ଧରାପଡିଲା ଚୀନର ଚାଲ୍‌ବାଜି: ଅଚାନକ ମୃତକଙ୍କ ସଂଖ୍ୟାରେ କରିଥିଲା ସଂଶୋଧନ

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ୧୭/୪: ଧରାପଡିଲା ଚୀନର ଚାଲବାଜି। କରୋନା ଭାଇରସ ଯୋଗୁ ମୃତକଙ୍କ ସଂଖ୍ୟା  ସମ୍ପର୍କରେ ସଠିକ୍ ତଥ୍ୟ ଦେବାରେ ଭୂଲ ଥିଲା ବୋଲି ସ୍ବୀକାର କରିଛି ବେଜିଂ । ଆମେରିକା ସମେତ ବାକି କରୋନା ପୀଡ଼ିତର ଦେଶଗୁ଼ଡ଼ିକଙ୍କ ଚାପରେ ଚୀନ ଆସିଥିବା ଅନୁମାନ କରାଯାଉଛି। କରୋନାର ଉତ୍ପତ୍ତିସ୍ଥଳ ୱୁହାନରେ ଏହି ରୋଗରେ ମୃତକଙ୍କ ସଂଖ୍ୟାରେ ପାଖାପାଖି ଆଉ ୧୩୦୦ଜଣଙ୍କର ନାଁ ଯୋଡାଯାଇଛି। ଦେଶରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି।

{"id":255890,"sizeSlug":"large"}

 ଯାହା ସନ୍ଦେହ କରାଯାଉଥିଲା ତାହା ହିଁ ବାହାରିଲା। ନିଜ ଆଡୁ ମାନିଲା ଚୀନ । କରୋନା ମୃତ୍ୟୁ ସଂଖ୍ୟାରେ ଚୀନ ଯେ ସତ ଲୁଚାଇଥିଲା ତାହା ସାମ୍ନାକୁ ଆସିଛି। ଏହି ବିଶ୍ବ ମହାମାରୀକୁ କାବୁ କରିବାରେ ସାରା ବିଶ୍ବ ଲଢ଼ୁଛି। ସଭିଁଙ୍କ ଆକ୍ଷେପ ଉଣାଅଧିକ ଚୀନ ଆଡକୁ ଯାଉଛି। ଏତିକିବେଳେ ଧରାପଡ଼ିଛି ଚୀନର ଚାଲବାଜି। କରୋନା ଭାଇରସ ଯୋଗୁଁ ମୃତକଙ୍କ ସଂଖ୍ୟାରେ ଅଚାନକ ଚୀନ ସଂଶୋଧନ କରିଛି ।

{"id":255891,"sizeSlug":"large"}

କରୋନାର ଉତ୍ପତ୍ତିସ୍ଥଳ ଉହାନରେ ଏହି ରୋଗରେ ମୃତକଙ୍କ ସଂଖ୍ୟାରେ ପାଖାପାଖି ଆଉ ୧୩୦୦ଜଣଙ୍କର ନାଁ ଯୋଡିଛି। ଚୀନର ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁଯାୟୀ ଚୀନ କରୋନା ଭାଇରସରେ ମୃତକଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରିଛି।ଏବେ କରୋନା ଭାଇରସ ଯୋଗୁ ଚୀନରେ ୪ ହଜାର ୬୩୨ଜଣ ପ୍ରାଣ ଯାଇଥିବା ବେଳେ ୱୁହାନରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

{"id":255892,"sizeSlug":"large"}

କରୋନା ଭାଇରସରେ ଚୀନରେ ୮୨ ହଜାର ୬୯୨ଜଣ ସଂକ୍ରମିତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ଆଉ ୩୫୧ଟି ମାମଲା ସାମ୍ନାକୁ ଆସିଥିବା ରିପୋର୍ଟରେ କୁହାଯାଇଛି। କରୋନା ଭାଇରସରେ ଆକ୍ରାନ୍ତଙ୍କ ମଧ୍ୟରେ ପ୍ରକୃତରେ କେତେଜଣଙ୍କର ମୃତ୍ୟୁ ହୋଇଥିଲା ସେନେଇ ସଠିକ୍ ତଥ୍ୟ ଦେବାରେ ଭୁଲ ହୋଇଥିଲା ବୋଲି ଚୀନ ସଫେଇ ଦେଇଛି। ହେଲେ ଚୀନ ଯେ ଆମେରିକା ଓ ଅନ୍ୟ ୟୁରୋପ ଦେଶ ଚାପରେ ଆସିଛି ତାହା ମଧ୍ୟ କୁହାଯାଇପାରେ। ତେବେ ଭୁଲ କାହଁକି ହୋଇଥିଲା ସେନେଇ ଚୀନ କାରଣ ଦର୍ଶାଇଛି।

କରୋନା ରୋଗ ଯେବେ ଆରମ୍ଭ ହୋଇଥିଲା ସେତେବେଳେ ଚିକିତ୍ସା ପାଇଁ ଆବଶ୍ୟକ ସମ୍ବଳ ନଥିଲା। ତେଣୁ କିଛି ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବାପୂର୍ବରୁ ଘରେ ପ୍ରାଣ  ହରାଇଥିଲେ। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚୀନ ବହୁତ ଗୁଡିଏ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିଥିଲା। ସେଗୁଡିକ ଏପିଡେମିକ୍ ଇନଫୋରମେସନ ନେଟୱାର୍କର ଲିଙ୍କ୍ ରେ ନଥିଲେ । ତେଣୁ ପ୍ରକୃତ ତଥ୍ୟ ହସ୍ତଗତ ହୋଇନଥିଲା। ଆହୁରି ମଧ୍ୟ କିଛି ପଞ୍ଜିକୃତ ହୋଇଥିବା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଅସମ୍ପୂର୍ଣ୍ଣ ରହିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ଏପଟେ  ଆମେରିକାରେ କରୋନା ବେକାବୁ । ଆମେରିକା ପାଲଟିଛି କରୋନାର ଗଡ। କରୋନା ଯୋଗୁ ମୃତକଙ୍କ ସଂଖ୍ୟାରେ ଆମେରିକା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।  ଏପର୍ଯ୍ୟନ୍ତ ଆମେରିକାରେ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୩୪ ହଜାରରୁ ଅଧିକ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୮ ହଜାର ୨୧୦ ଛୁଇଁଛି। ୫୭ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କିଛି ଦିନ ଧରି ଚୀନ ଉପରେ ଆମେରିକା ଲଗାତର ଚାପ ପକାଇ ଆସୁଥିଲା। କରୋନା ମୃତ୍ୟୁ ସଂଖ୍ୟାରେ ଚୀନ ଯେ ସତ ଲୁଚାଇଥିଲା ବୋଲି ଅଭିଯୋଗ କରିଆସୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଏମତିକି ବିଶ୍ବସ୍ବାସ୍ଥ୍ୟ ସଂଗଠନ ଚୀନର ପଟ ନେଉଛି ବୋଲି କହି ସଂଗଠନକୁ ଦେଉଥିବା ପାଣ୍ଠି ଉପରେ ରୋକ୍ ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.