ନ୍ୟୁକ୍ଲିୟର ପାଓ୍ଵାରକୁ 'କୃତ୍ରିମ ସୂର୍ଯ୍ୟ'ରେ ପରିଣତ କଲା ଚୀନ, ସାମରିକ ଶକ୍ତିର ଆବଶ୍ୟକତା ପୂରଣ କରିବ

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୦୪।୧୨: ଶୁକ୍ରବାର 'କୃତ୍ରିମ ସୂର୍ଯ୍ୟ' ନାମରେ ଜଣାଶୁଣା ଚୀନ୍ ଏଚଏଲ-୨ଏମ ଟୋକାମାକ ରିଆକ୍ଟରକୁ ସଫଳତାର ସହ ସଞ୍ଚାଳିତ କରିଛି।  ଚୀନ ଗଣମାଧ୍ୟମ ରିପୋର୍ଟରୁ ଏହା ପ୍ରକାଶ ପାଇଛି। ଏହି ରିଆକ୍ଟର ହେଉଛି ଚାଇନାର ସର୍ବବୃହତ ଏବଂ ପରମାଣୁ ଫ୍ୟୁଜନ୍ ପରୀକ୍ଷାମୂଳକ ଅନୁସନ୍ଧାନ ଏକ ଉପକରଣ। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହି ଉପକରଣ ଏକ ଶକ୍ତିଶାଳୀ ସ୍ୱଚ୍ଛ ଶକ୍ତି ଉତ୍ସକୁ ଅନଲକ୍ କରିପାରିବ।

ଏହି କୃତ୍ରିମ ସୁର୍ଯ୍ୟ ଗରମ ପ୍ଲାଜମାକୁ ନିଷ୍କ୍ରିୟ  କରିବା ପାଇଁ ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ରକୁ ଉପଯୋଗ କରିଥାଏ, ଯାହା ୧୫୦ ମିଲିୟନ ଡିଗ୍ରୀ ତାପମାତ୍ରା ପ୍ରାପ୍ତ କରିଥାଏ। ଏହା ମୂଳ ସୂର୍ଯ୍ୟଠୁ ୧୦ ଗୁଣ ଅଧିକ ଗରମ ଅଟେ। ଏହି ରିଆକ୍ଟର ଦକ୍ଷିଣ-ପଶ୍ଚିମି ସିଚୁଆନ ପ୍ରାନ୍ତରେ ଅବସ୍ଥିତ। ଗତ  ବର୍ଷ ଶେଷ ଆଡକୁ ପ୍ରଚଣ୍ଡ ଉତ୍ତାପ ଏବଂ ଶକ୍ତି ନିର୍ଗତ  ହେଉଥିବାରୁ ଏହି ରିଆକ୍ଟରକୁ କୃତ୍ରିମ ସୂର୍ଯ୍ୟ କୁହାଯାଏ।

ପିପୁଲ୍ସ ଡେଲି ଅନୁଯାୟୀ, ନ୍ୟୁକ୍ଲିୟର ଫ୍ୟୁଜନ ଶକ୍ତିର ବିକାଶ କେବଳ ଚୀନର ସାମରିକ ଶକ୍ତିର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଚୀନର ଶକ୍ତି ଓ ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାର ବିକାଶ ଦିଗରେ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେବ।

୨୦୦୬ ମସିହାରୁ ଚାଇନିଜ ବୈଜ୍ଞାନିକ ପରମାଣୁ ପ୍ୟୁଜନ୍ ରିଆକ୍ଟର ଛୋଟ ଭର୍ସନର ବିକାଶ ପାଇଁ କାମ କରୁଛନ୍ତି। ଚୀନ ବୈଜ୍ଞାନିକ ଏହି ଉପକରଣକୁ ଆନ୍ତର୍ଜାତୀୟ ଥର୍ମୋ ନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ୍ ରିଆକ୍ଟରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କ ସହଯୋଗରେ ବ୍ୟବହାର କରିବାକୁ ଯୋଜନା କରିଛି।  ଏହି ରିଆକ୍ଟର ଫ୍ରାନ୍ସରେ ଅବସ୍ଥିତ। ଫ୍ରାନ୍ସର ଏହି ବିଶ୍ଵର ସର୍ବ ବୃହତ ଆଣବିକ ଫ୍ୟୁଜନ୍ ଅନୁସନ୍ଧାନ ପ୍ରକଳ୍ପ ୨୦୨୫ରେ ଶେଷ ହେବ ବୋଲି ଆଶା କରାଯାଉଛି। ଏହା ବହୁଳ ମାତ୍ରାରେ ଶକ୍ତି ସୃଷ୍ଟି ପାଇଁ ପରମାଣୁ ନ୍ୟୁକ୍ଲିୟରର ନାଭିରେ ମିଶ୍ରଣ ହୋଇଥାଏ। ବହୁ ପରିମାଣର ଶକ୍ତି ସୃଷ୍ଟି କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.