Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଖୋଲାଖୋଲି ଧମକ ଦେଉଛି ଚୀନ : ‘ଇଞ୍ଚେ ଜମି ମଧ୍ୟ ଦେବୁନି, ଯିଏ ଆକ୍ରମଣ କରିବ ତାର ବିନାଶ କରିଦେବୁ’

23/06/2020 at 1:50 PM

ନୂଆଦିଲ୍ଲୀ ୨୩/୦୬ : ଗୋଟିଏ ପଟେ ଲଦାଖରେ ଭାରତ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି | ଅପରପକ୍ଷରେ ଚୀନ ସେନା PLA ଏବଂ ଚୀନ ମିଡ଼ିଆ ଲଗାତାର ଭାରତ ସରକାର ଓ ଭାରତୀୟ ସେନା ପ୍ରତି ଆକ୍ରମକ ଭାବ ରଖିଛନ୍ତି | ଶାନ୍ତି ପ୍ରତିଷ୍ଠା କରିବାକୁ ଦେଖେଇ ହଉଚି ଚୀନ | ଏପଟେ କିନ୍ତୁ ଚୀନ ସେନା କହିଛି ସେ ଗୋଟିଏ ଇଞ୍ଚ ଜମି ଦେବାକୁ ରାଜି ନୁହେଁ | ଏହାଛଡା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଜରିଆରେ ଚୀନ ଧମକ ଦେଇଛି ଯେ ଯଦି ସୀମାରେ କୌଣସି ପ୍ରକାର ହମଲା କରିବାକୁ ଉଦ୍ୟମ କରାଯାଏ ତାହେଲେ ଶତ୍ରୁର ବିନାଶ କରିଦିଆଯିବ |

ଭାରତ-ଚୀନ ସେନା ଗଲୱାନ ଘାଟିରେ ହିଂସା ଘଟଣା ପରେ ଗ୍ଲୋବାଲ ଟାଇମ୍ସ ଲଗାତାର ତିବ୍ବତ ସୀମାରେ ଚୀନ ସେନାର ଯୁଦ୍ଧାଭ୍ୟାସ ଭିଡିଓ ସେୟାର କରୁଛି | ମଙ୍ଗଳବାର ଦିନ ମଧ୍ୟ ଗ୍ଲୋବାଲ ଟାଇମ୍ସର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯାହା ଭାରତ ବିହାର ରେଜିମେଣ୍ଟର ଯବାନଙ୍କ ସହ ଗଲୱାନ ଘାଟିରେ ଚୀନ ସେନାର ହିଂସା ଭିଡିଓ | ଏହି ଭିଡିଓରେ ସୈନିକ ସ୍ପଷ୍ଟ ଭାବେ କହୁଛନ୍ତି ଯେ ସେ ଗୋଟିଏ ଇଂଚ ଜମି ମଧ୍ୟ କାହାକୁ ନେଇଯିବାକୁ ଦେବେନାହିଁ | ଭିଡିଓରେ ଜଣେ ସୈନିକ କହୁଛି ଯେ ଚୀନ ଜମି ତାଙ୍କ ଜୀବନ ଠାରୁ ମଧ୍ୟ ଅଧିକ ମହତ୍ଵପୁର୍ଣ | ସେଥିପାଇଁ ସେ ଜୀବନ ଦେଇଦେବେ ପଛେ କିନ୍ତୁ କାହାକୁ ଇଂଚେ ଜମି ନେବାକୁ ଦେବେନି | ଏହାଛଡା ଏହି ଭିଡିଓରେ ଚୀନ ଡିଫେନ୍ସ ସୈନିକଙ୍କ ସୌର୍ଯ୍ୟକୁ ବଖାଣିଛି |

ଗ୍ଲୋବାଲ ଟାଇମ୍ସ ଏକ ଏଡିଟୋରିଅଲ ଜରିଆରେ ଭାରତୀୟ ସେନାକୁ ଚେତାବନୀ ଦେବାକୁ ମଧ୍ୟ ଚେଷ୍ଟା କରିଛି | ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚୀନ କେବେ ମଧ୍ୟ ଭାରତ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନି କିନ୍ତୁ ଭାରତୀୟ ସେନାକୁ ମଧ୍ୟ ସଂଯମର ସହିତ ବୁଝି ବିଚାରି କାମ କରିବାକୁ ହେବ | ଏଥିରେ ଧମକ ଦେଇ କୁହାଯାଇଛି ଯେ ଯିଏ ଚୀନ ସେନା ପ୍ରତି ପ୍ରଥମେ ଅସ୍ତ୍ର ଉଠାଇବ ତାଙ୍କୁ ପୃଥିବୀରୁ ମିଟାଇ ଦିଆଯିବ | ଏଥିରେ ଚୀନ ସରକାରଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଯେ ଗଲୱାନ ଘାଟିରେ ଚୀନ ସେନାଙ୍କୁ ଆହୁରି ଅଧିକାର ଦିଆଯାଉ, ଅସ୍ତ୍ର ଦିଆଯାଉ ଯେପରି ସେମାନେ ଯେକୌଣସି ପରିସ୍ଥିତି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବେ | ଏଥିରେ ଆହୁରି କୁହାଯାଇଛି ଯେ ଚୀନ ସବୁ ପରିସ୍ଥିତି ପାଇଁ ସମ୍ପୂର୍ଣ ପ୍ରସ୍ତୁତ | ହିଂସା ଭାରତୀୟ ସେନା ଆରମ୍ଭ କରିଛି ଏବଂ ତାଙ୍କୁ ତାର ପରିଣତି ମଧ୍ୟ ମିଳିଯାଇଥିବ | ଚୀନ ଲଗାତାର ଆରୋପ ଲଗାଉଛି ଯେ ଆମେରିକା ଚାପରେ ଭାରତ ଲଗାତାର ସୀମାରେ ଆକ୍ରମଣ କରୁଛି |

ଗ୍ଲୋବାଲ ଟାଇମ୍ସର ଆଉ ଏକ ଲେଖାରେ କୁହାଯାଇଛି ଯେ ଭାରତୀୟ ସେନାକୁ ସୀମାରେ ଛୁଟ ଦିଆଯାଇଛି ଯାହାକୁ ଚୀନ ବିପଦ ବୋଲି କହିଛି | ଭାରତୀୟ ସେନା କୌଣସି ପରିସ୍ଥିତିରେ ଚୀନ ସେନାର ମୁକାବିଲା କରିବା ପାଇଁ ଯୋଗ୍ୟ ନୁହେଁ | ଯଦି ସୀମାରେ ଅଶାନ୍ତି ବଢେ ତାହେଲେ ଏଥିରେ ଭାରତର ହିଁ ଅଧିକ କ୍ଷତି ହେବ | ଭାରତ ଯଦି ସୀମାରେ ଅସ୍ତ୍ର ଉଠାଇବ ପାଇଁ ଅନୁମତି ଦିଏ ତାହେଲେ ତାଙ୍କୁ ମଧ୍ୟ ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡିବ |

ଏଥିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସ୍ୱୀକାର କରିଛନ୍ତି ଯେ ଚୀନ ସେନା ସୀମା ପାର କରିନଥିଲେ | ଏଭଳି ପରିସ୍ଥିତିରେ ଭାରତୀୟ ସେନାର ଆକ୍ରମଣାତ୍ମକ ଭାବ ସମସ୍ୟା ଜଟିଳ କରିବ | ଚୀନ ଆଶା ପ୍ରକାଶ କରିଛି ଯେ ଗତ ୩୦ ରୁ ଅଧିକ ବର୍ଷ ହେଲା ଏହି ଅନ୍ତରାଷ୍ଟ୍ରୀୟ ସୀମା ଶାନ୍ତ ରହିଛି | ଏଥିପାଇଁ ଉଭୟ ଦେଶକୁ କ୍ରେଡିଟ ଦିଆଯାଉଛି | ଯଦି ଭାରତ ଆକ୍ରମଣାତ୍ମକ ଭାବ ରଖେ ତାହେଲେ ଏହାର ପରିଣାମ ବହୁତ ଖରାପ ହେବ ଏବଂ ଏଥିପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କୁହାଯାଇଛି |

   Related Posts