Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନ୍ ଉପରେ ଦାଉସାଧିଛି ପ୍ରକୃତି, ସାରା ଦେଶରେ ଜଳ ପ୍ରଳୟ

20/08/2020 at 7:31 PM

ବେଜିଂ: ବିଶ୍ୱକୁ କରୋନା ଭାଇରସ୍ ମୁହଁରେ ପକାଇଥିବା ଚୀନ୍‌ ଉପରେ ଏବେ ପ୍ରକୃତି ଦାଉ ସାଧିଛି। ଲଗାତାର ହେଉଥିବା ବର୍ଷାରେ ଚୀନ୍‌ର ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ। ଫଳରେ ବନ୍ୟାରେ ଚୀନର ସତ୍ୟାନାସ ହୋଇଗଲାଣି। ଦକ୍ଷିଣ-ପଶ୍ଚିମ ଚୀନର ଗାଂସୁ ପ୍ରୋଭିନ୍ସରେ ମଙ୍ଗଳବାର ବର୍ଷା ଯୋଗୁ ଉପୁଜିଥିବା ବନ୍ୟା ବିସ୍ତିର୍ଣ୍ଣ ଅଞ୍ଚଳକୁ ଜଳମଗ୍ନ କରିଛି। ଫଳରେ ବେନଜିଆନ କାଉଣ୍ଟିର ଅନେକ ଗାଁ ଭାସି ଯାଇଥିବା ବେଳେ ଶହଶହ ଲୋକେ ନିରାଶ୍ରୟ ହୋଇପଡିଛନ୍ତି।

ସେହିପରି ସିଜିବା ସହରରେ ମଧ୍ୟ ପାଣି ପଶିଛି। ସରକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି। ଲୋକଙ୍କୁ ପାଣି ଘେରରୁ କାଢିବା ଲାଗି ଉଦ୍ଧାରକାରୀ ଦଳ ନିଜ ଜୀବନକୁ ଏବେ ବାଜି ଲଗେଇ ଦେଇଛନ୍ତି। ସିଚୁଆନ ପ୍ରୋଭିନ୍ସ ମଧ୍ୟ ବନ୍ୟାରୁ ବାଦ ପଡିନି। ହଜାର ହଜାର ଏକର ଫଶଲ ଉପରେ ବନ୍ୟାପାଣି ଛିଡା ହୋଇ ରହିଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି।

ବନ୍ୟା ଯୋଗୁ ଭୂ-ସ୍ଖଳନ ଏବେ ଚିନ୍ତାର କାରଣ ପାଲଟିଛି। ଗୋଟିଏ ପଟେ ପାଣି ଛାଡୁନଥିବା ବେଳେ ଗାଁ ପରେ ଗାଁ ଧସିଯିବା ପ୍ରଶାସନକୁ ଚିନ୍ତାରେ ପକାଇଛି। ପ୍ରଶାସନ ଅନୁନ୍ୟ ଦେଢ ହଜାର ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିବା ବେଳେ ଏବେବି ଅନେକ ଲୋକେ ପ୍ରଭାବିତ ଅଞ୍ଚଳରେ ଫଶି ରହିଛନ୍ତି।

   Related Posts