Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଡ୍ରାଗନର ପରାଜୟକୁ ଏତେ ଭୟ: ସେନା ନୁହେଁ, ଭାରତୀୟ ସୈନିକଙ୍କ ମୁକାବିଲା ପାଇଁ LACକୁ ପଠାଇଥିଲା ଘାତକ ମାର୍ଶଲ ଆର୍ଟ ଦଳ

28/06/2020 at 3:15 PM

ବେଜିଂ ୨୮।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ଘନେଇବାରେ ଲାଗିଛି। ଉଭୟ ଦେଶ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ସୈନ୍ୟ, ଟ୍ୟାଙ୍କ, ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏହା ମଧ୍ୟରେ ଖୁଲାସା ହୋଇଛି ଯେ, ଏହି ସଂଘର୍ଷର କିଛି ଦିନ ପୂର୍ବରୁ ଚୀନ ନିଜର ପାର୍ବତ୍ୟ ଡିଭିଜନ ଓ ମାର୍ଶଲ ଆର୍ଟରେ ମାହିର ଦୁର୍ଦ୍ଦାନ୍ତ ସଦସ୍ୟଙ୍କୁ ସୀମା ନିକଟରେ ମୁତୟନ କରିଥିଲା। ଚୀନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ପିଏଲଏ ଏହି ଡିଭିଜନରେ ତିବ୍ବତର ସ୍ଥାନୀୟ ମାର୍ଶଲ ଆର୍ଟ କ୍ଲବରେ ଭର୍ତ୍ତି ଲଢୁଆ ଯୁବକଙ୍କ ବ୍ୟତୀତ ଚୀନ ସେନାର ନିୟମିତ ସୈନିକ ମଧ୍ୟ ସାମିଲ ଥିଲେ।

ଅଧିକାରୀ ସୈନ୍ୟ ସମାଚାର ପତ୍ର ଚାଇନା ନ୍ୟାସନାଲ ଡିଫେନ୍ସ ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ଜୁନ ୧୫ ପୂର୍ବରୁ ତିବ୍ବତର ରାଜଧାନୀ ଲହାସାରେ ଚୀନୀ ସେନା ନୂତନ ମିଲିସିଆ ଡିଭିଜନକୁ ମୁତୟନ କରିଥିଲା। ଏହି ଡିଭିଜନରେ ଚୀନର ମାଉଣ୍ଟ ଏଭରେଷ୍ଟ ଅଲିମ୍ପିକ ଟର୍ଚ୍ଚ ରିଲେ ଦଳର ପୂର୍ବତନ ସଦସ୍ୟଙ୍କ ବ୍ୟତୀତ ମାର୍ଶଲ ଆର୍ଟ କ୍ଲବର ପିଲା ମଧ୍ୟ ସାମିଲ। କୁହାଯାଉଛି ଯେ, ଏହି ଦଳ ଯୋଗୁଁ ସୀମାରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଛି।

ସେନାରେ ମାଉଣ୍ଟ ଏଭରେଷ୍ଟ ଅଲିମ୍ପିକ ଟର୍ଚ୍ଚ ରିଲେ ଦଳର ସଦସ୍ୟ ପାହାଡ ଚଢାରେ ମାହିର ଥିବା ବେଳେ ମାର୍ଶଲ ଆର୍ଟ କ୍ଲବର ସଦସ୍ୟ ଘାତକ ହତ୍ୟାକାରୀ  ହୋଇଥାନ୍ତି। ଚୀନୀ ସେନା ଲଦାଖରେ ଭାରତକୁ ଦବାଇ ରଖିବା ପାଇଁ ନିଜର ରଣନୀତି ବଦଳାଇ ବଡ ସଂଖ୍ୟାରେ ମାର୍ଶଲ ଆର୍ଟରେ ମାହିର ଯୁବକଙ୍କୁ ଭର୍ତ୍ତି କରିଛି। ଚୀନ ଜାଣିଛି ଯେ, ସୀମାରେ ଯୁଦ୍ଧ ଜରିଆରେ ସେ ଭାରତଠୁ ଜିତି ପାରିବ ନାହିଁ, ଏଥିପାଇଁ ସେ ଏହି ମାର୍ଶଲ ଆର୍ଟ ଦଳ ଜରିଆରେ ଭାରତ ସହ ସଂଘର୍ଷ କରିବାକୁ ଉଦ୍ୟମ କରିଛି।

ପରମ୍ପରାଗତ ଲଢେଇରେ ମାହିର ତିବ୍ବତୀ ଯୁବକ

ଏହି ଯୁବକମାନେ ମାର୍ଶଲ ଆର୍ଟ ଲାଠି-ଭଲା, ଲୁହା ରୋଡ ଜରିଆରେ ଯୁଦ୍ଧ କରିବାରେ ମାହିର ଥାନ୍ତି। ଏ ପର୍ଯ୍ୟନ୍ତ ସୈନିକଙ୍କ ଭରସାରେ ଭାରତ ସହ ଲଢିବାକୁ ଚୀନ  ପ୍ରସ୍ତୁତି କରୁଥିଲା। ପିପୁଲ୍ସ ଡେଲି ରିପୋର୍ଟ ଅନୁଯାୟୀ, ତିବ୍ବତର ପଠାର ଅଞ୍ଚଳରେ ରହୁଥିବା ଲଢୁଆ ଦଳ ଚୀନୀ ସେନାକୁ ମୁନିଆ ଅସ୍ତ୍ର କିମ୍ବା ଲାଠି ଜରିଆରେ  ଲଢିବାର ଟ୍ରେନିଂ ମଧ୍ୟ ଦେଉଛନ୍ତି। ଛଦ୍ମ ଯୁଦ୍ଧରେ ମାହିର ଚୀନ ଏବେ ଭଡାରେ ମାର୍ଶଲ ଆର୍ଟ ଲଢୁଆ ଦଳକୁ ଆଣି ସୀମା ବିବାଦକୁ ଆହୁରି ବଢାଇବାକୁ ଚାହୁଁଛି।

ବିନା ଅସ୍ତ୍ର ଶସ୍ତ୍ରରେ ଲଢିବା ନେଇ ରାଜିନାମା

ଭାରତ ଓ ଚୀନ ଦୁଇ ଦେଶ ମଧ୍ୟରେ ବିଶ୍ଵାସ ଏବଂ ସୁସଂପର୍କ ପାଇଁ ୧୯୯୬ ଏବଂ ୨୦୦୫ରେ ଏକ ରାଜିନାମା ହୋଇଥିଲା। ଏହା ଅନୁଯାୟୀ ଉଭୟ ଦଳ ପାଟ୍ରୋଲିଂ ସମୟରେ ମୁହାଁମୁହିଁ ହେଲେ ପରସ୍ପର ଉପରକୁ ଗୁଳି ଚଳାଇବେ ନାହିଁ। ଏହା ସହିତ ଦୁଇ ଦେଶ ଏଲଏସିର ଦୁଇ କିଲୋମିଟର ପରିଧିରେ ପାଟ୍ରୋଲିଂ ସମୟରେ ନିଜର ରାଇଫଳ୍‌ ବ୍ୟାରେଲକୁ ତଳକୁ  ମୁହଁ କରି ରଖିବେ। ଏହା ବ୍ୟତୀତ ଦୁଇ ଦେଶ ବିନା ସୂଚନାରେ ଏଲଏସିର ୧୦ କିଲୋମିଟର ଭିତରେ ସୈନ୍ୟ ବିମାନ ଉଡାଣକୁ ମଧ୍ୟ ପ୍ରତିବନ୍ଧିତ କରିଥିଲେ।

   Related Posts