Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଗରିବ ଦେଶଗୁଡ଼ିକୁ ଋଣ ଜାଲରେ ଫସାଇ ଫାଇଦା ନେଉଛି ଚୀନ: ଆର୍ଥିକ ବିକାଶର ଲୋଭ ଦେଖାଇ ମାରୁଛି ଲାତ

10/10/2020 at 4:56 PM

ନୂଆଦିଲ୍ଲୀ ୧୦/୧୦: ବିଶ୍ବରେ ଏକ ନମ୍ବର ହେବା ନିଶାରେ ଚୀନ ନିଜର ହୀନ ଚକ୍ରାନ୍ତ ଚଳାଇଛି। ନିଜର ସ୍ବାର୍ଥ ସାଧନ ପାଇଁ ଛୋଟ ଛୋଟ ଦେଶକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରୁଛି ଚୀନ। ବିଭିନ୍ନ ଦେଶରେ ନିଜର ସାମରିକ ଘାଟି ନିର୍ମାଣ କରୁଥିବା ନେଇ ପେଣ୍ଟାଗନ୍ ରିପୋର୍ଟରୁ ଜଣାପଡ଼ିଥିଲା। କିନ୍ତୁ ଏବେ ଅନେକ ଛୋଟ ଦେଶକୁ ଋଣ ଜାଲରେ ଛନ୍ଦି ଅସୁବିଧାରେ ପକାଉଥିବା ସୂଚନା ମିଳିଛି।

ଚୀନ ନିଜର ବହୁ ପ୍ରଚାରିତ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌(ବିଆରଆଇ) ମାଧ୍ୟମରେ ଶ୍ରୀଲଙ୍କା, ଜାମ୍ବିଆ, ଲାଓସ୍‌, ମାଲଦୀପ, କାଙ୍ଗୋ, ପାକିସ୍ତାନ ଭଳି ଦେଶକୁ ଋଣ ଜାଲରେ ଛନ୍ଦି ଆର୍ଥିକ ସଙ୍କଟକୁ ଠେଲି ଦେଉଥିବା ଜଣାପଡ଼ିଛି। ବିଆରଆଇ ଜରିଆରେ ଏହିସବୁ ଦେଶରେ ମୋଟାଅଙ୍କର ନିବେଶ କରି ଆର୍ଥିକ ଅଭିବୃଦ୍ଧିର ଲୋଭ ଦେଖାଉଛି ଚୀନ। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁମୋଦନ ପରେ  ବିଆରଆଇ ଏହିବସୁ ଦେଶରେ ରେଳ ଳାଇନ୍, ବିମାନବନ୍ଦର, ରାଜମାର୍ଗ ଆଦି ନିର୍ମାଣ କରୁଛି। ପରେ ଏହିସବୁ କାର୍ଯ୍ୟ ପାଇଁ ଛୋଟ ଦେଶଗୁଡ଼ିକ ଲକ୍ଷ ଲକ୍ଷ ଆରବ ଡଲାର ଋଣ ଭାରରେ ବୁଡ଼ି ଯାଉଛନ୍ତି।

୨୦୧୭ ଶେଷ ସୁଦ୍ଧା ବିଆରଆଇ କରିଥିବା କାର୍ଯ୍ୟ ପାଇଁ ଜାମ୍ବିଆ ୬.୪ ବିଲିୟନ୍ ଡଲାର ଋଣଭାରରେ ବୁଡ଼ି ରହିଛି। କେବଳ ୭ ବର୍ଷରେ ଚୀନ ପାଖାପାଖି ୭୦ ଦେଶରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଶ୍ରୀଲଙ୍କା ନିଜର ହମ୍ବନଟୋଟା ପୋର୍ଟ ହୋଲଡିଙ୍ଗସ୍‌ କମ୍ପାନୀକୁ ୯୯ ବର୍ଷ ପାଇଁ ଚୀନକୁ ଲିଜ୍‌ ଦେଇଥିଲା। କିନ୍ତୁ ଅନ୍ୟ ଦେଶଗୁଡ଼ିକର ଋଣ ପରିମାଣ ଦେଖି ଏବେ ଚିନ୍ତାରେ ଶ୍ରୀଲଙ୍କା ସରକାର।

ମାଲଦୀପ ଉପରେ ୧.୪ ଆରବ ଡଲାର ବାକି ପଡ଼ିଛି। ଏହି ପରିମାଣ ମାଲଦୀପ ପାଇଁ ବହୁତ ବଡ଼। କାରଣ ମାଲଦୀପର ଜିଡିପି କେବଳ ୫.୭ ବିଲିୟନ୍‌ ଡଲାର। ସେହିଭଳି ଜାମ୍ବିଆର ଋଣର ପରିମାଣ ୨୦୧୭ ଶେଷ ସୁଦ୍ଧା ୬.୪ ବିଲିୟନ୍ ଡଲାର। ଯଦି ଚୀନର ଏଭଳି ଅନୁକମ୍ପା ଜାରି ରହେ ତେବେ ଏହା ବଢ଼ି ୧୪.୭ ବିଲିୟନ୍ ଡଲାର୍‌ରେ ପହଞ୍ଚିବ ବୋଲି ସିଏଚଆର ସାଇକଲ୍‌ସନ୍‌ ଇନ୍‌ଷ୍ଟିଚ୍ୟୁଟର ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି। ସେପଟେ ପାକିସ୍ତାନର ସ୍ଥିତି ମଧ୍ୟ ସଙ୍ଗୀନ।

ଚୀନ ଛୋଟ ଦେଶଗୁଡ଼ିକୁ ଉତ୍ସାହର ସହ ଋଣ ଦେଉଛି। ବିଆରଆଇରେ ସାମିଲ୍‌ ଥିବା ଦେଶଗୁଡ଼ିକ ପାଇଁ ଏହା ଘାତକ ସାବ୍ୟସ୍ତ ହେବ ବୋଲି ଆର୍ଥିକ ପରାମର୍ଶଦାତା ଡି.କେ. ଶ୍ରୀବାସ୍ତବ କହିଛନ୍ତି।

   Related Posts