Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲଦାଖର ଥଣ୍ଡାକୁ ସହିପାରୁନାହାନ୍ତି ଚୀନ୍ ସୈନ୍ୟ, ଅଧିକାଂଶ ହେଉଛନ୍ତି ଅସୁସ୍ଥ

16/10/2020 at 2:52 PM

ନୂଆଦିଲ୍ଲୀ ୧୬।୧୦: ଲଦାଖ ସୀମାରେ ଚୀନ୍‌ ବିପୁଳ ସଂଖ୍ୟାରେ ସୈନିକ ମୁତୟନ କରିଥିଲେ ସୁଦ୍ଧା ଏବେ ତା’ ପାଇଁ ଏକ ବଡ଼ ସମସ୍ୟା ଉଭା ହୋଇଛି । ଚୀନ୍‌ର ସୈନିକମାନେ ଲଦାଖର ଅସହ୍ୟ ଥଣ୍ଡାକୁ ସହ୍ୟ କରିପାରୁନାହାନ୍ତି। ତେଣୁ ସେମାନେ ଅସୁସ୍ଥ ହୋଇପଡୁଛନ୍ତି। ସେମାନଙ୍କୁ ଷ୍ଟ୍ରେଚରରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାର ଦେଖାଯାଉଛି। ଯଦିଓ ସେପ୍ଟେମ୍ବର ଆରମ୍ଭରୁ ଚୀନ୍‌ ସୈନିକମାନେ ଏପରି ସମସ୍ୟା ଭୋଗ କରୁଥିବାର ଲକ୍ଷ୍ୟ କରାଯାଇଥିଲା, କିନ୍ତୁ ଗତ ସପ୍ତାହରେ ଏହା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଅର୍ଥାତ୍‌ ଅସୁସ୍ଥ ହୋଇପଡୁଥିବା ଚୀନ୍‌ ସୈନିକଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଭାରତୀୟ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର ଭାଗରେ ମୁତୟନ ଚୀନ୍‌ ସୈନିକମାନେ ଅଧିକ ସଂଖ୍ୟାରେ ଅସୁସ୍ଥ ହୋଇପଡିଥିବାର ଲକ୍ଷ୍ୟ କରାଯାଇଛି । ଏହି ଅଞ୍ଚଳରେ ଚୀନ୍‌ ପ୍ରାୟ ୫,୦୦୦ ସୈନିକ ମୁତୟନ କରିଛି । ସେମାନେ ସମୁଦ୍ର ପତ୍ତନ ଠାରୁ ୧୫ରୁ ୧୬ ହଜାର ଫୁଟ ଉଚ୍ଚରେ ନିୟୋଜିତ ହୋଇଛନ୍ତି ।

ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା କି ଲଦାଖରେ ଚୀନ୍‌ ଯେଉଁ ସୈନିକମାନଙ୍କୁ ମୁତୟନ କରିଛି, ସେମାନଙ୍କର ପୂର୍ବରୁ ପାର୍ବତ୍ୟାଞ୍ଚଳ ବିଶେଷ କରି ଅସହ୍ୟ ଥଣ୍ଡା ପରିବେଶରେ ମୁତୟନ ହେବାର ଅଭିଜ୍ଞତା ନାହିଁ । ସେମାନଙ୍କୁ ପୂର୍ବରୁ ଚୀନ୍‌ର ସହରାଞ୍ଚଳରେ ନିୟୋଜିତ କରାଯାଇଥିଲା । ତେଣୁ ହଠାତ୍‌ ସେମାନଙ୍କୁ ଏଭଳି ପ୍ରତିକୂଳ ପରିବେଶକୁ ପଠାଯିବାରୁ ସେମାନେ ତାହାକୁ ସହ୍ୟ କରିପାରୁନାହାନ୍ତି । ଏହି କାରଣରୁ ଚୀନ୍‌ ଏବେ ଲଦାଖ ସୀମାରେ ଏକ ଅତିିରିକ୍ତ ବାଟାଲିୟନ ମୁତୟନ କରିଛି । ଛାମୁଆ ପୋଷ୍ଟରେ ମୁତୟନ ସୈନିକଙ୍କୁ କିଛି ଦିନ ବ୍ୟବଧାନରେ ପଛକୁ ଫେରାଇ ନିଆଯାଉଛି ଏବଂ ସେଠାରେ ଅତିରିକ୍ତ ବାଟାଲିୟନର ସୈନିକଙ୍କୁ ମୁତୟନ କରାଯାଉଛି । ଛାମୁଆ ପୋଷ୍ଟଗୁଡିକରୁ ଏକସଙ୍ଗରେ ୨୦୦ ସୈନିକଙ୍କୁ ଅପସାରଣ କରାଯାଉଛି ।

ଅନ୍ୟପଟରେ, ଭାରତୀୟ ସେନା ଯଦିଓ ଚୀନ୍‌ ସେନା ଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛି କିନ୍ତୁ ତା’ର ପୂର୍ବରୁ ଏଭଳି ପରିବେଶରେ କାମ କରିବାର ଅଭିଜ୍ଞତା ଅଛି । ସିଆଚେନ୍‌ ସେକ୍ଟରରେ ଭାରତ ବର୍ଷସାରା ସୈନିକ ନିୟୋଜିତ କରି ରଖୁଛି । ସେହିପରି ଲଦାଖରୁ ଆରମ୍ଭ କରି ସିକ୍କିମ ସେକ୍ଟର ଯାଏଁ ଭାରତ ବର୍ଷ ସାରା ପାର୍ବତ୍ୟାଞ୍ଚଳରେ ସୈନିକ ମୁତୟନ କରିଥାଏ । ତେଣୁ ଚୀନ୍‌ ସେନା ଅପେକ୍ଷା ଭାରତ ଏବେ ଭଲ ସ୍ଥିତିରେ ଅଛି ।

   Related Posts