ଚେକ୍ ଗଣରାଜ୍ୟ ପ୍ରତିନିଧିଙ୍କ ତାଇୱାନ୍ ଗସ୍ତକୁ ନେଇ ଭଡକିଲା ଚୀନ୍, ୱାଙ୍ଗ ୟୀ କହିଲେ ଗୋଟିଏ ନିୟମ ଉଲ୍ଲଂଘନ ବି ଅକ୍ଷମଣୀୟ

Published By : Prameya-News7 Bureau | August 31, 2020 IST

ବେଜିଂ ୩୧।୮:  ଚେକ୍‌ ଗଣରାଜ୍ୟ ପ୍ରତିନିଧିଙ୍କ ତାଇୱାନ୍‌ ଯାତ୍ରାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍‌। ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଏକ ବୟାନରେ ଚୀନ୍‌ର ଗୋଟିଏ ନିୟମ ଉଲ୍ଲଂଘନ ବି ଅକ୍ଷମଣୀୟ ବୋଲି କହିଛନ୍ତି। ଚେକ୍‌ ଗଣରାଜ୍ୟ ପ୍ରତିନିଧିଙ୍କ ତାଇୱାନ ଯାତ୍ରାକୁ ଉତ୍ତେଜକ ଓ ଅପରିଣାମ ଦର୍ଶିତା ବୋଲି କହିଛନ୍ତି ୟୀ। ନିକଟରେ ଆମେରିକୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏଲେକ୍ସ ଏଜାର  ତାଇପେ ଯାତ୍ରା କରିଥିଲେ। ସେ ଏବେ ଗୁରୁତର ଚାପରେ ଥିବା ସୂଚୀତ କରିଛନ୍ତି ୟୀ।

{"id":323114,"sizeSlug":"large"}

ତାଇୱାନ୍‌ ଯାତ୍ରା କରିବାରେ ଏଲେକ୍ସ ପ୍ରଥମ ଆମେରିକୀୟ ମନ୍ତ୍ରୀ। ଏହି ଗସ୍ତକାଳରେ ସେ ତାଇୱାନ ରାଷ୍ଟ୍ରପତି ସାଇ ଝଙ୍ଗ ୱେନ୍‌ଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଥିଲେ। ୧୯୭୯ ମସିହାରେ ଆମେରିକା ତାଇପେକୁ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ଦେଇଥିଲା। ସେବେଠାରୁ ଏଯାଏଁ ଜଣେ ହେଲେ ଆମେରିକୀୟ ନେତା ତାଇୱାନ ଗସ୍ତରେ ଆସିନଥିଲେ। ତେବେ ଏଲକ୍ସଙ୍କ ଗସ୍ତକୁ ଚୀନ୍‌ ସବୁଠୁ ବଡ ରାଜନୈତିକ ଝଟକା ବୋଲି ଭାବୁଛି।

{"id":323115,"sizeSlug":"large"}

ଚୀନ୍‌ର କହିବା କଥା ହେଲା ଚୀନ୍‌ର ପ୍ରତ୍ୟେକ ନୀତି ଏହାର ବୈଦେଶିକ ନୀତିର ମୂଳ ତତ୍ୱ। ଚୀନ୍‌ ସହ ରାଜନୈତିକ ସମ୍ପର୍କ ସ୍ଥାପିତ କରିଥିବା ସମସ୍ତ ଦେଶ ଏହି ନୀତିକୁ ସ୍ୱୀକାର କରନ୍ତି। ଆମେରିକା ସ୍ୱାସ୍ଥ୍ୟମନ୍ତ୍ରୀ ଏଲେକ୍ସଙ୍କ ଗସ୍ତ ପରେ ଚୀନ୍‌ ନୀତିକୁ ବେଖାତିର କରି ଚେକ୍ ଗଣରାଜ୍ୟର ସିନେଟ୍ ବାଚସ୍ପତି ମିଲୋସ୍ ଭିଷ୍ଟ୍ରିସିଲ୍‌ ରବିବାର ତାଇୱାନ ଗସ୍ତ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଯାହାକୁ ଚୀନ୍‌ ବରଦାସ୍ତ କରେନି ବୋଲି ୟୀ ସୋମବାର ଜର୍ମାନୀରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.