ସାମ୍ନାକୁ ଆସିଲା ଚୀନ୍‌ ସେନାର ଘାତକ ହତିୟାର, କଣ୍ଟା ଛଡରେ ଭାରତୀୟ ସେନାଙ୍କୁ କରିଥିଲେ ଆକ୍ରମଣ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮।୬: ଚୀନ୍‌ ଏକ ଅବିଶ୍ୱସ୍ଥ ପଡୋଶୀ ସାଙ୍ଗକୁ ଚାଲାକ୍ ମଧ୍ୟ। ଗୁଳି ଚାଲିଲେ ଭରତ ଯୁଦ୍ଧକୁ ଓହ୍ଲାଇ ଆସିବ, ଏ କଥା  ବେଶ୍ ଜାଣନ୍ତି ସେମାନେ। ଏଣୁ ବିନା ବନ୍ଧୁକ ଓ ଗୁଳିରେ ଭାରତୀୟ ସେନାଙ୍କ ଉପରେ ଚାପ ସୃଷ୍ଟି ଲାଗି ଚୀନ୍ ସେନା ବେଶ ସତର୍କତା ଅବଲମ୍ବନ କରୁଛନ୍ତି। ୧୫ ଜୁନ ରାତିରେ ଏହି ରଣନୀତିରେ ସେମାନେ କରିଥିବା ଆକ୍ରମଣର ଉଚିତ ଜବାବ ଦେଇଛି ଭାରତୀୟ ସେନା,  ଏହା ସହ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡାଇ ରଖିଛନ୍ତି। ଯେଉଁଥିରୁ ଚୀନ ସେନା ଆଜିର ଦିନରେ ପ୍ରାଗଐତିହାସିକ ଯୁଗରେ ଥିବା ପ୍ରମାଣିତ ହୋଇଯାଇଛି। 

{"id":288171,"width":583,"height":429,"sizeSlug":"large"}

ଭାରତୀୟ ସେନା ସହ ସୀମାରେ ଚୀନ ସେନା ହାତାହାତୀ ମାରପିଟ୍ କରୁଛନ୍ତି। ଭାରତୀୟ ସେନା ମଧ୍ୟ ମାପିଚୁପି ମଝି ପିଠିକୁ ବିଧାଏ କଷି ଦେଉଛନ୍ତି। ଏହାକୁ ଦେଖି ସେମାନେ  ଭାରତୀୟ ସେନା ବିରୋଧରେ କଣ୍ଟା ଢଳେଇ ଲୁହା ରଡ ବ୍ୟବହାର କରୁଥିବା ପ୍ରଥମ ଥର ଜଣାପଡିଛି। ରାତି ଅନ୍ଧାରରେ ଭାରତୀୟ ସେନା ଉପରେ ଆତର୍କିତ ଆକ୍ରମଣ କରିବା ବେଳେ ସେମାନେ ଏହି କଣ୍ଟା ଛଡର ବ୍ୟବହାର କରିଥିଲେ। ଭାରତୀୟ ସେନା ବି ନଛୋଡ ବନ୍ଧା । ଭଲକି ପାନେ ଚଖାଇବା ସହ ସେମାନଙ୍କ ଅସ୍ତ୍ରଶସ୍ତ୍ର ଛଡାଇ ରଖିଥିଲେ। କିଏ କେଉଁଠି ପଡିକି ମଲା ଏବେ ଚୀନ ବି ତାର ଟେର ପାଉନି। ଦିନ ବେଳା ହେଲିକପ୍ଟର ଉଡାଇ ଶବ ଖୋଜୁଛି।

{"id":288174,"sizeSlug":"large"}

ଏକବିଂଶ ଶତାବ୍ଦୀରେ ଦେଶମାନେ ସେମାନଙ୍କ ସେନାର ଆଧୁନିକିକରଣ କରୁଛନ୍ତି। ସୈନିକଙ୍କୁ ଅତ୍ୟାଧୁନିକ ସୁରକ୍ଷା କବଚ ସମେତ ହାତହତିୟାର ପ୍ରଦାନ କରୁଥିବା ବେଳେ ଚୀନ ସେନା ଶତ୍ରୁ ମୁକାବିଲା ଲାଗି ଛୁରି, ଚାପଡ, କ୍ଷୁର, ଓ କଣ୍ଟା ଛଡ ଆଦି ଦେଉଛି। ଏଥିରୁ ଚୀନ ସୁରକ୍ଷା ଆଜିର ଦିନରେ ପ୍ରାଗଐତିହାସିକ ଯୁଗରେ ଥିବାର ଜଣାପଡିଥିବା  ବେଳେ ଏବେ ଭାରତୀୟ ସେନାରେ ଏହାକୁ ନେଇ ଚହଳ ପଡିଛି।

{"id":288175,"width":581,"height":363,"sizeSlug":"large"}

ଏଣୁ ଚୀନ୍ ସଲଗ୍ନ ସୀମାରେ ଭାରତୀୟ ସେନାଙ୍କୁ ସତର୍କ କରାଯାଇଥିବା ବେଳେ ସାମାନ୍ୟ ହଲଚଲ ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆଦେଶ ଦିଆଯାଇଛି। ବିନା ପ୍ରସ୍ତୁତିରେ ସେମାନଙ୍କ ଆଖପାଖ ନ ହେବା ଲାଗି ମଧ୍ୟ କୁହାଯାଇଛି। ଚୀନ ସେନା ବ୍ୟବହାର କରୁଥିବା କଣ୍ଟା ଛଡରେ ପାଖାପାଖି ୧୫ଟି ତୀକ୍ଷ୍ଣ ଲୁହା କଣ୍ଟା ଢଳେଇ ହୋଇଛି। ଯଦି ଜଣେ ଚୀନ ସୈନିକ ଏହି କଣ୍ଟା ଲଗା ଛଡ ଧରି ଭାରତୀୟ ସେନାଙ୍କ ଭିତରକୁ ପଶି ଆସେ କିଛି ନ ହେଲେ ବି ୬ରୁ ୭ ଜଣ ଜବାନ ଗୁରୁତର ଆହତ ହେବା ନିଶ୍ଚିତ। ଜୁନ ୧୫ ତାରିଖ ରାତିରେ ସେମାନେ ସେଇଆ ହିଁ କରିଥିଲେ। ଫଳରେ ଆମର ୧୮ରୁ ଅଧିକ ଜବାନ ଗୁରୁତର ଆହତ ହୋଇଥିବା ବେଳେ ୨୦ ଜଣ ସହିଦ ହୋଇଥିଲେ। ଏଣୁ ସେମାନଙ୍କୁ ପାଖକୁ ଆସିବା ପୂର୍ବରୁ ହିଁ ନିଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.