ଭାରତ ଉପକୂଳରେ କ୍ଷେପଣାସ୍ତ୍ର ଯନ୍ତ୍ରାଂଶ ସହ ଜବତ ହେଲା ଚୀନ୍‌ ଜାହାଜ

Published By : Prameya-News7 Bureau | February 18, 2020 IST

ଅହମ୍ମଦାବାଦ ୧୮।୦୨ - ଗୁଜୁରାଟ କାଣ୍ଡଲା ବନ୍ଦର ନିକଟରୁ ଏକ ଚୀନ୍‌ ଜାହାଜକୁ ଜବତ କରାଯାଇଛି । ହଙ୍ଗକଙ୍ଗର ପତାକା ଥିବା ଏକ ଜାହାଜା ଉପରେ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ଡିଆରଡିଓର ଅଧିକାରୀମାନେ ଚଢଉ କରିଥିଲେ । ଡା କ୍ୟୁ ୟୁନ୍‌ ନାମକ ଏହି ଜାହଜରୁ କ୍ଷେପଣାସ୍ତ୍ର ଯନ୍ତ୍ରାଶଂ ମିଳିଛି । ଜାନୁଆରୀ ୧୭ ତାରିଖରେ ଏହି ଜାହାଜ ଚୀନ୍‌ର ଜିଆଙ୍ଗୀନ୍‌ ବନ୍ଦରରୁ ଆସିଥିଲା । ଫେବ୍ରୁଆରୀ ୩ ତାରିଖରେ କାଣ୍ଡଲା ବନ୍ଦରରେ ଏହାକୁ ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ଯାଞ୍ଚ କରିଥିଲେ । ଏହି ଜାହାଜଟି ପାକିସ୍ତାନର କରାଚୀ ବନ୍ଦରକୁ ଯାଉଥିଲା ।

{"id":226002,"sizeSlug":"large"}

ଜାହାଜରେ ଅନେକ ସନ୍ଦେହ ଜନକ ଜିନିଷ ମିଳିଥିଲା । ପରେ ରକ୍ଷା ବିଶେଷଜ୍ଞମାନେ ଏହା ମିସାଇଲ୍‌ ତିଆରି ପାଇଁ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି ।

{"id":226003,"sizeSlug":"large"}

ଏହି ଜାହାଜକୁ ୨୦୧୧ ମସିହାରେ ତିଆରି କରାଯାଇଛି । ୨୨ ଜଣ କ୍ରୁ ସଦସ୍ୟ ଏଥିରେ ଅଛନ୍ତି । କାଣ୍ଡଲା ବନ୍ଦରର ୧୫ ନମ୍ବର ଜେଟିରେ ଜାହାଜଟି ଅଟକି ଥିଲା । ଏଠାରେ କିଛି ଜିନିଷ ଓହ୍ଲାଇବା ପାଇଁ ଜାହାଜଟି ଆସିଥିଲା । ସେହି ସମୟରେ ମିସାଇଲ୍ ତିଆରି କରାଯାଉଥିବା ସାମଗ୍ରୀ ଜାହାଜରୁ ଜବତ କରାଯାଇଛି ।

{"id":226004,"sizeSlug":"large"}

ସୀମାଶୁଳ୍କ ବିଭାଗ ପକ୍ଷୁ ଜାହାଜ ଯାଞ୍ଚ କରାଯାଉଥିବା ସମୟରେ ଅନେକ ସନ୍ଦେହ ଜନକ ବସ୍ତୁ ମିଳିଥିଲା । ଏହାପରେ ବିଭାଗ ପକ୍ଷରୁ ରକ୍ଷା ବିଶେଷଜ୍ଞଙ୍କ ମତାମତ ନିଆଯାଇଥିଲା । ଏଥିରେ ହଜାରେ ଟନ୍‌ର ପ୍ରେସର ଚ୍ୟାମ୍ବର ରହିଛି । ଏହାକୁ ମିସାଇଲ୍‌ ଲଞ୍ଚ ପାଇଁ ବ୍ୟବହାର କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.