Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଗୁପ୍ତରେ ୧୦ ହଜାର ଭାରତୀୟଙ୍କ ଉପରେ ନଜର ରଖିଛି ଚୀନ୍: ରିପୋର୍ଟ

17/09/2020 at 5:18 PM

ନୂଆଦିଲ୍ଲୀ : ଚୀନ୍‌ ଗୁଇନ୍ଦାଗିରି ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଭାରତରେ ଅନୁନ୍ୟ ୧୦ ହଜାର ଲୋକଙ୍କ ଉପରେ  ଚୀନ୍‌ ଗୁପ୍ତରେ ନଜର ରଖିଥିବା ନେଇ ଏକ ପ୍ରମୁଖ ଗଣମାଧ୍ୟମ (ଇଣ୍ଡିଆନ ଏକ୍ସପ୍ରେସ୍‌) ରିପୋର୍ଟରୁ ଜଣାପଡିଛି। ପୂର୍ବ ଲଦ୍ଦାଖରେ ଜାରି ଉତ୍ତେଜନା ମଧ୍ୟରେ ଇଣ୍ଡିଆନ ଏକ୍ସପ୍ରେସ କରିଥିବା ଏକ ଅନୁଧ୍ୟାନରୁ ଏହି ସୂଚନା ମିଳିଛି, ଯେଉଁଥିରେ ଚୀନ୍‌ ଭାରତୀୟ ଆର୍ଥିକ ଅପରାଧୀଙ୍କ ସମେତ ଆଇପିଏଲ ବେଟିଂ, ନାରକୋଟିକ୍ସ ସ୍ମଗଲିଂ ଆଦି ବିଭିନ୍ନ ପେଷାର ଲୋକଙ୍କ ଉପରେ ନଜର ରଖିଥିବା ଜଣାପ଼ଡିଛି।

ଏଥିରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ମଧ୍ୟ ଚୀନ୍‌ର ଗଭୀର ପ୍ରବେଶ ଥିବାର ପ୍ରଥମ ଥର ଜଣାପଡିଛି। କେବଳ ଭାରତ ନୁହେଁ ଚୀନ୍‌ ତାର କମ୍ପାନୀମାନଙ୍କ ଜରିଆରେ ଆମେରିକା ବ୍ରିଟେନ ସମେତ ବିଶ୍ୱର ୨୪ ଲକ୍ଷ ଲୋକଙ୍କ ଉପରେ ନଜର ରଖିଛି। ଭାରତରେ ରେଲୱେ ଇଣ୍ଟର୍ଣ୍ଣଠାରୁ ଆରମ୍ଭ କରି ଅଜିମ ପ୍ରେମଜୀଙ୍କ ସଂସ୍ଥାର ସିଇଓଙ୍କ ପର୍ଯ୍ୟନ୍ତ ଲୋକେ ଚୀନ୍‌ ଗୁପ୍ତ ନଜରରେ ଅଛନ୍ତି। ଏଥିରୁ ଚୀନ୍‌ ଗୁଇନ୍ଦାଗିରିର ବ୍ୟାପକତାକୁ ସହଜରେ ଅନୁମାନ କରାଯାଇପାରେ।

ଚୀନ୍‌ ଗୁଇନ୍ଦାଗିରି ରହସ୍ୟର ଦ୍ୱିତୀୟ ଅଧ୍ୟାୟରେ ସମ୍ବାଦପତ୍ର ଭାରତୀୟ ଅର୍ଥବ୍ୟବସ୍ଥାରେ ନିଜର ସ୍ଥାନ ପକ୍କା କରିସାରିଥିବା ଚୀନ୍ ଗୁଇନ୍ଦାଙ୍କ ଉପରୁ ପରଦା ହଟାଇଛି। ଚୀନ ସେନା ଓ ଗୁଇନ୍ଦା ସଂସ୍ଥା ସହ ସମ୍ପୃକ୍ତ କମ୍ପାନୀ ଝୋହ୍ନୁଆ ଡାଟା ଇନଫର୍ମେସନ ଟେକ୍ନୋଲଜି କମ୍ପାନୀ ଲିମିଟେଡ ଯେଉଁ ଓଭରସିଜ୍ ଇଣ୍ଡିଭିଜୁଆଲ ଡାଟାବେସ୍ (ଓକେଆଇଡିବି) ପ୍ରସ୍ତୁତ କରିଛି ସେଥିରେ ଭାରତୀୟ ଅର୍ଥ ଜଗତର ଅନୁନ୍ୟ ୧୪ଶହ ଲୋକେ, ସଂଗଠନ ଓ କମ୍ପାନୀ ଥିବା ଜଣାପଡିଛି।

ସୂଚନା ଯୋଗ୍ୟଯେ ଭାରତୀୟ ଷ୍ଟାର୍ଟଅପରେ ଚୀନ୍‌ ନିବେଶ ଗତ ୩ ବର୍ଷରେ ୧୦ ଗୁଣାରୁ ଅଧିକ ବଢିଛି। ୨୦୧୬ ମସିହାରେ ଏହି କ୍ଷେତ୍ରରେ ଚୀନ୍‌ ନିବେଶ ପରିମାଣ ମାତ୍ର ୩୮୧ ମିଲିୟନ ଡଲାର ଥିବା ବେଳେ ୨୦୧୯ ବେଳକୁ ୪.୬ ବିଲିୟନ ଡଲାର ହୋଇଯାଇଛି। ଚୀନ ଗୁଇନ୍ଦାଗିରିରୁ ଭାରତରେ କେହି ବି ବାଦ ପଡିନାହାନ୍ତି। ଇ-କମର୍ସ ସାଇଟ୍ ହୁଅନ୍ତୁ ଅଥବା ଡିଜିଟାଲ ପେମେଣ୍ଟ କମ୍ପାନୀ ସମସ୍ତଙ୍କ ଉପରେ ଚୀନ୍‌ର କଡା ନଜର ରହିଥିବା ଏହିରିପୋର୍ଟରୁ ଜଣାପଡିଛି।

   Related Posts