ୟ ଦେଖିବା ପରେ ଚୀନ ନ୍ୟୁଜ ଏଜେନ୍ସି ଗୋଟିଏ ନୂଆ ପ୍ରୋପାଗଣ୍ଡା ଭିଡିଓ ଜାରି କରିଛି। ଯେଉଁଥିରେ ଚୀନ ସେନାଙ୍କ ସାମର୍ଥ୍ୟକୁ ଦେଖାଇ ଭାରତକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଛି।

ପିଏଲଏକୁ ଲମ୍ବା ଅଭିଯାନ ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ଗ୍ଳୋବାଲ ଟାଇମ୍ସ ଲେଖିଛି। ତେବେ ଏ ଅଭିଯାନ ଶୀତ ଦିନେ ହିଁ ଜାରି ରହିବ। ଭାରତର ସୀମା ଉପରେ ପ୍ରସ୍ତୁତି ଦେଖି ଗ୍ଲୋବାଲ ଟାଇମ୍ସ କହିଛି ଭାରତ ସୀମାରେ କମ୍ ପ୍ରସ୍ତୁତି ରଖିବା ନେଇ ୧୯୯୩ ଓ ୧୯୯୬ର ଚୁକ୍ତି ଉଲ୍ଲଂଘନ କରୁଛି।

ଶୀତଦିନ ଦୃଷ୍ଟିକୋଣରୁ ଭାରତକୁ ବହୁତ ଚାପ ସାମ୍ନା କରିବାକୁ ପଡୁଛି। କାରଣ ଲଜିଷ୍ଟିକ୍ ଖର୍ଚ ସମ୍ଭାବିତ ରୂପରେ ଖୁବ ଅଧିକ। ଏହି କାରଣ ଯୋଗୁ ବଡ଼ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଭାରତୀୟ ନେତାଙ୍କୁ ଲାଗୁଛି ଯେ ଚୀନ ବିରୋଧରେ ଯୁଦ୍ଧ ଆରମ୍ଭ କରିବାକୁ ସେମାନେ ଅସମର୍ଥ ବୋଲି କହିଛି ଗ୍ଳୋବାଲ ଟାଇମ୍ସ।

   Related Posts