ଆମେରିକାକୁ ଚୀନ୍‌ର ଚେତାବନୀ, କହିଲା ତାଇୱାନ ସ୍ୱାଧୀନତା ଦାବିର ଅର୍ଥ ଯୁଦ୍ଧ

Published By : Prameya-News7 Bureau | June 25, 2021 IST

ବେଜିଂ : ତାଇୱାନ୍‌ ସହ ସୈନ୍ୟ ସମ୍ପର୍କ ନେଇ ଆମେରିକାକୁ ସତର୍କ କରିଛି ଚୀନ୍‌। ଏ ନେଇ ଚୀନ୍‌ ଏକ ଚେତାବନୀ ଜାରି କରିଥିବା ବେଳେ ସ୍ୱୟଂଶାସିତ ଦ୍ୱୀପ ଚୀନ୍‌ର ଏକ ଅନିବାର୍ଯ୍ୟ ଅଙ୍ଗ ବୋଲି କହିଛି। ଏହାର ସ୍ୱାଧୀନତା ଦାବି ଅର୍ଥାତ ଯୁଦ୍ଧ ବୋଲି ଚେତାଇ ଦେଇଛି। ଚୀନ୍‌ ପ୍ରତିରକ୍ଷାମନ୍ତ୍ରାଳୟ ମୁଖପାତ୍ର ରେନ୍‌ ଗୁଓକିଆଙ୍ଗ ଏକ ବୟାନରେ କହିଛନ୍ତି ଯେ ଆମେରିକା ଓ ତାଇୱାନ୍ ମଧ୍ୟରେ କୌଣସି ପ୍ରକାର ଅଧିକାରୀକ ଆଦାନପ୍ରଦାନ ଅଥବା ସୈନ୍ୟ ସମ୍ପର୍କକୁ ଚୀନ୍‌ କଡ଼ା ବିରୋଧ କରେ। ଏଣୁ ୱାସିଂଟନକୁ ତାଇୱାନ୍‌ ସହ ସବୁ ପ୍ରକାର ସୈନ୍ୟ ସମ୍ପର୍କ ତୁଟାଇଦେବା ଦରକାର ବୋଲି କହିଛନ୍ତି।

{"id":471219,"sizeSlug":"large","linkDestination":"none"}

ୱାସିଂଟନ ଓ ତାଇପେ ମଧ୍ୟରେ ନିକଟରେ ହୋଇଥିବା ସୈନ୍ୟ ଆଦାନପ୍ରଦାନକୁ ନେଇ ସେ ଏହି ବୟାନ ଜାରି କରିଥିଲେ। ସେ କହିଛନ୍ତି ଯେ ଚୀନ୍‌କୁ ପୂର୍ଣ୍ଣ ଐକିକରଣ ଏକ ଐତିହାସିକ ଆବଶ୍ୟକତା ଏବଂ ଚୀନ୍‌ ମହାନ ରାଷ୍ଟ୍ରର କାୟା କଳ୍ପ ଏହା ସହ ହିଁ ପୂରଣ ହୋଇଥାଏ। ତାଇୱାନ୍‌ ଷ୍ଟ୍ରେଟ୍‌ରେ ଶାନ୍ତି ଓ ସ୍ଥିରତା ଲୋକଙ୍କ ମୁଖ୍ୟ କାମନା। ଏଥିରେ ତାଇୱାନ ସ୍ୱାଧୀନ ଦାବି କରିବାର ଅର୍ଥ ଯୁଦ୍ଧ ବୋଲି ସେ ଚେତାଇ ଦେଇଛନ୍ତି।

{"id":471220,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ଚୀନ୍‌ର ବିକାଶ ଓ ସମୃଦ୍ଧିକୁ ଅଟକାଇବା ବର୍ତ୍ତମାନ ସମୟରେ ବିଶ୍ୱର କୌଣସି ଶକ୍ତି ପକ୍ଷେ ସମ୍ଭବ ନୁହେଁ। ଏଣୁ ଆମେରିକାକୁ ଏକ ଚୀନ୍‌ ସିଦ୍ଧାନ୍ତକୁ ଗ୍ରହଣ କରିବାକୁ ହେବ। ଅପରପକ୍ଷେ ତାଇୱାନ ଉପରେ ଚୀନ୍‌ ରାଜନୈତିକ ଓ ସୈନ୍ୟ ଚାପ ବୃଦ୍ଧି କରିଛି। ଚୀନ୍‌ର ମନବୃତ୍ତି ଜଣାପଡିବା ପରେ ତାଇୱାନ୍‌ ମଧ୍ୟ ନିଜ ପ୍ରସ୍ତୁତିରେ ଲାଗିପଡିଛି। ତାଇୱାନ ବିଦେଶମନ୍ତ୍ରୀ ଜୋସେଫ ୱୁ ଚୀନ୍‌ ପକ୍ଷରୁ ତାଇୱାନ ପ୍ରତି ବଢୁଥିବା ସୈନ୍ୟ ଧମକରୁ ଯୁଦ୍ଧଲାଗି ଆମକୁ ପ୍ରସ୍ତୁତ ରହିବାକୁ ହେବ ବୋଲି କହିଛନ୍ତି। ସେପଟେ ତାଇୱାନ ପ୍ରତି ଚୀନ୍‌ ପଟରୁ ସୃଷ୍ଟି ହୋଇଥିବା ବିପଦକୁ ନଜରରେ ରଖି ଆମେରିକା ମଧ୍ୟ ନିଜର ସୁରକ୍ଷା ସମର୍ଥନ ବୃଦ୍ଧି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.