କରୋନା ମୁକାବିଲା: ଭାରତକୁ ସାହାଯ୍ୟ ପାଇଁ ଆଗକୁ ଆସିଲା ଚୀନ, ପଠାଇଲା ସାଢେ ୬ ଲକ୍ଷ ମେଡିକାଲ କିଟ୍ସ୍

Published By : Prameya-News7 Bureau | April 16, 2020 IST

ବେଜିଂ, ୧୬|୦୪:  ସାର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଭାରତ ମଧ୍ୟରୁ ଏଥିରୁ ବର୍ତ୍ତି ପାରିନାହିଁ ।ଚୀନର ବୁହାନ ସହରରୁ ସୃଷ୍ଟି ହୋଇଥିବା ଏହି ଭାଇରସ ପ୍ରାୟ ୧ଲକ୍ଷ ୨୦ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ସାରା ବିଭିନ୍ନ ଦେଶରେ ପ୍ରାୟ ୨୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଟପିଛି । ଏହା ମଧ୍ୟରେ ଚୀନ ସରକାର କରୋନା ମୁକାବିଲା ପାଇଁ ଭାରତକୁ ୬ ଲକ୍ଷ ୫୦ ହଜାର ମେଡିକାଲ୍ କିଟ୍ ପ୍ରଦାନ କରିଛନ୍ତି । ଏନେଇ ବେଜିଂରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରୀ ସୂଚନା ଦେଇଛନ୍ତି । ସେହିପରି ଆଗାମୀ ୧୫ ଦିନ ମଧ୍ୟରେ ୨ ମିଲିୟନ ଟେଷ୍ଟିଂ କିଟ୍ ଭାରତକୁ ପଠାଯିବ ବୋଲି ସେ କହିଛନ୍ତି ।

ଗୁରୁବାର ସକାଳେ ରାପିଡ୍ ଆଣ୍ଟିବଡି ଟେଷ୍ଟ୍ କିଟ୍, ଆରଏନଏନ ଏକ୍ସଟ୍ରାସନ୍ କିଟ୍ ସମେତ ୬ ଲକ୍ଷ ୫୦ ହଜାର କିଟକୁ ଭାରତ ପଠାଯାଇଛି । ଲକଡାଉନ ହଟିବା ପରେ ଚୀନ ସରକାର ବିଭିନ୍ନ ମେଡିକାଲ ଶିଳ୍ପରେ ଅତ୍ୟାବଶ୍ୟକୀୟ ଓଷଧୀଟ ସରଞ୍ଜାବ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଭେଣ୍ଟିଲେଟର, ପିପିଇ ମଧ୍ୟ ତିଆରି ହେଉଛି ।

{"id":254998,"width":747,"height":420,"sizeSlug":"large"}

ବିକ୍ରମ କହିଛନ୍ତି ଯେ, ଏନେଇ ବାଣିଜ୍ୟିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ବିମାନରେ ଏସବୁକୁ ଭାରତ ପଠାଯାଇଛି ତାହା ସହ ଯୋଗାଯୋଗ କରାଯାଉଛି । ଭାରତ ଚାଇନାରୁ ୧୫ ମିଲିୟନ ପିପିଇ ସହ ୩ ମିଲିୟନ ଟେଷ୍ଟିଂ କିଟ୍ ଆଣିବ । ଏହାକୁ ସଠିକ ସମୟରେ ପଠାଯିବ । ଏହା ଭାରତ ଓ ଚାଇନାର ସମ୍ପର୍କକୁ ବୃଦ୍ଧି କରିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ଭାରତ ସରକାର କରୋନା ମୁକାବିଲା ପାଇଁ ଲକଡାଉନକୁ ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଦେଶରେ ପ୍ରାୟ ୪୧୪ ଜଣ ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ୧୨,୩୮୦ ଜଣ ଚିକିତ୍ସିତ ହେଉଛଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.